କରୋନା ଭାଇରସ: ଚୀନରେ ଆହୁରି ଭୟଙ୍କର ହେଉଛି ପ୍ରକୋପ; ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା

କେରଳରେ ଏବେ ସୁଦ୍ଧା ତିନି ଜଣ ଛାତ୍ରଙ୍କ ଠାରେ କରୋନା ଭାଇରସ୍ ଟ଼ିହ୍ନଟ ହୋଇଛି । ଚ଼ିକିତ୍ସା ଜାରି ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦେଶ ଛାଡି ମଧ୍ୟପ୍ରାଚ୍ୟକୁ ପଳାଇଛନ୍ତି । ଫଳରେ କେରଳ ସରକାରଙ୍କ ଚିନ୍ତା ବଢ଼ି ଯାଇଛି ।

କରୋନା ଭାଇରସ: ଚୀନରେ ଆହୁରି ଭୟଙ୍କର ହେଉଛି ପ୍ରକୋପ; ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 5, 2020, 1:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ / ବେଜିଂ: ଚୀନରେ ଆହୁରି ଭୟଙ୍କର ହେଉଛି କରୋନା ଭାଇରସର ପ୍ରକୋପ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୪,୩୨୪ ହୋଇଯାଇଛି ।

କେବଳ ଚୀନ୍‌ ନୁହେଁ, ବିଶ୍ବର ଅନେକ ଦେଶ ପାଇଁ କରୋନା ଭାଇରସ ଚ଼ିନ୍ତାର କାରଣ ପାଲଟିଛି ।  କେରଳରେ ଏବେ ସୁଦ୍ଧା ତିନି ଜଣଙ୍କ ଠାରେ କରୋନା ଭାଇରସ୍ ଟ଼ିହ୍ନଟ ହୋଇଛି । ସେମାନଙ୍କ ଚ଼ିକିତ୍ସା ଜାରି ରହିଥିବା ବେଳେ ହୋମ୍ ସର୍ଭେଲାନ୍ସରେ ଥିବା ଦୁଇ ଜଣ ଛାତ୍ର ଦେଶ ଛାଡି ମଧ୍ୟପ୍ରାଚ୍ୟକୁ ପଳାଇଛନ୍ତି । ଫଳରେ କେରଳ ସରକାରଙ୍କ ଚିନ୍ତା ବଢ଼ି ଯାଇଛି । କୋଇକୋଡ୍ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଚୀନରେ ରହି ପାଠ ପଢୁଥିବା ଏହି ଦୁଇ ଜଣ ଛାତ୍ର ୧୫ ଜାନୁଆରିରେ କେରଳ ଫେରିଥିଲେ ।

ଚୀନରୁ କେରଳ ଫେରିଥିବା ଲୋକମାନଙ୍କୁ ଆସନ୍ତା ୨୮ ଦିନ ପାଇଁ ନୀରିକ୍ଷଣରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ହେଲେ ଏହି ଦୁଇ ଜଣ ନିୟମ ପାଳନ ନ କରି ରାଜ୍ୟ ଛାଡ଼ି ପଳାଇଛନ୍ତି । ସୂଚନା ଅନୁସାରେ କୋଇକୋଡରେ ୩୦୬ ଜଣ ଲୋକଙ୍କୁ ସେମାନଙ୍କ ନିଜ ଘରେ ନୀରିକ୍ଷଣରେ ରଖାଯାଇଛି । ନୀରିକ୍ଷଣରେ ଥିବା ଲୋକଙ୍କୁ କୌଣସି ସାମାଜିକ ସମାରୋହରେ ସାମିଲ୍ ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କେରଳରେ ତିନି ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ପିନରାୟୀ ବିଜୟନଙ୍କ ସରକାର ଏହି ଭାଇରସ ଜନିତ ସମସ୍ୟାକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି । ତେବେ ଚ଼ାରି ଜଣଙ୍କୁ ହସ୍ପିଟାଲରେ ଥିବା ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି ।

କରୋନା ଭାଇରସ୍ ପାଇଁ ଦେଶର ଅନ୍ତର୍ଜାତୀୟ ବିମାନ ବନ୍ଦରମାନଙ୍କରେ ଚୀନ, ସିଙ୍ଗାପୁର, ଥାଇଲାଣ୍ଡ ଓ ହଂକଂ ଭଳି ଦେଶରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, କୋଚି, ବେଙ୍ଗଳୁରୁ, ହାଇଦ୍ରାବାଦ ଓ ଚେନ୍ନାଇ ବିମାନ ବନ୍ଦରରେ ଏସବୁ ଦେଶରୁ ଫେରୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ପାଇଁ ସ୍ବତନ୍ତ୍ର ଏୟାରବ୍ରିଜ୍ ତିଆି କରାଯାଇଛି ।

ଓଡିଶାରେ ମୋଟ ଚ଼ାରି ଜଣ କରୋନା ଭାଇରସ୍‌ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୂନା ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଥିଲା । ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି ।
First published: February 5, 2020, 1:09 PM IST