ଭୁବନେଶ୍ୱରରେ ବେଆଇନ୍ ପାଣି ବୋତଲ କାରଖାନା ଉପରେ ରେଡ଼ ହେଲା; ୨ ଜଣ ଗିରଫ ହେଲେ

ବିସଲେରି କମ୍ପାନୀ ସହ ଚୁକ୍ତି ବାତିଲ ହେବା ପରେ ସେହି ବ୍ରାଣ୍ଡ ନାମକୁ ବେଆଇନ ଭାବେ ବ୍ୟବହାର କରି ପାଣି ବୋତଲ ଡିଆରି କରି ବଜାରକୁ ଛାଡ଼ୁଥିଲା ଏହି କାରଖାନା l ତା’ ପାଖରେ ପାଣି ବୋତଲ ତିଆରି କରିବା ପାଇଁ ପଞ୍ଜୀକରଣ ଓ ଲାଇସେନ୍ସ ବି ନ ଥିଲା ।

ଭୁବନେଶ୍ୱରରେ ବେଆଇନ୍ ପାଣି ବୋତଲ କାରଖାନା ଉପରେ ରେଡ଼ ହେଲା; ୨ ଜଣ ଗିରଫ ହେଲେ
ଗିରଫ ହୋଇଥିବା ଦୁଇ ଜଣ କର୍ମଚାରୀଙ୍କ ସହ ଜଣେ ପୋଲିସ କର୍ମୀ
  • News18 Odia
  • Last Updated: October 22, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ଵର: ଭୁବନେଶ୍ଵର ଉପକଣ୍ଠ ଚନ୍ଦକାରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ବେଆଇନ୍‌ ପାଣି ପ୍ୟାକେଜିଂ କାରଖାନା ଉପରେ ଚଢ଼ାଉ କରି ୭ ହଜାର ଲିଟର ନକଲି ପାଣି ବୋତଲ ଜବତ କରାଯାଇଛି l ନକଲି ପାଣି ବୋତଲ ସହ ବିପୁଳ ସଂଖ୍ୟାର ଷ୍ଟିକର୍‌ ଓ ପାଣି ବୋତଲର ଠିପି ବି ଜବତ କରାଯାଇଛି l

ଲକ୍ଷ୍ମୀ ବ୍ରିୱେଜ ନାମକ ଏହି ବେଆଇନ୍‌ ପାଣି ବୋତଲ କାରଖାନା ଉପରେ ପୋଲିସ ଚଢ଼ାଉ କରିବା ବେଳେ ଧରାପଡ଼ିଛନ୍ତି ମ୍ୟାନେଜର ସର୍ବେଶ୍ଵର ଦାସ (୪୨) ଓ ସୁପରଭାଇଜର ହରିହର ସାହୁ (୩୫) l ସର୍ବେଶ୍ଵରଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଯଉଖିଆରେ ଓ ହରିହରଙ୍କ ଘର ନୟାଗଡ଼ର ନବଘନପୁରରେ l ଏମାନେ ଲକ୍ଷ୍ମୀ ବ୍ରିୱେଜରେ ଚାକିରି କରୁଥିଲେ l ଚଢ଼ାଉ ବେଳେ ପୋଲିସ ଆଖିରେ ଧୂଳି ଦେଇ ଲକ୍ଷ୍ମୀ ବ୍ରିୱେଜର ମାଲିକ ଲକ୍ଷ୍ମୀକାନ୍ତ ନାୟକ ଫେରାର ହୋଇଯାଇଛନ୍ତି l

ଚନ୍ଦକା ପୋଲିସ କହିଛି ଯେ ବିସଲେରି କମ୍ପାନୀ ସହ ଲକ୍ଷ୍ମୀକାନ୍ତଙ୍କ ପାଣି ବୋତଲ ପ୍ୟାକିଂ ଓ ବିକ୍ରି ନେଇ ୨୦୧୪ ମସିହାରେ ଚୁକ୍ତି ହୋଇଥିଲା l ତା’ ପର ଚାରି ବର୍ଷ ଏହା ନବୀକରଣ ମଧ୍ୟ ହୋଇଥିଲା l କିନ୍ତୁ ଗତ ବର୍ଷ ଆର୍ଥିକ କାରକାରକୁ ନେଇ ବିସଲେରି ସହ ଲକ୍ଷ୍ମୀକାନ୍ତଙ୍କ ବିବାଦ ସୃଷ୍ଟି ହେବା ଫଳରେ ସେହି କମ୍ପାନୀ ଲକ୍ଷ୍ମୀକାନ୍ତଙ୍କ ସହ ଥିବା ଚୁକ୍ତିକୁ ବାତିଲ  କରିଦେଇଥିଲା l

ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ବିସଲେରି ସହ ଚୁକ୍ତି ବାତିଲ ହେବା ପରେ ଲକ୍ଷ୍ମୀକାନ୍ତ ବିସଲେରି ବ୍ରାଣ୍ଡ ନାମକୁ ବେଆଇନ ଭାବେ ବ୍ୟବହାର କରି ପାଣି ବୋତଲ ଡିଆରି କରି ବଜାରକୁ ଛାଡ଼ୁଥିଲେ ବୋଲି ଅଭିଯୋଗ ହୋଇଥିଲା  l ବିସଲେରି ଚୁକ୍ତି ବାତିଲ କରିବା ପରେ ଲକ୍ଷ୍ମୀକାନ୍ତ ବିନା ପଞ୍ଜିକରଣ ଓ ବିନା ଲାଇସେନ୍ସରେ ପାଣି ବୋତଲ ତିଆରି କରି ବଜାରକୁ ଛାଡ଼ୁଥିଲେ ବୋଲି କହିଛନ୍ତି ଜଣେ ଅଧିକାରୀ l

ଏହା ବି ପଢ଼ନ୍ତୁ ଟ୍ରମ୍ପ ରାଲିରେ କହିଲେ; ବର୍ତ୍ତମାନ ମୋ’ର ରୋଗ ପ୍ରତିରୋଧକ କ୍ଷମତା ଅଛି, ମୁଁ ତଳକୁ ଓହ୍ଲାଇ କାହାକୁ ବି ଚୁମ୍ବନ ଦେଇପାରେ

‘‘ମାର୍ଚ୍ଚ ମାସରେ ପାଣିର ମାନ ଓ ଷ୍ଟକ ଯାଞ୍ଚ ପାଇଁ ବିସଲେରି କମ୍ପାନୀରୁ ଅଧିକାରୀମାନେ ଆସିଥିଲେ ବି ଲକ୍ଷ୍ମୀକାନ୍ତ କାରଖାନା ଭିତରକୁ କାହାକୁ ଛାଡ଼ି ନ ଥିଲେ l ବେଆଇନ ଭାବେ ବିସଲେରି ବ୍ରାଣ୍ଡକୁ ବ୍ୟବହାର କରି ନେଚୁରାଲ ଆକ୍ୱା ନାଁରେ ପାଣି ବୋତଲ ବଜାରରେ ବିକ୍ରି କରୁଥିଲେ ଲକ୍ଷ୍ମୀକାନ୍ତ l ଏହା ସମ୍ପୂର୍ଣ୍ଣ ବେଆଇନ ଥିଲା,’’ କହିଛନ୍ତି ଚନ୍ଦକା ଥାନା ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ୱାଳ l



ସେହି ପ୍ୟାକେଜିଂ ପ୍ଲାଣ୍ଟରୁ ବାହାରୁଥିବା ପାଣିର ମାନ ଯାଞ୍ଚ ହେଉ ନ ଥିବାରୁ ତାହା ବିଷାକ୍ତ ହୋଇଥାଇପାରେ ଓ ତାକୁ ପିଇ ଲୋକଙ୍କ ଜୀବନ ବିପଦାପନ୍ନ ହୋଇପାରେ ବୋଲି ମତ ପ୍ରକାଶ ପାଇଥିବା କହିଛନ୍ତି ବିଶ୍ୱାଳ ।
Published by: Anand Shankar Thankur Das
First published: October 22, 2020, 11:59 PM IST
corona virus btn
corona virus btn
Loading