ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲକଡାଉନରେ ଭୁବନେଶ୍ୱରରେ ବଢୁଛି ଚୋରା ମଦ କାରବାର; ଅବକାରୀ ବିଭାଗ ଆକ୍ସନ୍‌ ମୁଡ୍‌ରେ

ଲକଡାଉନରେ ଭୁବନେଶ୍ୱରରେ ବଢୁଛି ଚୋରା ମଦ କାରବାର; ଅବକାରୀ ବିଭାଗ ଆକ୍ସନ୍‌ ମୁଡ୍‌ରେ

ଗତ ପାଞ୍ଚ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ୩୦୦ ଲିଟର୍ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି ଓ ୧୪ ଜଣ ଲୋକ ଚୋରା ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଛନ୍ତି, ହେଲେ କମିଶନରେଟ୍ ପୋଲିସ ଧରପଗଡ଼ରେ ଧୀମେଇଯାଇଥିବା ଚର୍ଚ୍ଚା ହେଉଛି ।

ଲକଡାଉନରେ ଭୁବନେଶ୍ୱରରେ ବଢୁଛି ଚୋରା ମଦ କାରବାର; ଅବକାରୀ ବିଭାଗ ଆକ୍ସନ୍‌ ମୁଡ୍‌ରେ
ଭୁବନେଶ୍ୱରରେ ଚୋରା ମଦ କାରବାର ଅଭିଯୋଗରେ ଗିରଫ ହୋଇଥିବା କିଛି ଲୋକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ସମୟରେ ଭୁବନେଶ୍ୱରରେ ଚୋରା ମଦ କାରବାର ବଢ଼ିଥିବା ଜଣାପଡ଼ିଛି । ଲୁଚି ଛପି କିଛି ଲୋକ ଦେଶୀ ଓ ବିଦେଶୀ ଉଭୟ ମଦ ବିକ୍ରି କରିବାରେ ଲାଗିଛନ୍ତି । ବିଶେଷ କରି ବସ୍ତି ଅଞ୍ଚଳଗୁଡି଼କରେ ଚୋରାରେ ମଦ କାରବାର ଚାଲିଥିବା ସୂଚନା ମିଳିଛି ।

ଗଲା ତିନି ଦିନ ମଧ୍ୟରେ ୨୦୦ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ କରି ଚର୍ଚ୍ଚାକୁ ଆସିଛି ଅବକାରୀ ବିଭାଗର ମୋବାଇଲ୍‌ ସ୍କ୍ୱାର୍ଡ଼ । ଚୋରା ମଦ କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ, ମୋବାଇଲ ସ୍କ୍ୱାର୍ଡ ଓ କମିସନରେଟ ପୋଲିସ କାମ କରୁଛି । ଏଥି ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଗଠିତ ହୋଇଛି । ହେଲେ ମୋବାଇଲ ସ୍କ୍ୱାର୍ଡ଼ ଚଢ଼ାଉ ଜୋରଦାର୍‌ କରିଥିବା ବେଳେ କମିଶନରେଟ୍‌ ପୋଲିସ କେବଳ ଦେଖଣାହାରୀ ସାଜିଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ଖବର ଆସୁଛି । ଆମ ଟିମ୍‌ ବିଭିନ୍ନ ସ୍ଥାନରେ ନଜର ରଖିଛି । ବିଶେଷ କରି ବସ୍ତି ଅଞ୍ଚଳଗୁଡି଼କରେ ଏହି ଚୋରା ମଦ ବିକ୍ରି ଦେଖିବାକୁ ମିଳେ । ମଦ ମାଫିଆମାନେ ନିଜର ଏଜେଣ୍ଟମାନଙ୍କ ଜରିଆରେ ମଦ ବିକ୍ରି କରିଥାନ୍ତି । ଆମେ ଆମର ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରିଛୁ । ଯେତେବେଳେ ଯେଉଁଠୁ ଖବର ଆସୁଛି ଆମ ଟିମ୍‌ ଚଢ଼ାଉ କରୁଛି,’’ କହିଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ଼ ଅଧିକାରୀ ବିକାଶ ନାୟକ ।

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବର୍ଷକର ଝିଅ ସମେତ ପୂରା ପରିବାର କରୋନା ସଂକ୍ରମିତ ହେଲା

ଜବତ ହୋଇଥିବା କିଛି ମଦ ସହ ଅବକାରୀ ବିଭାଗ ଅଧିକାରୀମାନେ


ଏହା ବି ପଢ଼ନ୍ତୁ | କରୋନା ପ୍ରଭାବ: ମେ ୯ରୁ ରାଜଧାନୀ, ଶତାବ୍ଦୀ ଦୂରନ୍ତୋ ଏକ୍ସପ୍ରେସ ସମେତ ୨୮ଟି ଟ୍ରେନ୍ ଚଳାଚଳ ବନ୍ଦ ହେଉଛି

ବିଭିନ୍ନ ସମୟରେ ମଦ ମାଫିଆକୁ ଧରିବା ପାଇଁ ମୋବାଇଲ୍‌ ସ୍କ୍ୱାର୍ଡ଼ର ଉଦ୍ୟ ସତ୍ତ୍ୱେ ଅଭିଯୁକ୍ତମାନେ ଖସି ପଳାଇବାରେ ସକ୍ଷମ ହେଉଛନ୍ତି । ବିଶେଷ କରି ବସ୍ତିରେ ଗୋଦାମ କରି ଚଢ଼ା ଦରରେ ମଦ ମାଫିଆମାନେ ମଦ ବିକ୍ରି କରୁଛନ୍ତି । ଗତ ପାଞ୍ଚ ଦିନରେ ୧୪ ଜଣ ଲୋକ ମଦ ବିକ୍ରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଓ ୩୦୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

‘‘ଲକଡାଉନ ସମୟରେ ଖୋର୍ଦ୍ଧା ଜିଲ୍ଲାରେ ମଦର କଳା ବଜାରି ବଢ଼ୁଥିବା ସୂଚନା ମିଳୁଛି । କଳା ବଜାରି ରୋକିବା ପାଇଁ ଆମେ ସ୍ପେଶାଲ୍‌ ଡ୍ରାଇଭ୍‌ ଚଳେଇଛୁ । ତିନିଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯାଇଛି । ଯଦି କେଉଁ ସ୍ଥାନରେ ଚୋରା ମଦ ବିକ୍ରି ଚାଲିଛି, ଅବକାରୀ ବିଭାଗକୁ ଖବର ଦେବାକୁ ଜିଲ୍ଲା ବାସୀଙ୍କୁ ଅନୁରୋଧ କରୁଛୁ,’’ କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ୍‌ ।



ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଚୋର ମଦ କାରବାର ବଢୁଥିବା ଓ ପେଟି ପେଟି ମଦ ଜବତ ହେଉଥିବା ବେଳେ ଏହି କଳା କାରବାରକୁ ରୋକିବାରେ କମିଶନରେଟ୍‌ ପୋଲିସ ଧୀମେଇ ଯାଇଛି ବୋଲି ଚର୍ଚ୍ଚା ହେଉଛି । ଚୋରା ମଦ ବେପାରୀଙ୍କ ବିରୋଧରେ ଆବକାରୀ ବିଭାଗର ଟିମ୍‌ ଲଗାତର ଧରପଗଡ଼ କରୁଥିବା ଦେଖାଯାଉଛି ।
Published by: Anand ST Das
First published: May 8, 2021, 11:54 PM IST