News18 Odia Digital
ପାରାଦୀପ: ପ୍ରତିକୂଳ ପାଣିପାଗ ତଥା ବନ୍ୟା ପାଣି ଯୋଁଗୁ ବିଳମ୍ବରେ ହେଲେ ସୁଦ୍ଧା ପାରାଦୀପ ଉପକୂଳରେ ସୁଆଦିଆ ଇଲିଶି ମାଛ ଉତ୍ପାଦନ ଦେଖିବାକୁ ମିଳିଛି । ଯଦିଓ ବିଗତ ବର୍ଷମାନଙ୍କ ଅପେକ୍ଷା ଏବେ କମ୍ ପରିମାଣରେ ମାଛ ମରାଯାଉଛି, ଖାଉଟୀମାନଙ୍କୁ ସୁହାଇଲା ଭଳି ଦାମ୍ ରହିଛି । ଆଗକୁ ଭଲ ପାଗ ରହିଲେ ଅଧିକ ପରିମାଣରେ ଇଲିଶି ଉତ୍ପାଦନ ହେବା ସହିତ ଖାଉଟୀ ଓ ବ୍ୟବସାୟୀ ବେଶ୍ ଲାଭବାନ ହେବେ ବୋଲି ଆଶା ରଖିଛନ୍ତି ।
ପ୍ରତି ବର୍ଷ ଜୁନ୍ ମାସଠାରୁ ସେପ୍ଟେମ୍ବର୍ ମାସର ସମୟ ପାରାଦୀପ ଉପକୂଳରେ ମାଛ ମାରୁଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ଲାଭଜନକ ହୋଇଥାଏ । ଏହି ସମୟରେ ସମୁଦ୍ରରୁ ଇଲିଶି ମାଛ ଧରାଯାଏ ଓ ମତ୍ସ୍ୟଜୀବୀମାନେ ବେଶ୍ ଲାଭବାନ ହୁଅନ୍ତି । ମାତ୍ର ଗଲା ଚାରି ପାଞ୍ଚ ବର୍ଷ ଧରି ଏହି ସମୟ ମଧ୍ୟରେ ସଠିକ୍ ଭାବେ ଇଲିଶି ମାଛ ଧରା ଯାଇ ପାରୁ ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼‘‘ବିଶେଷ କରି ଦେଶୀ ଡଙ୍ଗାରେ ମାଛ ମାରିବାକୁ ଥରକେ ପ୍ରାୟ ଆଠ ଦଶ ହଜାର ଟଙ୍କା ଖର୍ଚ୍ଚ କରି ଯାଉଥିବା ମତ୍ସ୍ୟଜୀବୀମାନେ ଏବେ ଅଳ୍ପ ମାଛ ପାଇ ଫେରୁଛନ୍ତି । ଯେଁଉ ଅଳ୍ପ କିଛି ମାଛ ଆସୁଛି ତା’ର ଦାମ୍ ସର୍ବନିମ୍ନ କେଜି ପିଛା ତଥା ଯୋଡ଼ା ୪୦୦ ଟଙ୍କାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଛୋଟ ସାଇଜ୍ ମାଛ ଥିବାରୁ ଦାମ୍ କମ୍ ରହିଛି । ଆଗକୁ ବର୍ଷା ଭଲ ହେଲେ ଅଧିକ ବଡ଼ ମାଛ ଆସିବେ ବୋଲି ଆମେ ଆଶା ରଖିଛୁ,’’ କହିଛନ୍ତି ଅଠରବାଙ୍କୀ ବାଲି ପ୍ଲଟରେ ମାଛ ବ୍ୟବସାୟ କରୁଥିବା ସରୋଜ ବେହେରା ।

ବିଗତ ବର୍ଷମାନଙ୍କରେ ପାରାଦୀପରେ ଯୋଡ଼ା ଇଲିଶି ୧୦୦ ଟଙ୍କାରୁ ୩୦୦ ଟଙ୍କାରେ ମିଳୁ ଥିଲା ।
ଏହା ବି ପଢ଼ନ୍ତୁ | ଏବେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡ଼ିବନି; ଅକ୍ଟୋବର ପୂର୍ବରୁ ନୂଆ ଶ୍ରମ ଆଇନ ଲାଗୁ ହେଉନିବିଗତ ବର୍ଷମାନଙ୍କରେ ପାରାଦୀପରେ ଯୋଡ଼ା ଇଲିଶି ୧୦୦ ଟଙ୍କାରୁ ୩୦୦ ଟଙ୍କାରେ ମିଳୁ ଥିଲା । ସେଥି ପାଁଇ ବର୍ଷକୁ ଥରେ ପାରାଦୀପରେ ରହୁଥିବା ତଥା ଆଖପାଖ ଅଞ୍ଚଳର ଲୋକେ ଏହି ସିଜିନରେ ଇଲିଶି ମାଛର ସ୍ୱାଦ ଚାଖିପାରୁଥିଲେ । ହେଲେ ଏ ବର୍ଷ କମ୍ ପରିମାଣରେ ଇଲିଶି ମାଛ ଆସିଛି ଓ ଯୋଡ଼ାକୁ ଅତି କମରେ ୪୦୦ ଟଙ୍କା ଦର ରହିଛି । ‘‘ଆଗକୁ ଅଧିକ ମାଛ ପଡି଼ଲେ ଦାମ୍ କମିବ ଓ ସାଧାରଣ ବର୍ଗର ଖାଉଟୀମାନେ ଏହାକୁ କିଣି ଖାଇ ପାରିବେ,’’ ସ୍ତାନୀୟ ବାସିନ୍ଦା ନାରାୟଣ ବେହେରା ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…କେତେବେଳେ ଇଲିଶି ମାଛ ଶସ୍ତା ତ କେତେବେଳେ ଖୁବ୍ ମହଙ୍ଗା ହୋଇଯାଏ । ବନ୍ୟାର ମଧୁର ପାଣି ମୁହାଁଣ ବାଟ ଦେଇ ସଠିକ ସମୟରେ ଆସୁ ନ ଥିବାରୁ ଓ ପ୍ରତିକୂଳ ପରିବେଶ ଯୋଗୁଁ ଗଲା କିଛି ବର୍ଷ ଧରି ଏହି ପ୍ରଜାତିର ମାଛ ଉତ୍ପାଦନରେ ବ୍ୟତିକ୍ରମ ଦେଖାଦେଉଛି ।
ଏହା ବି ପଢ଼ନ୍ତୁ | Punjab Congress crisis: ଅମରିନ୍ଦର ସିଂ କହିଥିଲେ ‘ସିଦ୍ଧୁ ପାକିସ୍ତାନର ବନ୍ଧୁ, ପଞ୍ଜାବକୁ ନଷ୍ଟ କରିଦେବେ’‘‘ଆଗକୁ ପାଗ ଅନୁକୂଳ ହେଲେ ପୁଣି ମାଛ ବ୍ୟବସାୟୀମାନେ ଏହି ସିଜିନରେ ଇଲିଶି ମାଛ ଧରି କିଛି ଲାଭବାନ ହେବେ । ସେହି ଅପେକ୍ଷାରେ ରହିଛନ୍ତି ଏଠାକାର ସବୁ ମତ୍ସ୍ୟଜିବୀ,’’ କହିଛନ୍ତି କାର୍ତ୍ତିକେଶ୍ବର ମତ୍ସ୍ୟଜୀବୀ ସଙ୍ଘର ସମ୍ପାଦକ ଦୀନବନ୍ଧୁ ଦାସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସ୍ପୋର୍ଟସ ବ୍ରା ପିନ୍ଧିଥିବାରୁ ସମାଲୋଚିତ ହେଲେ ଉର୍ଫି ଜାଭେଦ୍, ହେଲେ ପୁଣି ବୋଲ୍ଡ ଫଟୋ ଛାଡ଼ିଲେଇଲିଶି ମାଛ ଖୁବ୍ ସ୍ବାଦିଷ୍ଟ ହେଲେ ବି ଏହି ମାଛର ଦର ଖାଉଟୀମାନଙ୍କ ପାଇଁ ଉଚ୍ଚା ରହିଥିରୁ ଅଧିକ ଗ୍ରାହକ ଏହାକୁ କିଣୁନାହାନ୍ତି । ସେଥି ପାଇଁ ବ୍ୟବସାୟୀମାନେ ଚିନ୍ତାରେ ପଡି଼ଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।