News18 Odia Digital
ଭୁବନେଶ୍ୱର: ସରକାରୀ ପଦବୀର ଅପବ୍ୟବହାର କରିବା ଓ ଦୁର୍ନୀତିରେ ଲିପ୍ତ ହେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବରିଷ୍ଠ ଆଇ.ଏଫ୍.ଏସ୍. ଅଫିସର୍ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ବାଟ ଫିଟିଛି । ଏବେ ଜେଲରେ ଥିବା ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ସେହି ସୁପାରିସକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି ।
ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ପ୍ରଦର୍ଶନ କରି ରାଜ୍ୟ ସରକାର ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କ ବିରୋଧରେ ପ୍ରଥମ ଥର ପାଇଁ ଏପରି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କର ଏହି ସୁପାରିସ୍ ପାୱାର୍ କରିଡର୍ରେ ହଟଚମଟ ସୃଷ୍ଟି କରିଥିଲା । ପାଠକଙ୍କ ଘରେ ଯେମିତି ଭାବେ ରେଡ୍ କରାଯାଇଥିଲା ଓ ଯେଉଁ ପରିମାଣରେ ସମ୍ପତ୍ତି ଠାବ କରାଯାଇଥିଲା ତାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ସବୁ ଠାରୁ ବଡ଼ ଘଟଣା ଥିଲା । ପାଠକଙ୍କ ବାଧ୍ୟତାମୂଳକ ଅବସର ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ବି ରାଜ୍ୟ ପାଇଁ ପ୍ରଥମ ଘଟଣା ବୋଲି କୁହାଯାଉଛି।
ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ
“ଅଭୟକାନ୍ତ ପାଠକ ନିଜ ଦୁର୍ନୀତି ଦ୍ୱାରା ଅର୍ଜିତ ଧନକୁ ନିଜ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଥିଲେ ଓ ପୁଅକୁ ମିଥ୍ୟାଚାର ଦ୍ୱାରା ଟାଟା ମୋଟର୍ସର ଏମ.ଡି. ଭାବେ ସାମନାକୁ ଆଣିବାରେ ସାହାଯ୍ୟ କରୁଥିଲେ,’’ ଗତ ଡିସେମ୍ବର ମାସରେ କେନ୍ଦ୍ରକୁ ପଠାଇଥିବା ସୁପାରିସ ପତ୍ରରେ ଲେଖିଥିଲେ ନବୀନ ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Bengal Results: ‘ଦିଦି… ଓ ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

ଗତ ଡିସେମ୍ବର ମାସରେ କେନ୍ଦ୍ରକୁ ସୁପାରିସ ପତ୍ର ପଠାଇଥିଲେ ନବୀନ ପଟ୍ଟନାୟକ ।
ସେ ଆହୁରି ଲେଖିଥିଲେ, ‘‘ଜାଲିଆତି, ଠକେଇ ଓ ବେରୋଜଗାର ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେବା ଅଭିଯୋଗରେ ତାଙ୍କ ପୁଅ ଆକାଶ ପାଠକଙ୍କୁ ବି କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଏହି ମାମଲାରେ ଟାଟା ମୋଟର୍ସ ଦ୍ୱାରା ଏଫ୍.ଆଇ.ଆର୍. ଦାଖଲ କରାଯାଇଥିଲା ।’’
ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ
୧୯୮୭ ବ୍ୟାଚର ଆଇ.ଏଫ୍.ଏସ୍. ଅଫିସର୍ ଅଭୟକାନ୍ତ ପାଠକ ରାଜ୍ୟର ଜଙ୍ଗଲ ବିଭାଗରେ ଅତିରିକ୍ତ ପି.ସି.ସି.ଏଫ୍. (ଯୋଜନା, କାର୍ଯ୍ୟକ୍ରମ ଓ ଜଙ୍ଗଲକରଣ) ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ବାସଭବନ ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ୍ ହେବା ପରେ ତାଙ୍କୁ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନଭେମ୍ବର ୨୭ ତାରିଖରେ ଗିରଫ କରାଯାଇଥିଲା । ଏବେ ବାପ ଓ ପୁଅ ଭୁବନେଶ୍ୱରର ଝାରପଡ଼ା ଜେଲରେ ଅଛନ୍ତି ।
ଏହା ବି ପଢ଼ନ୍ତୁ | Relianceର Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ତଦାରଖ କରୁଛନ୍ତି
ସରକାରୀ ପଦବୀର ଅପବ୍ୟବହାର କରି ଅଭୟକାନ୍ତ ପାଠକ ଅମାପ ସମ୍ପତ୍ତି ଠୁଳ କରିଥିଲେ ଓ ନିଜ ପୁଅ ଆକାଶ ପାଠକଙ୍କୁ ଠକାମି ଓ ଜାଲିଆତିରେ ସହଯୋଗ କରିଥିଲେ ବୋଲି ଭିଜିଲାନ୍ସ ବିଭାଗର ତଦନ୍ତରୁ ଜଣାପଡ଼ିଥିଲା । ଆକାଶ ପାଠକଙ୍କୁ ଟାଟା ମୋଟର୍ସର ଏମ୍.ଡି. ଭାବେ ପରିଚୟ ଦେଇ ଅନେକ ଲୋକଙ୍କୁ ଠକିବାରେ ସାହାଯ୍ୟ କରିଥିଲେ ଅଭୟକାନ୍ତ । ଜାଲିଆତି, ଠକାମି ଓ ବେକାର ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପିତାପୁତ୍ର ବିପୁଳ ଅର୍ଥ ନେଇଥିବା ଅଭିଯୋଗରେ ଆକାଶ ପାଠକଙ୍କୁ ମଧ୍ୟ କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଥିଲା ।
ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁ
ଟାଟା ମୋଟର୍ସ ପକ୍ଷରୁ ଦିଆଯାଇଥିବା ଏତାଲା ଭିତ୍ତିରେ ଏହି ଗିରଫଦାରୀ ହେଇଥିଲା । ବେଆଇନ୍ ଭାବେ ହାସଲ କରିଥିବା ସମ୍ପତ୍ତିରୁ ପାଠକ ପିତାପୁତ୍ର ମର୍ସିଡେସ୍ ଓ ବି.ଏମ୍.ଡବ୍ଲ୍ୟୁ. ପରି ନାମୀଦାମୀ ବ୍ରାଣ୍ଡର କାର୍ ଚଢ଼ି ବୁଲୁଥିଲେ । ୨୦୨୦ରେ ଲକଡାଉନ୍ ସମୟରେ ପିତାପୁତ୍ର ଚାଟାର୍ଡ଼ ଫ୍ଲାଇଟ୍ରେ ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇଥିଲେ ଓ ବିଳାସପୂର୍ଣ୍ଣରେ ହୋଟେଲରେ ରହୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ପାଠକ ପିତାପୁତ୍ର ନିଜ ସାଙ୍ଗରେ ଘରୋଇ ସିକ୍ୟୁରିଟି ଗାର୍ଡ଼ ନେଉଥିଲେ ।
ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ୍ ଯିବା ପରେ ଅଭୟକାନ୍ତ ପାଠକଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ । ତାଙ୍କ ଠାରୁ ୨୦ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା । ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ବେଳେ ତାଙ୍କ ପୁଅ ଆକାଶ ପାଠକଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଥିଲା । ଉଭୟ ଏବେ ଜେଲରେ ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।