ଅଳସୁଆମି ଯୋଗୁଁ ସେକ୍ସ କରିବାକୁ ମନ ହେଉନି? କେମିତି ଫେରି ପାଇବେ ସେହି ପୁରୁଣା ଯାଦୁ

ଯୌନ ସମ୍ପର୍କ ଆରାମ ପାଇଁ ନୁହେଁ । ଭଲ ଯୌନ ସମ୍ପର୍କ ପାଇଁ ଯଥେଷ୍ଟ ପ୍ରୟାସ ଓ ଶକ୍ତି ଦରକାର । ବ୍ୟସ୍ତ ଜୀବନ ଉଭୟ ନାରୀ ଓ ପୁରୁଷକୁ କ୍ଳାନ୍ତ କରିଦିଏ ଓ ସେମାନଙ୍କ ଯୌନ ଉତ୍ସାହ କମ୍ କରିଦିଏ । ହେଲେ ଯାଦୁ ଫେରି ପାଇବା ବି ସମ୍ଭବ ।

ଅଳସୁଆମି ଯୋଗୁଁ ସେକ୍ସ କରିବାକୁ ମନ ହେଉନି? କେମିତି ଫେରି ପାଇବେ ସେହି ପୁରୁଣା ଯାଦୁ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: December 18, 2020, 8:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜଣେ ମହିଳା ନିଜ ବୈବାହିକ ସମ୍ପର୍କ ମଧ୍ୟରେ ଯୌନ କ୍ରିୟା (sex) ବିଷୟରେ ଏକ ପ୍ରଶ୍ନ ପଚାରିଛନ୍ତି ଓ ସେଥିରେ ନିଜ ସଂଶୟ ବି ବଖାଣିଛନ୍ତି । ଆମ ସେକ୍ସୁଆଲ୍‌ ୱେଲନେସ୍‌ ବିଶେଷଜ୍ଞ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ପ୍ରଶ୍ନ: ଆମର ବିବାହକୁ ସାତ ବର୍ଷ ପୂରିଲାଣି, ଆଉ ଆମେ ଗତ ୧୪ ବର୍ଷ ଧରି ଏକାଠି ରହିଛୁ । ଆମ ମଧ୍ୟରେ ବିଭିନ୍ନ ପ୍ରକାରର ଅନ୍ତରଙ୍ଗତା ଅଛି, ଆଉ ଏହାର କାରଣ ହେଉଛି ଆମର ପ୍ରାଥମିକତା । କିନ୍ତୁ ଏବେ ଆମେ ଏତେ ଅଳସୁଆ ହୋଇଗଲୁଣି ଯେ ଆଉ ଯୌନ ସମ୍ପର୍କ ରଖିବା ପାଇଁ ମନ ହେଉ ନାହିଁ । ମୁଁ ଜେଣେନି ସେକ୍ସର ସେହି ପୁରୁଣା ଯାଦୁକୁ କିପରି ଫେରାଇ ଆଣିବି । ଆମର ଥକ୍କାପଣ ଏତେ ଅଧିକ ଯେ ଯେତେବେଳେ ବି ଆମେ ଅନ୍ତରଙ୍ଗ ହେଉଛୁ ଏହି କାମ ବହୁତ ଯାନ୍ତ୍ରିକ ଲାଗୁଛି ଓ ବହୁତ ଶୀଘ୍ର ଶେଷ ହୋଇଯାଉଛି । ଏହାର କାରଣ ବୟସ ହୋଇପାରେ କି? ମୋ’ ସ୍ୱାମୀ ମୋ’ ଠାରୁ ଆଠ ବର୍ଷ ବଡ଼ । ଏମିତି ତ ନୁହେଁ ନା ଯେ ମୁଁ ଆଉ ଆଗ ପରି ସୁନ୍ଦର ଦେଖାଯାଉ ନାହିଁ?

ଉତ୍ତର: ଦେଖନ୍ତୁ, ବିବାହରେ ଯୌନ ସମ୍ପର୍କ ସବୁ କିଛି ନୁହେଁ । କେବଳ ଏଇଥି ପାଇଁ ଯେ ଆପଣଙ୍କ ଜୀବନରେ କିଛି ଅସୁବିଧା ଆସିଛି, ତା’ର ଅର୍ଥ ନୁହେଁ ଯେ ଆପଣଙ୍କ ବିବାହରେ କିଛି ସମସ୍ୟା ଅଛି ଓ ଆପଣଙ୍କ ବିବାହ ସମାପ୍ତ ହେବାକୁ ଯାଉଛି । ବିବାହର ଏତେ ବର୍ଷ ପରେ ବେଡରୁମରେ ଶିଥିଳତା ଓ ବିରକ୍ତି ଅନୁଭବ ହେବା ଏକ ସ୍ୱାଭାବିକ କଥା । କିନ୍ତୁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ ଯେ ଏହି ସ୍ଥିତିର ପ୍ରଭାବ ଯେମିତି ବେଡରୁମ୍‌ ବାହାରେ ନ ପଡ଼େ । ଆପଣଙ୍କ ମଧ୍ୟରେ କ୍ରୋଧ କିମ୍ବା ଅନ୍ୟ ପ୍ରକାରର ଫିଲିଂ ସୃଷ୍ଟି ହେବା ଭାରି ବିପଜ୍ଜନକ ହେବ ଓ ଆପଣଙ୍କ ସମ୍ପର୍କରେ ଅସୁବିଧା ଆଣିଦେବ । ହେଲେ ନିଜ ଯୌନ ସମ୍ପର୍କରେ ପୁରୁଣା ଯାଦୁକୁ ପୁନର୍ଜୀବିତ କରିବାକୁ ଆପଣଙ୍କ ଇଚ୍ଛା ଏକ ଭଲ କଥା । ଏକ ବିଫଳ ବିବାହ ହେଉଛି ସେଇଟା ଯେଉଁଠି ପତି ଓ ପତ୍ନୀ ବିବାହକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିବା ବନ୍ଦ କରିଦିଅନ୍ତି ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ପଡ଼ୋଶୀ ଘର ବୋହୂ ହିଁ ୩ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଥିଲା; ମାନିଲା, ଗିରଫ ହେଲା

ବିବାହର ପ୍ରଥମ ଦିନର ଉତ୍ସାହ ଓ ନୂତନତା ଧୀରେ ଧୀରେ କମିଯାଏ, ଆଉ ଏହା ଏକ ସ୍ୱାଭାବିକ କଥା । ଆପଣ ବି ଅନ୍ୟ ଦମ୍ପତିମାନଙ୍କ ପରି ଏକା ପ୍ରକାରର ଅଳସୁଆମିର ଶିକାର ହୋଇଗଲେଣି । ଏହାର ଏକ ବଡ଼ କାରଣ ହେଉଛି ଦୈନିକ ବ୍ୟସ୍ତ ଜୀବନ, ଯାହା ଆପଣ ଦୁହିଁଙ୍କୁ କ୍ଳାନ୍ତ କରିଦେଇଛି ଓ ଯୌନ ଉତ୍ସାହ ଏବଂ ଆନନ୍ଦକୁ ସମାପ୍ତ କରିଦେଇଛି । ଲୋକପ୍ରିୟ ବିଶ୍ୱାସର ବିପରୀତରେ ଯୌନ ସମ୍ପର୍କ ଆରାମ ପାଇଁ ଉଦ୍ଦିଷ୍ଟ ନୁହେଁ । ବିଶେଷ କରି ଭଲ ଯୌନ ସମ୍ପର୍କ ପାଇଁ ଯଥେଷ୍ଟ ପ୍ରୟାସ ଓ ଶକ୍ତି ଆବଶ୍ୟକ ।

ନିଜ ଜୀବନରେ ଥିବା ଅନାବଶ୍ୟକ ଜିନିଷଗୁଡିକ ମଧ୍ୟରେ କଁଟଛାଁଟ କରି ତାକୁ ଆପଣ ଆଗ ସଜାଡ଼ନ୍ତୁ, ଠିକ୍‌ ସେମିତି ଯେମିତି ଆପଣ ନିଜ ଘରୁ ଅଳିଆ ହଟାନ୍ତି । ପ୍ରଥମେ ସମଗ୍ର ସ୍ଥିତିକୁ ଦେଖନ୍ତୁ ଓ ଜାଣନ୍ତୁ ଯେ ଜୀବନରେ କେଉଁ ଜିନିଷର ଆବଶ୍ୟକତା ଅଧିକ । ନିଜ ପତିଙ୍କ ସହ ଏକାଠି ଅଧିକ ସମୟ ବିତାନ୍ତୁ, କଥାବାର୍ତ୍ତା କରନ୍ତୁ, ଫିଲ୍ମ ଦେଖନ୍ତୁ ଆଉ ମଜା କରନ୍ତୁ | ଯୌନ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ଭାବପ୍ରବଣ ଭାବରେ ପରସ୍ପର ସହିତ ସଂଯୋଗ କରନ୍ତୁ ।

ଏହା ବି ପଢ଼ନ୍ତୁ | ଭଲ ଖବର: ୨୩ ତାରିଖ ବୁଧବାର ଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର, ଘୋଷଣା କଲେ ପୁରୀ ଜିଲ୍ଲାପାଳ

ଯୌନ ସମ୍ପର୍କକୁ ନେଇ ଏର ଭିନ୍ନ ଶୈଳୀ ଗ୍ରହଣ କରନ୍ତୁ । ପରସ୍ପରକୁ ଲୁଭାଇବାକୁ ଚେଷ୍ଟା କରନ୍ତୁ ଏବଂ ସହଜରେ ଯୌନ ସମ୍ପର୍କ ଆଡ଼କୁ ଯାଆନ୍ତୁ ନାହିଁ । ପରସ୍ପର ସହ ଥଟ୍ଟା କରନ୍ତୁ, ଦିନ ସାରା ଥଟ୍ଟା କରନ୍ତୁ ଯେ ପର୍ଯ୍ୟନ୍ତ ଏହା ନ ଲାଗିବ ଯେ ଆପଣ ଏହା ବ୍ୟତୀତ ଅନ୍ୟ କିଛି ଚାହୁଁନାହାଁନ୍ତି ।

ଆପଣ ନିଜ ସ୍ୱାମୀଙ୍କୁ ଲଞ୍ଜରୀ (ଅନ୍ତବସ୍ତ୍ର) ପିନ୍ଧି ନିଜ ଫଟୋ ପଠାନ୍ତୁ । ଆଉ ଆପଣ ତାଙ୍କୁ ସେକ୍ସ ବିଷୟରେ ଏମିତି ନୂଆ କଥା କୁହନ୍ତୁ ଯାହା ଆପଣ ଟ୍ରାଏ କରିବାକୁ ଚାହୁଁଛନ୍ତି । ଆଉ ଆପଣ ତାଙ୍କୁ ଆପଣଙ୍କର ଅତି ପ୍ରିୟ ଯୌନ କାର୍ଯ୍ୟକଳାପ ମନେ ପକାଇଦିଅନ୍ତୁ । ତାଙ୍କୁ ଆପଣ କୁହନ୍ତୁ ଯେବେ ଗତ ଥର କେବେ ଖୁବ୍‌ ଭଲ ଯୌନ ସମ୍ପର୍କ ଓ ଚୁମ୍ବନ ସେ କରିଥିଲେ । ତାଙ୍କୁ କୁହନ୍ତୁ ତାହା ଆପଣଙ୍କୁ କେତେ ଭଲ ଲାଗିଥିଲା ।

ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ୧୪ ଦିନ ଜେଲରେ ରହିବେ

ଆପଣଙ୍କ ଶରୀର କେଉଁ ପ୍ରକାରର ତାହା ଯୌନ ଆକର୍ଷଣକୁ ପ୍ରଭାବିତ କରେ ନାହିଁ, ବିଶେଷତ ସେମିତି ବିବାହରେ ଯେଉଁଠି ଆପଣ ପରସ୍ପରର ଆତ୍ମା ଓ ବ୍ୟକ୍ତିତ୍ୱକୁ ଭଲ ପାଆନ୍ତି । ଏମିତି କ୍ୱଚିତ୍‌ ହୁଏ ଯେ ଜଣେ ବ୍ୟକ୍ତିଙ୍କ ବୟସ ତାଙ୍କ ସେକ୍ସ ଇଚ୍ଛାକୁ କମ୍‌ କରାଏ ।



ଯଦି ଆପଣଙ୍କ ସ୍ୱାମୀ ସେକ୍ସ ପ୍ରତି ଆଗ୍ରହୀ ନୁହଁନ୍ତି ତେବେ ମୁଁ ଆପଣଙ୍କୁ ପରାମର୍ଶ ଦେବି ଯେ ଆପଣ ନିଜକୁ ଅଳ୍ପ କିଛି ସମୟ ପାଇଁ ରୋକି ନିଅନ୍ତୁ ଆଉ ଆପଣଙ୍କ ସ୍ୱାମୀଙ୍କ ସହ ସଚ୍ଚୋଟ ଭାବରେ କଥା ହୁଅନ୍ତୁ । ତାଙ୍କ ଠାରୁ ଜାଣନ୍ତୁ ତାଙ୍କର ଚିନ୍ତା କ’ଣ ଓ ତାଙ୍କର ସମସ୍ୟା କ’ଣ । ସେ କାହିଁକି ଚାପଗ୍ରସ୍ତ ବା କ୍ଳାନ୍ତ ଅନୁଭବ କରୁଛନ୍ତି ବୋଲି ତାଙ୍କୁ ପଚାରି ଜାଣନ୍ତୁ । ଏହା ଆପଣଙ୍କୁ ନିଜ ସ୍ଥିତିକୁ ବୁଝିବାରେ ସାହାଯ୍ୟ କରିବ ।
Published by: Anand Shankar Thankur Das
First published: December 18, 2020, 8:31 PM IST
corona virus btn
corona virus btn
Loading