ପଦବୀର ‘ଅପବ୍ୟବହାର’: ତଦନ୍ତର ସମ୍ମୁଖୀନ ହେବେ ବରିଷ୍ଠ IAS ଅଧିକାରୀ ବିଷ୍ଣୁପଦ ସେଠୀ
ବିଷ୍ଣୁପଦ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର MD ଥିବା ବେଳେ ନିଜ ପିତା ଓ ପତ୍ନୀଙ୍କ ମେଡିକାଲ୍ ବିଲ୍ ବାବଦରେ ୯,୪୬,୦୭୧ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ମାତ୍ର ସେ ନିଜ ଓକିଲ ମାଧ୍ୟମରେ ବ୍ୟାଙ୍କରୁ ୩,୨୪,୫୩୯ ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି ।

ବରିଷ୍ଠ ଆଇଏସ ଅଫିସର ବିଷ୍ଣୁପଦ ସେଠୀ
- News18 Odia
- Last Updated: January 6, 2021, 10:48 PM IST
ଭୁବନେଶ୍ୱର: ବରିଷ୍ଠ ଆଇଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ପରେ ଏବେ ଜଣେ ଆଇଏଏସ ଅଧିକାରୀ ଭାବେ ସେ ଯେଉଁ ଅତିରିକ୍ତ ଦାୟିତ୍ଵ ସମ୍ଭାଳୁଛନ୍ତି ସେହି ବିଭାଗରୁ ସେ ସୁବିଧା ସୁଯୋଗ ପାଇ ପାରିବେ କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ଅବସରପ୍ରାପ୍ତ ପ୍ରଶାସକମାନଙ୍କ କହିବା ଅନୁସାରେ ସୁବିଧା ସୁଯୋଗ ନେବାର ବ୍ୟବସ୍ଥା ରହିଛି, କିନ୍ତୁ ଟଙ୍କା ଉଠାଇବା ପାଇଁ ସରକାରଙ୍କ ଠାରୁ ସ୍ୱତନ୍ତ୍ର ଅନୁମତି ଦରକାର ।
ବିଷ୍ଣୁପଦ ସେଠୀ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଥିବା ବେଳେ ନିଜ ପିତା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ବ୍ୟାଙ୍କରୁ ମେଡ଼ିକାଲ ବିଲ ଆକାରରେ ୯ ଲକ୍ଷ ୪୬ ହଜାର ଟଙ୍କା ଉଠାଣ କରିଥିଲେ । ଏହି ଟଙ୍କା ଉଠାଣ ତାଙ୍କ କ୍ଷମତାର ଅପବ୍ୟବହାର ବୋଲି ଅଭିଯୋଗ ଆସିବା ଉପରେ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେଉଁ ଆଇଏଏସ ଅଧିକାରୀଙ୍କ ପାଖରେ ଅତିରିକ୍ତ ଦାୟିତ୍ଵ ରହୁଛି ସେମାନେ ସେହି ବିଭାଗରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ବ୍ୟତୀତ ମେଡିକାଲ ଖର୍ଚ୍ଚ ନେଇ ପାରିବେ କି ନାହିଁ?
ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ

ଲୋକାୟୁକ୍ତ ଜଷ୍ଟିସ୍ (ରିଟାୟର୍ଡ଼) ଅଜିତ ସିଂ
ଏହା ବି ପଢ଼ନ୍ତୁ | ପତି ଘରକୁ ଡେରିରେ ଫେରିଲେ ବୋଲି ପତ୍ନୀ ରାଗରେ ତାଙ୍କ ମୁହଁରେ ଗରମ ତେଲ ଢାଳିଦେଲେ
ବିଷ୍ଣୁପଦ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଥିବାବେଳେ ନିଜ ପିତା ଓ ପତ୍ନୀଙ୍କ ମେଡିକାଲ୍ ବିଲ୍ ବାବଦରେ ୯ ଲକ୍ଷ ୪୬ ହଜାର ୭୧ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ମାତ୍ର ସେ ନିଜ ଓକିଲ ମାଧ୍ୟମରେ ବ୍ୟାଙ୍କରୁ ୩ ଲକ୍ଷ ୨୪ ହଜାର ୫୩୯ ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି ।
ବ୍ୟାଙ୍କରୁ ନିଜ ଘରର ବିଜୁଳି ବିଲ୍, ବହି କିଣା ବାବଦରେ ବର୍ଷକୁ ୧୦ ହଜାର ଟଙ୍କା ଓ ପିଅନ ବାବଦରେ ମାସକୁ ୩,୦୦୦ ଟଙ୍କା ଏ ଭଳି ମୋଟ ୪ ଲକ୍ଷ ୨୮ ହଜାର ୨୦୩ ଟଙ୍କା ନେଇଥିବା କୁହାଯାଉଛି । ସେ ୨୦୧୩ ଫେବୃୟାରୀ ୬ରୁ ୨୦୧୫ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।