ଭୁବନେଶ୍ୱର: ଘର ଆଗରେ କୁକୁରକୁ ଚଲେଇ ନେବାରୁ IAS ଅଫିସର୍‌ ମାଡ଼ ମାରିଲେ; ଥାନାରେ ଅଭିଯୋଗ

‘‘କାହିଁକି ମୋ’ ଘର ଆଗ ଦେଇ କୁକୁରକୁ ନେଇ ଯାଉଛୁ?’’ ବୋଲି ପଚାରି ଆଇ.ଏ.ଏସ୍. ଅଫିସର୍ ଗାଳି କରିଥିଲେ ଓ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ୱର: ଘର ଆଗରେ କୁକୁରକୁ ଚଲେଇ ନେବାରୁ IAS ଅଫିସର୍‌ ମାଡ଼ ମାରିଲେ; ଥାନାରେ ଅଭିଯୋଗ
ଅଭିଯୋଗକାରୀ କାଳୁ ଚରଣ ପରିଡ଼ା, ଯାଦବଙ୍କ କୁକୁର ଓ (ଡାହାଣ) ଆଇ.ଏ.ଏସ୍. ଅଫିସର ଭି.ଭି. ଯାଦବ
  • News18 Odia
  • Last Updated: April 21, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଘର ଆଗରେ କୁକୁରକୁ ଚଲେଇ ନେଇ ଯିବାକୁ ନେଇ ହୋଇଥିବା ବଚସା ଏମିତି ବଢ଼ିଗଲା ଯେ ଭୁବନେଶ୍ୱରର ଜଣେ ଆଇ.ଏ.ଏସ୍‌. ଅଧିକାରୀ ଜଣେ ସାଧାରଣ ଲୋକ ଉପରେ ଆକ୍ରମଣ କଲେ । ଭୁବନେଶ୍ୱର ୟୁନିଟ-୯ ଅଞ୍ଚଳରେ ଏମିତି ଘଟଣା ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଛି ।

ୟୁନିଟ-୯ ଅଞ୍ଚଳରେ ରହୁଥିବା କାଳୁ ଚରଣ ପରିଡ଼ା ନାମକ ବ୍ୟକ୍ତି ସହିଦ ନଗର ଥାନାରେ ଅଭିଯୋଗ କରିଥିବା ଅଭିଯୋଗ ଅନୁସାରେ ଆଇ.ଏ.ଏସ୍‌. ଅଧିକାରୀ ବୀର ବିକ୍ରମ ଯାଦବ ତାଙ୍କୁ ବୁଧବାର ସକାଳେ ମାଡ଼ ମାରିଥିଲେ । ଜନ ସ୍ୱାସ୍ଥ୍ୟ ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ପରିଡ଼ାଙ୍କର ଭୁଲ୍‌ କେବଳ ଏତିକି ଥିଲା ଯେ ସେ ଯାଦବଙ୍କ ସରକାରୀ ଆବାସ ସାମନାରେ ନିଜ କୁକୁରକୁ ଧରି ଯାଉଥିଲେ । ତାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

‘‘ମୁଁ ସବୁ ଦିନ ପରି ଆଜି (ଏପ୍ରିଲ ୨୧) ସକାଳ ପ୍ରାୟ ୭ଟା ବେଳେ ମୋ’ କୁକୁରକୁ ନେଇ ପ୍ରାତଃଭ୍ରମଣରେ ଯାଇଥିଲି । ମୋ’ ଯିବା ବାଟରେ ପଡେ ଆଇ.ଏ.ଏସ୍‌. ଅଧିକାରୀ ବୀର ବିକ୍ରମ ଯାଦବଙ୍କ ସରକାରୀ ବାସଭବନ । ସବୁ ଦିନ ସେହି ରାସ୍ତାରେ ସକାଳୁ ସକାଳୁ ମୁଁ କୁକୁର ଧରି ଯିବା ଆସିବା କରେ । ଆଜି ତାଙ୍କ ଆବାସ ସାମନାରେ ମୁଁ କୁକୁର ଧରି ଯିବା ବେଳେ ସେ ମୋତେ ହଠାତ ଗାଳି କଲେ । ‘କାହିଁକି ମୋ’ ଘର ଆଗ ଦେଇ କୁକୁରକୁ ନେଇ ଯାଉଛୁ?’ ବୋଲି ପଚାରି ଗାଳି କଲେ । ମୁଁ କିଛି କହିବା ଆଗରୁ ସେ, ତାଙ୍କ ପତ୍ନୀ ଓ ସୁରକ୍ଷା କର୍ମୀମାନେ ମୋତେ ମାଡ଼ ମାରିବା ସହ ଧସ୍ତାଧସ୍ତି କଲେ । ସେମାନେ ମୋତେ ଜୋରରେ ଠେଲି ଦେବାରୁ ମୁଁ ପଡ଼ିଗଲି । ଫଳରେ ମୋ’ ଗୋଡ଼ରେ ଆଘାତ ଲାଗିଲା,’’ କହିଛନ୍ତି ପରିଡ଼ା ।

କାଳୁ ଚରଣ ପରିଡ଼ା କହିଛନ୍ତି ଯେ ଧସ୍ତାଧସ୍ତି ବେଳେ ସେ ପଡ଼ିଯିବାରୁ ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି ।


ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ଆଇ.ଏ.ଏସ୍‌. ଅଧିକାରୀ ବୀର ବିକ୍ରମ ଯାଦବ ତା’ ପରେ ନିଜ କୁକୁରକୁ ପରିଡ଼ାଙ୍କ ଉପରକୁ ଛାଡ଼ିଦେଇଥିଲେ ବୋଲି ବି ସେ କହିଛନ୍ତି । ‘‘ତାଙ୍କ କୁକୁର ମୋତେ ଆକ୍ରମଣ କରିବା ଆଗରୁ ତା’ ପାଟିକୁ ମୁଁ ଧରି ପକେଇଥିଲି ଓ ରକ୍ଷା ପାଇଯାଇଥିଲି,’’ ସେ କହିଛନ୍ତି । ଭୁବନେଶ୍ୱର ଡିସିପି ଉମାଶଙ୍କର ସିଂ କହିଛନ୍ତି ଯେ ଏମିତି ଏକ ଅଭିଯୋଗ ମିଳିଛି ଓ ତଦନ୍ତ ଚାଲିଛି ।

ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

ଏ ନେଇ ଭି.ଭି. ଯାଦବଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିବାରୁ ସେ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି, ‘‘ପୋଲିସ ପାଖରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ କରୁ । ପୋଲିସକୁ ମୁଁ ତଦନ୍ତରେ ସହଯୋଗ କରିବି । ପ୍ରକୃତ ସତ ସାମ୍ନାଙ୍କୁ ଆସୁ । ଅଭିଯୋଗର ସତ୍ୟତା ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ ।’’



ଏହି ଘଟଣା ପରେ ସହିଦ ନଗର ଅଞ୍ଚଳରେ ଆରମ୍ଭ ହୋଇଛି ଚର୍ଚ୍ଚା । କୁକୁର କଳିର ‘‘ରହସ୍ୟ’’କୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି । କେତେକ ଲୋକଙ୍କ କହିବା ଅନୁସାରେ ଏହି କଳି ପଛର କାରଣ କେବଳ କୁକୁର ନ ହୋଇ ଆଉ କିଛି ଗୁରୁତର କାରଣ ଥାଇପାରେ । ପୋଲିସର ତଦନ୍ତରୁ ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
Published by: Anand ST Das
First published: April 21, 2021, 11:57 PM IST