ନିଶାଙ୍କୁ ଯେଉଁଠି ଦେଖିବି ଚପଲରେ ପିଟିବି; ମଇନା ଆଚାର୍ଯ୍ୟ 

ମୁଁ ମଇନା ଆଚାର୍ଯ୍ୟ ତତେ ଚ୍ୟାଲେଞ୍ଜ କରୁଛି ଯେଉଁଠି ଦେଖିବି ଚପଲରେ ପିଟିବି । ଏଥିସହ ସେହି ପୁରୁଷମାନଙ୍କୁ ମୁଁ ଚୁଡି ଦେବି ପିନ୍ଧିବାକୁ ଯେଉଁ ପୁରୁଷମାନେ ଏପରି ଅଶ୍ଳୀଳ ଭିଡିଓର ପ୍ରତିବାଦ କରୁନାହାନ୍ତି ବରଂ ମଜା ନେଉଛନ୍ତି ।

ନିଶାଙ୍କୁ ଯେଉଁଠି ଦେଖିବି ଚପଲରେ ପିଟିବି; ମଇନା ଆଚାର୍ଯ୍ୟ 

ନିଶାଙ୍କୁ ଯେଉଁଠି ଦେଖିବି ଚପଲରେ ପିଟିବି; ମଇନା ଆଚାର୍ଯ୍ୟ 

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ୱେବ ଚ୍ୟାନେଲ ଗୁଡିକୁ ଅଶ୍ଳୀଳ ମନ୍ତବ୍ୟ ଦେଇ ଏବେ ହରଡଘଣାରେ ପଡିଛନ୍ତି ନିଜକୁ ବୋଲ୍ଡ ଗର୍ଲ କହୁଥିବା ଝିଅ ନିଶା ମହାରଣା ( Nisha moharana ) । ବେଶ୍ କିଛିଦିନ ହେବ ଏହା ଉପରେ ଅନେକ ସ୍ଥାନରୁ ଭିନ୍ନଭିନ୍ନ ପ୍ରତିକ୍ରିୟା ( Reaction ) ଆସୁଛି । ଏହାରି ମଧ୍ୟରେ ନୟାଗଡର ଝିଅ ମଇନା ଆଚାର୍ଯ୍ୟ ( Maina acharya ) ନିଜ ସୋସିଆଲ ମିଡିଆରେ ( Social Media)  ଲାଇଭ୍ ଆସି ଦୀର୍ଘ ସମୟ ଧରି ନିଶାଙ୍କ ପ୍ରତିଟି କଥାର ଜବାବ ଦେଇଛନ୍ତି ।

ମଇନା କହିଛନ୍ତି ଯେ, ଝିଅ ଆମେ ବି ଆଉ ଝିଅ ସିଏ ବି .. ସବୁ ସ୍ଥାନରେ ନାରୀକୁ ସମସ୍ତେ ସମ୍ମାନ ( Respect ) ଦିଅନ୍ତି । ଅନେକ ନାରୀ ଆମ ଦେଶରେ ପୂଜ୍ୟ । କିନ୍ତୁ ନିଶା ମହାରଣାଙ୍କ ପରି ନାରୀ ଝିଅ ଜାତି ପାଇଁ କଳଙ୍କ । ଦୁହିତା ଦୁଇ କୁଳକୁ ହିତା । ଉଭୟ ବାପ ଘର ଏବଂ ଶାଶୁ ଘର ଲୋକଙ୍କୁ ନେଇ ସେ ଚଳିଥାଏ । କିନ୍ତୁ ନିଶା ମହାରଣାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୁରୁଷମାନେ ଏକଜୁଟ ହୋଇ ଏହାର ଦୃଢ ପ୍ରତିରୋଧ କରିବା କଥା । ନିଶା ମହାରଣା ସମଗ୍ର ମହାରଣା ଜାତି ପାଇଁ କଳଙ୍କ । କାରଣ ଅନେକ ମହାରଣା ଓଡ଼ିଶାର ସଂସ୍କୃତିକୁ ନିଜ ହାତରେ ନିଖୁଣ ଭାବରେ ରାଜ୍ୟ, ତଥା ରାଜ୍ୟ ବାହାରେ ମନମୁଗ୍ଧ କରି ପ୍ରତିଫଳିତ କରିଛନ୍ତି । ମହାରଣା କଳା ପାଇଁ ସାରା ଦେଶ ପ୍ରସିଦ୍ଧ । ମହାରଣା ଭାଈ ଓ ଭଉଣୀମାନଙ୍କୁ ମୁଁ କହିବି ନିଶାଙ୍କୁ ତମ ଜାତିରୁ ବାହାର କର । ଏପରି ଭିଡିଓ ଦେଖି ନିଶାଙ୍କ ବାପା ମାଆ ଖୁବ ଅନୁତାପ କରୁଥିବେ । ଭାଷା ଯେଉଁ ସ୍ଥାନରେ ଆବଶ୍ୟକ ସେଠାରେ କୁହାଯାଏ । ସୋସିଆଲ ମିଡିଆରେ ଭାଷା କହିବା ମୁର୍ଖାମୀର ପରିଚୟ । କେବଳ ନିଜ ଜିଲ୍ଲା କେନ୍ଦ୍ରାପଡାକୁ ନୁହେଁ ସାରା ଓଡ଼ିଶାକୁ ତୁ କଳଙ୍କିତ କରୁଛୁ । ମୁଁ ମଇନା ଆଚାର୍ଯ୍ୟ  ତତେ ଚ୍ୟାଲେଞ୍ଜ କରୁଛି ଯେଉଁଠି ଦେଖିବି ଚପଲରେ ପିଟିବି । ଏଥିସହ ସେହି ପୁରୁଷମାନଙ୍କୁ ମୁଁ ଚୁଡି ଦେବି ପିନ୍ଧିବାକୁ ଯେଉଁ ପୁରୁଷମାନେ ଏପରି ଅଶ୍ଳୀଳ ଭିଡିଓର ପ୍ରତିବାଦ କରୁନାହାନ୍ତି ବରଂ ମଜା ନେଉଛନ୍ତି ।

ଯଦି ଗୋଟେ ପୁରୁଷ ଏପରି କହିଥାନ୍ତା ତେବେ ସବୁ ମହିଳାମାନେ ବାହାରିପଡିଥାନ୍ତେ । କିନ୍ତୁ ନିଶାଙ୍କୁ ପ୍ରତିବାଦ କରିବାକୁ କେହି ପୁରୁଷ ବାହାରୁ ନାହାନ୍ତି । ଏଥିସହ ମହିଳାଙ୍କୁ ବି ମୁଁ କହୁଛି ଯଦି ତମେ ଅନ୍ୟାୟର ସଠିକ ପ୍ରତିବାଦ କରୁଛ ତାହେଲେ ଏ ଘଟଣାରେ ବି ଚୁପ୍ ବସନି । ମଝିରେ ଶଙ୍କର ମାଡର ଏକ ଗୀତକୁ ନେଇ ମହିଳା ସଂଗଠନ ଗୁଡିକ ପ୍ରତିବାଦ କରିଥିଲେ । କିନ୍ତୁ ନିଶା ମହାରଣାଙ୍କ କ୍ଷେତ୍ରରେ କୁଆଡେ ଗଲେ । ଆଇନ ସମସ୍ତଙ୍କ ପାଇଁ ସମାନ ।

ଏଥିସହ କିଛି ନିର୍ଦ୍ଦିଷ୍ଟ ୱେବ ଚ୍ୟାନେଲର ନାମ ନେଇ ମଇନା ସେମାନଙ୍କ ଖବର ପ୍ରସାରଣ ଶୈଳୀ ଉପରେ ମଧ୍ୟ ବର୍ଷିଛନ୍ତି । କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପାଇଁ ସମସ୍ତ ଗଣମାଧ୍ୟମ ବଦନାମ ହେଉଛି ବୋଲି ମଇନା କହିଛନ୍ତି । ନିଶା ମହାରଣାଙ୍କ ପରି ଝିଅଙ୍କ ପାଇଁ ଆଜି ନିରୀହ ଝିଅମାନେ ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି ମଇନା କହିଛନ୍ତି ।

ଜାବନରେ ମଣିଷ ଭୁଲ୍ କରେ । ଯଦି ଏହି ଭୁଲ ନିଶା ମହାରଣା କରିଛନ୍ତି ତେବେ କ୍ଷମା ମାଗନ୍ତୁ ଏବଂ ନିଜକୁ ପରିବର୍ତ୍ତନ କରନ୍ତୁ । ନିଶା କହୁଥିଲେ ସିଏ ଖୁବ ଷ୍ଟ୍ରଗଲ କରି ଆସିଛନ୍ତି । ମୁଁ ତାଙ୍କୁ କହିବାକୁ ଚାହିଁବି ଯେ, ମୋ ପାଖକୁ ଆସେ.. ଷ୍ଟ୍ରଗଲ କଣ ମୁଁ ଶିଖେଇଦେବି । ଆମ ରାୟଗଡାରେ କିଛି ଝିଅ ପରିବା ଦୋକାନ, ହୋଟେଲ, ସିଲେଇ ଦୋକାନ କରି ଷ୍ଟ୍ରଗଲ କରି ଆଗକୁ ବଢୁଛନ୍ତି । ଷ୍ଟ୍ରଗଲ ନାଁକୁ କଳଙ୍କ କରୁଛନ୍ତି ନିଶା । ସିନେମାରେ ନାୟିକା ବିକିନି ପିନ୍ଧିଲେ ବୟକଟ ପାଇଁ ଆନ୍ଦୋଳନ ହେଉଛି ଠିକ ସେପରି ଏପରି କ୍ଷେତ୍ରରେ ମଧ୍ୟ ପଦକ୍ଷପ ନିଆଯିବା ଆବଶ୍ୟକ ।

Also Read; http://ପଡ଼ିଆରେ ପଶି ବିରାଟଙ୍କ ପାଦ ଛୁଇଁଲେ ଜଣେ ଫ୍ୟାନ୍ସ; ଫଟୋ ଉଠାଇଲେ ସୂର୍ଯ୍ୟ କୁମାର ପଡ଼ିଆରେ ପଶି ବିରାଟଙ୍କ ପାଦ ଛୁଇଁଲେ ଜଣେ ଫ୍ୟାନ୍ସ; ଫଟୋ ଉଠାଇଲେ ସୂର୍ଯ୍ୟ କୁମାର
Published by:Soubhagya Mishra
First published: