News 18 Odia Digital
ଭୁବନେଶ୍ୱର; ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ (Naba das) ଗଳି କରିବା ଘଟଣାରେ ନୂଆ ନୂଆ ମୋଡ ସାମ୍ନାକୁ ଆସିଛି । ଗୋପାଳ ଦାସ କାହିଁକି ଗୁଳି କଲା ତାହା ଲୋକ ଲୋଚନଙ୍କୁ ଏ ପର୍ଯ୍ୟନ୍ତ ଆସିନଥିବା ବେଳେ କ୍ରାଇମବ୍ରାଞ୍ଚ (Crime branch) ତଦନ୍ତ ଜାରି ରହିଛି । କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ଏହା ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ମର୍ଡର କେସରେ ମୁଁ ରାଜନୀତି କରିବାକୁ ଚାହେଁନି କହିବା ସହ ତାରା କହିଛନ୍ତି, ଗତ କାଲି ନବ ଦାସଙ୍କ ସହ ଗୋପାଳର ଯେଉଁ ଫଟୋ ସବୁ ସାମ୍ନାକୁ ଆସିଛି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପ୍ରମାଣିତ କରୁଛି ନବଙ୍କ ସହ ଗୋପାଳଙ୍କର ସମ୍ପର୍କ ଖୁବ ପୁରୁଣା । ହତ୍ୟା ପଛରେ ନିଶ୍ଚିତଭାବରେ ରହସ୍ୟ ରହିଛି । ତେବେ ଏପରି ତଦନ୍ତ ପ୍ରକ୍ରିୟା ଉପରେ ମୋର ଭରସା ପାଉନି । ଏହି ଘଟଣାର ସିବିଆଇ ତଦନ୍ତ ହେବା ନିହାତି ଜରୁରୀ ।
ଅନ୍ୟପଟେ, ଏୟାରପୋର୍ଟ ଥାନା ନିକଟରେ ପାଇଖାନାରୁ ମିଳିଥିବା କାଗଜ ଟୁକୁଡାକୁ ନେଇ ଆଜି ରାଜ୍ୟରେ ଚର୍ଚ୍ଚା । ଭିଜା କାଗଜରେ ଦୃଶ୍ୟମାନ ହେଉଥିବା ନାଲି କାଳିର ଅକ୍ଷର ଓଡ଼ିଆରେ ଲେଖାଯାଇଥିବା ସୂଚନା ରହିଛି । ତେବେ କଣ ଲେଖାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ ପଢିହେଉନି । ସକାଳେ ପାଇଖାନା ଟାଙ୍କିରୁ ହାତ ଲେଖା କାଗଜ ଖଣ୍ଡ ମିଳିଥିଲା । କାଗଜ ବତୁରି ଯାଇଥିବାରୁ ଲେଖା ଅସ୍ପଷ୍ଟ ରହିଛି । କ୍ରାଇମବ୍ରାଞ୍ଚ ଏହି କାଗଜକୁ ତଦନ୍ତ ପରିସରଭୁକ୍ତ କରିବ । ତାହା ପ୍ରକୃତରେ ଗୋପାଳର ହାତ ଲେଖା କି ନୁହେଁ ତାହା ଜଣାପଡିବ । ଯଦି ଗୋପାଳ ଏହି ଚିଠି ଲେଖିଛି ତେବେ ସେଥିରେ ଗୋପାଳ କଣ ଲେଖିଥିଲା ତାହା ଗୋପାଳ ହିଁ ସ୍ପଷ୍ଟ କରିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ମିଳିଥିବା କାଗଜ ଖଣ୍ଡ ତଦନ୍ତ ପ୍ରକ୍ରିୟାରେ କେତେ ସାହାଯ୍ୟ କରିବ ଓ ସେଥିରୁ କଣ ସୁରାଗ ମିଳିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାକୁ ୫ଦିନ ବିତିଯାଇଥିଲେ ମଧ୍ୟ କେଉଁ କାରଣ ପାଇଁ ଗୋପାଳ ନବ ଦାସଙ୍କୁ ହତ୍ୟା କଲା ତାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ । କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଉପରେ ବିରୋଧୀ ଦଳ ମଧ୍ୟ ଚର୍ଚ୍ଚା ଆଲୋଚନା କରି କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ପୂର୍ବରୁ ମଧ୍ୟ ଅନେକ କେସରେ ହୋଇଛି ତାହା ଉପରୁ ପରଦା ଉଠିପାରିନି ତେବେ ଏହି ଘଟଣା ଉପରୁ କଣ ପରଦା ଉଠିବ ।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ଝାରସୁଗୁଡାରେ ଗୋପାଳ ଦାସଙ୍କ ପରିବାରକୁ ପଚରା ଉଚରା କରିଛି । ଗୋପାଳଙ୍କ ସ୍ତ୍ରୀ, ପୁତୁରାଙ୍କୁ ଜେରା କରିବା ସହ ଗୋପାଳଙ୍କ ଭାଇଙ୍କୁ ମଧ୍ୟ ଏକ ସ୍ଥାନକୁ ନେଇ ପଚରାଉଚରା କରୁଛି । ତେବେ ଗୋପାଳଙ୍କ ସ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ମୁଁ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛି ।
ଏହି ଖବର ପଢ଼ନ୍ତୁ -
http://ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କିଛି ନିନ୍ଦା... କିଛି ପ୍ରଶଂସାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।