ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ମୁଁ ଦେଖି ପାରୁଛି; କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

କଟକ ଅନୁଷ୍ଠିତ ହୋଇଥିବା ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ମୁଁ ଦେଖି ପାରୁଛି; କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ମୁଁ ଦେଖି ପାରୁଛି; କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

  • News18 Odia
  • Last Updated :
  • Cuttack | Odisha (Orissa)
  • Share this:
News 18 Odia Digital

କଟକ; ଓଡ଼ିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି, ପୂରା ଓଡ଼ିଶା ଖଣିଜ ସଂପଦରେ ଭରପୂର ରହିଛି । ଓଡ଼ିଶାର ଅଚ୍ଛେଦିନ୍ ଆସିଛି । କଟକ ଅନୁଷ୍ଠିତ ହୋଇଥିବା ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବକ୍ତବ୍ୟରେ ଶାହା କହିଛନ୍ତି ଅନେକ ଓଡ଼ିଆଙ୍କୁ କେନ୍ଦ୍ରରେ ପ୍ରତିନିଧିତ୍ୱ ପାଇଁ ସୁଯୋଗ ମିଳିଛି ।

ଏହି ମାଟିରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ପାଲଟିଛନ୍ତି, ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ଗୌରବର କଥା, ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି । ଓଡ଼ିଶାର ଅଚ୍ଛେଦିନ୍ ଆସିଗଲା ବୋଲି କହିଛନ୍ତି ଅମିତ ଶାହା ।

ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ । ସେ କହିଛନ୍ତି, ଯେବେ ବି ମୁଁ ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଥାଏ । ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଉକ୍ରଳ କେଶରୀ ହରେକୃଷ୍ଣ ମହତାବ ଦେଶ ପାଇଁ ଗୌରବ । ୭୫ ବର୍ଷ ଧରି ପ୍ରଜାତନ୍ତ୍ର ଲୋକଙ୍କ ସ୍ୱର ସାଜିବା କମ କଥା ନୁହେଁ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ଉପସ୍ଥିତ ରହିଥିଲେ ।
Published by:Soubhagya Mishra
First published: