ହାଇଦ୍ରାବାଦରୁ ଓଡ଼ିଶା ପ୍ଲାନ୍; ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି

ଓଡ଼ିଶାରେ ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି। ସବୁ ନିର୍ବାଚନ ମଣ୍ଡଳୀରେ ଦଳ ଟିକଟ ଦେବା ନେଇ ପ୍ଲାନ୍ କରୁଛି ।

ହାଇଦ୍ରାବାଦରୁ ଓଡ଼ିଶା ପ୍ଲାନ୍; ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି

ହାଇଦ୍ରାବାଦରୁ ଓଡ଼ିଶା ପ୍ଲାନ୍; ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି ( Bharat rashtra samithi )। ସବୁ ନିର୍ବାଚନ ମଣ୍ଡଳୀରେ ଦଳ ଟିକଟ ଦେବା ନେଇ ପ୍ଲାନ୍ କରୁଛି। ଓଡ଼ିଶାରେ ଦଳ ଜୋରଦାର ପ୍ରଚାର ( Campaigning ) କରିବ । ପୂର୍ବରୁ ଗିରିଧାରୀ ଗୋମାଙ୍ଗ ଓ ତାଙ୍କ ପୁଅ ଶିଶିର ଗୋମାଙ୍ଗ କେସିଆରଙ୍କ ସହ ଯୋଗାଯୋଗରେ ଥିବାବେଳେ ଏବେ ୧୨ରୁ ଅଧିକ ନେତା ଯୋଗାଯୋଗରେ ଅଛନ୍ତି। ସେପଟେ ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ପାନ ଓଡ଼ିଶାକୁ ନେତୃତ୍ୱ ଦେଇପାରିଥିବା ନେତା ଦଳ ପାଇଁ ଦରକାର ।

ହାଇଦ୍ରାବାଦରୁ ଓଡ଼ିଶା ପ୍ଲାନ୍। ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗିଙ୍କୁ ନିଜ ପକେଟକୁ ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ( Telengana CM )। କୈଳାସ ମୁଖିଙ୍କୁ ବିମାନରେ ବୁଲାଇ ମନ କିଣିଛନ୍ତି ଭାରତୀୟ ରାଷ୍ଟ୍ରୀୟ ସମିତି ମୁଖ୍ୟ। ସେପଟେ ଚାଷୀ ନେତା ଅକ୍ଷୟ କୁମାର , ପୂର୍ବତନ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକଙ୍କ ଯୋଗାଯୋଗରେ ଅଛନ୍ତି କେ ଚନ୍ଦ୍ର ଶେଖର ରାଓ ବା କେସିଆର । ନିଜ ଦଳକୁ ବଢ଼ାଇବା ଲାଗି ଓଡ଼ିଶା ଉପରେ ନଜର ପକାଇଛି ବିଆରଏସ । ଓଡ଼ିଶାରେ ବିରୋଧୀ ସୁଦୃଢ ନଥିବାରୁ ଓ ବିଜେଡି ୨୨ ବର୍ଷ ଧରି ଲଗାତାର କ୍ଷମତାରେ ଥିବାରୁ ଓଡ଼ିଶାରେ ବିକଳ୍ପ ଭାବରେ ଉଭା ହେବାକୁ ପାଗ ଭିଡୁଛି କେସିଆରଙ୍କ ବିଆରଏସ ଦଳ। ଭାରତ ରାଷ୍ଟ୍ର ସମିତି ବିକଳ୍ପ ରାଜନୈତିକ ଦଳ ଭାବେ ଉଭା ହେବ ଵୋଲି କହିଛନ୍ତି କୃଷକ ସଙ୍ଗଠନ । କଂଗ୍ରେସ ଛାଡିଛନ୍ତି ସତ୍ୟ ପ୍ରକାଶ ନାୟକ, କୈଳାସ ମୁଖୀ। ସତ୍ୟ ରାଜ୍ୟ କଂଗ୍ରେସର ସୋସିଆଲ ମିଡ଼ିଆ ମୁଖ୍ୟ । କୈଳାସ ସାଧାରଣ ସମ୍ପାଦକ। ଏମାନେ ହାତକୁ ବାଏ ବାଏ କରିବା ପରେ କଂଗ୍ରେସ କହିଛି କିଛି ଫରକ୍ ପଡିବନି ।

ଜଣେଜଣେ ନେତା କଂଗ୍ରେସ ଛାଡ଼ିବା ପରେ କଂଗ୍ରେସର ପତ୍ରଝଡା ଦିଆଯାଉଥିବା କୁହାଯାଉଛି। ଆଗକୁ ଆପ ଏବଂ ବିଆରଏସ ଓଡ଼ିଶାରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ କେସିଆର କଂଗ୍ରେସର ଆଦିବାସୀ ଭୋଟକୁ  ଭାଙ୍ଗିଦେଇପାରେ। ଆଗକୁ ଅଧୀକରୁ ଅଧିକ ନେତା ବିଆରଏସ ମୁହାଁ ହୋଇପାରନ୍ତି। ଦଳୀତ ବନ୍ଧୁ ଭଳି କଲ୍ୟାଣ କାରୀ ଯୋଜନା କିଛି ପରିମାଣରେ ଫାଇଦା ଦେଇପାରେ। ତେଲଗୁ ଭାଷା ଭାଷୀ ଲୋକଙ୍କ ଉପରେ ଦଳ ଆଖି ରଖିଥିବା ବେଳେ, ରାଜ୍ୟରେ ଦଳକୁ ଆଗକୁ ବଢେଇବା ପାଇଁ ପ୍ୟାନ ଓଡ଼ିଶା ଭଳି ନେତୃତ୍ୱ ଥିବା ଦରକାର । ବର୍ତ୍ତମାନ ଯୋଗାଯୋଗରେ ଥିବା ନେତାଙ୍କ ସେହିଭଳି ଗ୍ରହଣ ଯୋଗ୍ୟ ନେତୃତ୍ୱ ନାହିଁ । ଆଗକୁ ସାଧାରଣ ନିର୍ବାଚନ ରହିଛି । ବିଜେପି, ବିଜେଡି, କଂଗ୍ରେସ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ନୂଆ ଦଳ ବିଆରଏସର ଏଣ୍ଟ୍ରି ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଅଧିକ ଖବର ପଢନ୍ତୁ- http://ପ୍ରେମିକା ଟିନା ଥଡାନୀଙ୍କ ସହ ନିରୋଳାରେ ସମୟ ବତାଉଛନ୍ତି ଗାୟକ ହନି ସିଂ
Published by:Soubhagya Mishra
First published: