News18 Odia Digital
କଟକ: ପାଞ୍ଚ ଦିନ ଧରି ଫେରାର ଥିବା କୁଖ୍ୟତ ଗ୍ୟାଙ୍ଗଷ୍ଟର୍ ହାଇଦରକୁ ତେଲଙ୍ଗାନାରେ ଧରିବାରେ ପୋଲିସର ସଫଳତା ପଛରେ ରହିଛି ତା’ର ପ୍ରେମ କାହାଣୀ । ହାଇଦରର ପ୍ରେମ ହିଁ ପୋଲିସକୁ ତା’ ବିଷୟରେ ସୁରାକ ଦେଇଥିଲା ।
ଜଣେ ନୁହେଁ କି ଦୁଇ ଜଣ ନୁହେଁ, ହାଇଦର ପ୍ରେମରେ ପଡ଼ିଛନ୍ତି ତିନି ତିନି ଜଣ ଯୁବତୀ । ନିଜ ତେଲେଙ୍ଗାନା ରହଣି ସମୟରେ ହାଇଦର୍ ଭିନ୍ନ ଭିନ୍ନ ମୋବାଇଲ୍ ଫୋନ୍ ନମ୍ବରରୁ ନିଜ ପ୍ରେମିକାମାନଙ୍କ ସହିତ ଲଗାତାର ସମ୍ପର୍କରେ ରହୁଥିଲା । ତା’ ଫେରାର ହେବାର ଦୁଇ ଦିନ ପରେ ତା’ର ଜଣେ ପ୍ରେମିକାଙ୍କ ଫୋନ୍ କଲକୁ ଯାଞ୍ଚ କରୁ କରୁ ରାଜ୍ୟ ବାହାର ଛଅଟି ନମ୍ବରରୁ ତା’ ପାଖକୁ ଫୋନ ଆସୁଥିବା ଜାଣିବାକୁ ପାଇଥିଲା ପୋଲିସ । ସେହି ନମ୍ବରଟି ତେଲେଙ୍ଗାନାର ଥିଲା, ଆଉ କଲ୍ ମଧ୍ୟ ସେଠାରୁ ହେଉଥିବା ସ୍ପଷ୍ଟ ହୋଇଥିଲା ।
ଏହା ବି ପଢ଼ନ୍ତୁ | କୁମ୍ଭ ମେଳାରେ ୧୭ ଜଣ ସାଧୁ କରୋନା ପଜିଟିଭ୍ ହେଲେ; ମେଳା ଶେଷ କରିବା ନେଇ ମତାନ୍ତର ଜାରି
ହାଇଦରର ତଲାଶରେ ଥିବା ପୋଲିସ ତୁରନ୍ତ ସେହି ତିନୋଟି ନମ୍ବରକୁ ସର୍ଭେଇଲାନ୍ସକୁ ନେଇଥିଲା । ତା’ପରେ ଅନ୍ୟ ଦୁଇଟି ନମ୍ବର ବାବଦରେ ସୁରାକ ମିଳିଥିଲା । ତଦନ୍ତ କ୍ରମରେ ସେହି ଦୁଇଟି ଯାକ ନମ୍ବର ମଧ୍ୟ ହାଇଦରର ଆଉ ଦୁଇ ଜଣ ପ୍ରେମିକାଙ୍କର ବୋଲି ଜଣା ପଡି଼ଥିଲା । ୧୩ ତାରିଖ ସୁଦ୍ଧା ପୋଲିସକୁ ହାଇଦରର ଗତିବିଧି ବିଷୟରେ ସବିଶେଷ ସୂଚନା ମିଳିବା ପରେ ସେହି ଦିନ ହିଁ ହାଇଦ୍ରାବାଦ ଯାଇଥିଲା କଟକ କମିଶନରେଟ ପୋଲିସର ଏକ ଟିମ୍ । ହେଲେ ପୋଲିସ ସେଠାରେ ପହଞ୍ଚିବା ବେଳକୁ ହାଇଦର ନିଜ ଠିକଣା ଛାଡ଼ି ସଙ୍ଗାରେଡ୍ଡି ଜିଲ୍ଲାକୁ ଚାଲିଯାଇଥିଲା । କିନ୍ତୁ ନିଜ ପ୍ରେମିକାମାନଙ୍କ ସହ ବାର୍ତ୍ତାଳାପ ଜାରି ରଖିଥିଲା ଗ୍ୟାଙ୍ଗଷ୍ଟର୍ । ସେହି ଫୋନ୍ କଲରୁ ଲୋକେସନ୍ ଡିଟେଲ୍ ପାଇବା ପରେ ୧୫ ତାରିଖ ସନ୍ଧ୍ୟା ବେଳେ ତାକୁ ମାଡ଼ି ବସିଥିଲା ପୋଲିସ ।
ଏହା ବି ପଢ଼ନ୍ତୁ | କେତେ ସ୍ୱପ୍ନ ନେଇ ବାହା ହୋଇଥିଲା; କ୍ରେଟା କାର୍ ଓ ୨ ଲକ୍ଷ ଟଙ୍କା ନ ଆଣିବାରୁ ଜୀବନ ଗଲା

ଗିରଫ ହେବା ପରେ ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦର୍
ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛି
‘‘ହାଇଦରର ପ୍ରେମରେ ପଡ଼ିଥିବା ଏହି ତିନି ଯୁବତୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୮ ବର୍ଷ ଓ ଅନ୍ୟ ଦୁଇ ଜଣଙ୍କ ବୟସ ୨୨ ଓ ୨୬ ବର୍ଷ । ଏମାନଙ୍କ ମଧ୍ୟରୁ ଜଣେ ଭୋଗରାଇ ବାଲେଶ୍ବର ବାସିନ୍ଦା ହୋଇଥିବା ବେଳେ ଜଣେ ପଟ୍ଟାମୁଣ୍ଡାଇ ଓ ଆଉ ଜଣେ ମାହାଙ୍ଗା ବାସିନ୍ଦା । ଏହି ତିନି ଜଣ ଯୁବତୀଙ୍କୁ ହାଇଦର ଭଲ ପାଉଥିଲେ ବି ସେ ସେମାନଙ୍କ ମଧ୍ୟରୁ କାହାକୁ ବି ଅନ୍ୟ ଦୁଇ ଜଣଙ୍କ ବାବଦରେ ଅବଗତ କରାଇ ନ ଥିଲା,’’ କହିଛନ୍ତି ହାଇଦରର ଗିରଫଦାରୀ ବିଷୟରେ ସବିଶେଷ ତଥ୍ୟ ରଖୁଥିବା ଜଣେ ପୋଲିସ ଅଧିକାରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ
ହାଇଦରକୁ ଧରିବା ପରେ ଯାଇ ପୋଲିସ ଏହି ତିନି ଜଣ ଯୁବତୀଙ୍କୁ ନିଜ ହେପାଜତକୁ ନେଇଥିଲା । ସେମାନେ ଥାନାରେ ପହଞ୍ଚିବା ପରେ ପଚରାଉଚରା ସମୟରେ ହିଁ ପରସ୍ପର ବାବଦରେ ଜାଣିବାକୁ ପାଇଥିଲେ । ଏବେ ପୋଲିସ ହାଇଦରର ସେହି ତିନି ଜଣ ପ୍ରେମିକାଙ୍କ ସହ ତା’ର ତିନି ଜଣ ସହଯୋଗୀମାନଙ୍କୁ କଟକର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ।
ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ୫ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ
ଯଦି ଏହି ଯୁବତୀମାନଙ୍କ ମଧ୍ୟରୁ କାହାର ବି ହାଇଦରର ଫେରାର ହେବାରେ ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳେ ତେବେ ତାଙ୍କୁ ମଧ୍ୟ ଗରିଫ କରାଯିବ ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ହାଇଦରର ଏହି ପ୍ରେମିକାମାନେ ଭିନ୍ନ ଭିନ୍ନ ସମୟରେ ତାକୁ ଭେଟିବା ପାଇଁ ଏସ୍.ସି.ବି. ହସପିଟାଲକୁ ଆସୁଥିଲେ । ତେବେ ଏହି ଯୁବତୀମାନେ ହାଇଦର ସଂସ୍ପର୍ଶରେ କେମିତି ଆସିଲେ ଓ ଏହି ପ୍ରେମ କେତେ ପୁରୁଣା ତାହା ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ଆଉ ଏକ ସୂଚନା ମୁତାବକ ହାଇଦର ନିଜ ଜୀବନ କାଳ ମଧ୍ୟରେ ଅନେକ ଥର ପ୍ରେମରେ ପଡ଼ିଛି । ୯୦ ଦଶକରେ ଯାତ୍ରା ଅଭିନେତ୍ରୀମାନଙ୍କ ସହିତ ମଧ୍ୟ ହାଇଦର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପୂର୍ବରୁ ତା’ର ଦୁଇ ଦୁଇ ଜଣ ପତ୍ନୀ ଥାଇ ମଧ୍ୟ ସେହି ଅଭିନେତ୍ରୀମାନେ ହାଇଦରକୁ ନିଜ ଜୀବନସାଥି କରିବା ପାଇଁ ମନସ୍ଥ କରିଥିଲେ । ହାଇଦର ମଧ୍ୟ ସେମାନଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲା । କିନ୍ତୁ ଅପରାଧ ଜଗତର ପାରମ୍ପରିକ ଶତୃମାନଙ୍କୁ ନିପାତ କରି ଜଗତର ବେତାଜ୍ ବାଦଶାହା ହେବା ପାଇଁ ହାଇଦରର ଦୁର୍ବାର ଇଚ୍ଛା ଆଗରେ ହାର ମାନିଥିଲା ତା’ ପ୍ରେମ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।