ସମ୍ପର୍କ ଉପରେ ଭାରି ପଡ଼ିଲା ଅନ୍ଧ ବିଶ୍ୱାସ; ବନ୍ଧ୍ୟାକରଣ ପରେ ଘରେ ପୁରାଉନି ସ୍ୱାମୀ

ଘରର ଠାକୁର ଆଉ ସ୍ତ୍ରୀ ଦ୍ଵାରା ପୂଜା ପାଇବେ ନାହିଁ। ବନ୍ଧ୍ୟାକରଣ ପରେ ପାଟିତୁଣ୍ଡ କରି ସ୍ତ୍ରୀକୁ ଘରୁ ବାହାର କରି ଦେଇଛି ସ୍ବାମୀ।

ସମ୍ପର୍କ ଉପରେ ଭାରି ପଡ଼ିଲା ଅନ୍ଧ ବିଶ୍ୱାସ

ସମ୍ପର୍କ ଉପରେ ଭାରି ପଡ଼ିଲା ଅନ୍ଧ ବିଶ୍ୱାସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କେନ୍ଦୁଝର: କେନ୍ଦୁଝର (Keonjhar) ଜିଲ୍ଲା ତେଲକୋଇ ବ୍ଲକ ଡିମିରିଆ ଗାଁରେ ଘଟିଛି ଅଭାବନୀୟ ଘଟଣା। ସ୍ତ୍ରୀର ବନ୍ଧ୍ୟାକରଣ ପରେ ନିଜ ସ୍ତ୍ରୀକୁ ଘରେ ପୁରାଉନାହିଁ ସ୍ବାମୀ।

ଏବେ ସ୍ତ୍ରୀ ହାତରୁ ଠାକୁର ପାଇବେ ନାହିଁ ପୂଜା।‌ ସ୍ଵାମୀ ଘରକୁ ପୁରାଉ ନଥିବାରୁ ଆମ୍ବଗଛ ମୂଳେ ଆଶ୍ରୟ ନେଇଛନ୍ତି ସ୍ତ୍ରୀ ଜାନକୀ ଦେହୁରୀ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତ ଡିମିରିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ସ୍ତ୍ରୀର ବନ୍ଧ୍ୟାକରଣ ପରେ ସ୍ବାମୀ ନିଜ ସ୍ତ୍ରୀକୁ ଘରେ ପଶିବାକୁ ଦେଉ ନାହିଁ।

ସମ୍ପର୍କ ଉପରେ ଭାରି ପଡ଼ିଲା ଅନ୍ଧ ବିଶ୍ୱାସ


ଘରର ଠାକୁର ଆଉ ସ୍ତ୍ରୀ ଦ୍ଵାରା ପୂଜା ପାଇବେ ନାହିଁ। ତାଙ୍କୁ ନପଚାରି ବନ୍ଧ୍ୟାକରଣ ହୋଇଥିବାରୁ ଅଡି ବସିଛି ସ୍ଵାମୀ ରବି ଦେହୁରୀ। ଏଥିପାଇଁ ପାଟିତୁଣ୍ଡ କରି ସ୍ତ୍ରୀକୁ ଘରୁ ବାହାର କରି ଦେଇଛି ରବି।

ଅନ୍ୟ ଉପାୟ ନପାଇ ଘର ସମ୍ମୁଖରେ ଆମ୍ବଗଛ ମୂଳରେ ଜାନକୀ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଛନ୍ତି। ରବି ଦେହୁରୀ, ସ୍ତ୍ରୀ ଜାନକୀଙ୍କର ୧୧ଟି ସନ୍ତାନ ମଧ୍ୟରୁ ୫ଜଣ ପୁଅ ଓ ୫ ଜଣ ଝିଅ ଅଛନ୍ତି। ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ବାପା-ମାଙ୍କ ପାଖରେ କାମଧନ୍ଦା ନଥିବାରୁ ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା ସମ୍ଭବପର ନୁହେଁ।

ପଢ଼ନ୍ତୁ ଏହି ଖବର: କିନ୍ନରଙ୍କୁ ମିଠା ଖୁଆଇଲେ ଜୟନାରାୟଣ ମିଶ୍ରଙ୍କ ଝିଅ; ବିବାଦରେ ଅଛନ୍ତି ବାପା

ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ପରେ ଜାନକୀଙ୍କୁ ଦ୍ବିତୀୟ ବିବାହ କରିଥିଲେ ରବି। ବାରମ୍ବାର ସନ୍ତାନ ଜନ୍ମ ପରେ ଜାନକୀଙ୍କର ଶରୀର କ୍ଷୀଣ ହୋଇଯାଇଛି। ଗତ ୧୪ ତାରିଖ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବନ୍ଧ୍ୟାକରଣ ଶିବିରରେ ଆଶା ଓ ଡାକ୍ତରଙ୍କ ପରାମର୍ଶକ୍ରମେ ଜାନକୀ ଅସ୍ତ୍ରୋପଚାର କରିଥିଲେ।

ବନ୍ଧ୍ୟାକରଣ ପରେ ଘରେ ପୁରାଉନି ସ୍ୱାମୀ


ସ୍ତ୍ରୀ ଅସ୍ତ୍ରୋପଚାର କରିଥିବାରୁ ସ୍ତ୍ରୀ ହାତରେ ଠାକୁର ଆଉ ପୂଜା ପାଇବେ ନାହିଁ ବୋଲି କହି ସ୍ତ୍ରୀକୁ ଘରୁ ବାହାର କରି ଦେଇଥିଲେ ରବି। ମାସକର ଶିଶୁପୁତ୍ରକୁ ଧରି ଘର ସମ୍ମୁଖରେ ଥିବା ଆମ୍ବଗଛ ମୂଳରେ ଆଶ୍ରୟ ନେଇଛନ୍ତି ଜାନକୀ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Published by:Lipina Das
First published: