ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀକୁ ଅତି ନୃସଂଶ ଭାବରେ ହତ୍ୟା କଲା ସ୍ବାମୀ; କଟା ମୁଣ୍ଡ ଧରି ବୁଲିଲା

ରାତି ୩ଟାରେ ସ୍ତ୍ରୀ ଶୁଚଳା ଶୋଇଥିବା ସମୟରେ ପ୍ରତିଶୋଧ ପରାୟଣ ହୋଇ ଏକ ଧାରୁଆ କଟୁରୀ ସାହାଯ୍ୟରେ ବେକ କାଟି ମୁଣ୍ଡ ଓ ଗଣ୍ଡି ସମ୍ପୂର୍ଣ୍ଣ ଅଲଗା କରି ଦେଇଥିଲା ଅଭିଯୁକ୍ତ ସ୍ହାମୀ।

ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀକୁ ଅତି ନୃସଂଶ ଭାବରେ ହତ୍ୟା କଲା ସ୍ବାମୀ

ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀକୁ ଅତି ନୃସଂଶ ଭାବରେ ହତ୍ୟା କଲା ସ୍ବାମୀ

  • Share this:
News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁରେ ପିଶାଚ ସ୍ୱାମୀର ନାରକୀୟ କାଣ୍ଡ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅତି ନୃସଂଶ ଭାବରେ ହତ୍ୟା କରିଛି ସ୍ୱାମୀ ନାକଫୋଡି ମାଝୀ।

ରାତି ୩ଟାରେ ସ୍ତ୍ରୀ ଶୁଚଳା ଶୋଇଥିବା ସମୟରେ ପ୍ରତିଶୋଧ ପରାୟଣ ହୋଇ ଏକ ଧାରୁଆ କଟୁରୀ ସାହାଯ୍ୟରେ ବେକ କାଟି ମୁଣ୍ଡ ଓ ଗଣ୍ଡି ସମ୍ପୂର୍ଣ୍ଣ ଅଲଗା କରି ଦେଇଥିଲା।

ଶୁଚଳା ମାଝୀକୁ ହତ୍ୟା କରିବା ପରେ ତା'ର କଟା ମୁଣ୍ଡକୁ ହାତରେ ଧରି ଚନ୍ଦ୍ରଶେଖରପୁର ଗ୍ରାମରୁ ଭୋର ୪ଟାରୁ ଦୀର୍ଘ ୧୨ କିଲୋମିଟର ପାଦରେ ଚାଲିଚାଲି ରାସ୍ତା ଅତିକ୍ରମ କରୁଥିଲା ଅଭିଯୁକ୍ତ ସ୍ବାମୀ। ବାଟରେ ଯିଏ ଯାହା କହିଲେ ବି ସେ କାହାରି କଥା ଶୁଣୁନଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

ସକାଳ ପ୍ରାୟ ପାଞ୍ଚଟା ସମୟରେ ହଠାତ ରାସ୍ତା ଉପରେ ପାଦରେ ଚାଲି ଚାଲି ଯାଉଥିବା ବେଳେ ତା'ର ଗୋଟିଏ ହାତରେ କଟୁରୀ ଅନ୍ୟ ହାତରେ ଏକ କଟାମୁଣ୍ଡକୁ ଦେଖି ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇ ପଡ଼ିଥିଲେ ଦେଖଣାହାରୀ। କେଉଁଆଡ଼େ ଯାଉଛି ବୋଲି ପ୍ରଶ୍ନ କରିବାରୁ ସ୍ତ୍ରୀକୁ ହତ୍ୟା କରି ସଦରଥାନାରେ ଆତ୍ମ ସମର୍ପଣ କରିବାକୁ ଯାଉଛି ବୋଲି କହିଥିଲା ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ବୋଲି କହିଛନ୍ତି ବେଲଟିକିରି ବାସିନ୍ଦା।

ନାକଫୋଡି ମାଝି ଓ ଶୁଚଳା ମାଝୀ ୨୫ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ଗୋଟିଏ ପୁଅ ସେନାରେ କାମ କରୁଥିବା ବେଳେ ଆଉ ଗୋଟିଏ ପୁଅ ପ୍ରାଇଭେଟ କମ୍ପାନୀରେ ଚାକିରୀ କରୁଛି। ଅଭିଯୁକ୍ତ ନାକଫୋଡି ମାଝୀଙ୍କ କହିବା କଥା ସେ ମୁଲ ଲାଗିବାକୁ ଯାଉଥିବା ସମୟରେ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ରଖୁଥିଲା। ତିନିଥର ନିଜ ଆଖିରେ ଦେଖିବା ପରେ ତାଙ୍କୁ ବାରଣ କରିଥିଲେ। ହେଲେ ଶୁଚଳା ଶୁଣିନଥିଲେ।

‘‘ହତ୍ୟାକାଣ୍ଡ ଘଟିଥିବା ରାତିରେ ମୁଁ ସ୍ତ୍ରୀକୁ ପୁଣି ବୁଝାସୁଝା କରିବା ସହିତ ଏଭଳି କାମରୁ ବିରତ ରହିବାକୁ କହିଥିଲି। ହେଲେ ଶୁଚଳା ମୋ କଥା ନମାନି ଅଯଥା ଯୁକ୍ତି କରିଥିଲା। ବାରମ୍ବାର ବୁଝାଇବା ପରେ ବିଫଳ ହେବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲି ମୁଁ। ରାତି ୩ଟା ସମୟରେ କଟୁରୀ ସାହାଯ୍ୟରେ ଶୁଚଳାଙ୍କ ବେକକୁ ବାରମ୍ବାର ଆଘତ କରି ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଥିଲି,’’ କହିଛି ଅଭିଯୁକ୍ତ ସ୍ବାମୀ।

ଅଭିଯୁକ୍ତ ସ୍ୱାମୀ ନାକଫୋଡି ସ୍ତ୍ରୀର କଟାମୁଣ୍ଡକୁ ହାତରେ ଧରି ଦୀର୍ଘ ୧୨ କିଲୋମିଟର ଅତିକ୍ରମ କରିବା ପରେ ଜଙ୍ଖିରା ନିକଟରେ ଗ୍ରାମବାସୀ ଅଟକାଇଥିଲେ। ପରେ ଗନ୍ଦିଆ ଥାନାରେ ଖବର କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟାମୁଣ୍ଡ ଓ କଟୁରୀକୁ ଜବତ କରିବା ସହ ଚନ୍ଦ୍ରଶେଖରପୁର ଗାଁରୁ ଶୁଚଳାଙ୍କ ମୃତଦେହ ଜବତ କରିଥିଲା। ଅଭିଯୁକ୍ତ ନାକଫୋଡିକୁ ଗନ୍ଦିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
Published by:Lipina Das
First published: