ପରକୀୟା ପ୍ରୀତି ଉଜାଡ଼ିଦେଲା ସୁନା ସଂସାର; ସନ୍ଦେହରେ ସ୍ତ୍ରୀକୁ ହତ୍ଯା କଲା ସ୍ୱାମୀ

ପରକୀୟା ପ୍ରୀତିର କରୁଣ ପରିଣତି। ସ୍ତ୍ରୀର ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ।

ସ୍ତ୍ରୀର ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ

ସ୍ତ୍ରୀର ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନରେ ଚାଞ୍ଚଲ୍ୟ। ଏମିତି ଅଭାବନୀୟ ଘଟଣା ଘଟିଛି ଭରତପୁର ତେଲଗୁ ବସ୍ତିରେ। ମୃତକ ଜଣଙ୍କ ହେଲେ ମାମା ପ୍ରଧାନ। ତେବେ ଅଭିଯୁକ୍ତ ସାଗର ପ୍ରଧାନକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି।

ପୋଲିସର ସୂଚନା ଅନୁସାରେ, ମଙ୍ଗଳବାର ସାଢ଼େ ୪ଟା ସମୟ କୌଣସି କାରଣକୁ କେନ୍ଦ୍ରକରି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଥିଲା। କିଛି ସମୟ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲେ। ଏହି ସମୟରେ ମୃତକ ହାତ କଟି ରକ୍ତ ବାହାରିଛି। ଏହି ସମୟରେ ଅଭିଯୁକ୍ତ ଉତକ୍ଷିପ୍ତ ହୋଇ ତଣ୍ଟି ଚିପି ମାରି ଦେଇଛି।

ପତ୍ନୀଙ୍କୁ ହତ୍ୟା କରିବା ପରେ ଘର ବାହାରେ ବସିଥିଲା ଅଭିଯୁକ୍ତ ସ୍ୱାମୀ ସାଗର। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତାକୁ ଅଟକ ରଖିଛି।  ପଚରା ଉଚୁରା ବେଳେ ପୋଲିସକୁ ମୋବାଇଲର କିଛି ରେକର୍ଡ଼ିଂ ଅଭିଯୁକ୍ତ ଶୁଣାଇଛି। ଘର ମାଲିକଙ୍କ ସୂଚନା ଅନୁସାରେ ଗତ ଦେଢ଼ ମାସ ହେଲା ଭରତପୁର ଘର ଭଡା ନେଇ ରହୁଥିଲେ। ଦୁଇ ବର୍ଷ ହେଲା ଵିଵାହ କରିଥିଲେ। ଅଭିଯୁକ୍ତ ଘର କେନ୍ଦୁଝର ଜିଲ୍ଲାରେ କିନ୍ତୁ ତାଙ୍କ ବାପା ମା ବ୍ରହ୍ମପୁର ହଳଦିଆ ପଦର ରହୁଛନ୍ତି।

କାନ୍ଥରୁ ଲିଭିନି ବାହା ଚିତା, ଯୌତୁକ ଜୁଇରେ ଜଳିଗଲେ ନବ ବିବାହିତା

ସାଗର ରଙ୍ଗ ମିସ୍ତ୍ରୀ ଭାବରେ କାମ କରନ୍ତି। ତାଙ୍କର ୧୮ ମାସର ଜଣେ ଛୁଆ ଅଛି। ତାଙ୍କ ସନ୍ତାନ ଜଣକ ସାଗରଙ୍କ ପରିବାରଙ୍କ ପାଖରେ ରହୁଛି। ଏପରିକି ଗତ ୨୦ ଦିନ ତଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଘର ମାଲିକ ଘର ଛାଡିବାକୁ କହିଥିଲେ। ନୂଆ ଘର ଖୋଜିଲା ପଯ୍ୟନ୍ତ ରହିବା ପାଇଁ କଥା ହୋଇଥିଲେ।

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି; ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ମିଳିଥିବା ସୂଚନା ଅନୁସାରେ, ମୃତ ମହିଳା ମାମା ପ୍ରଧାନଙ୍କୁ ସନ୍ଦେହ କରୁଥିଲା ସ୍ଵାମୀ ସାଗର।  ଯେଉଁ କାରଣ ପାଇଁ ଘରେ ସବୁବେଳେ ଝଗଡା ଲାଗି ରହୁଥିଲା । ଯେହେତୁ ସାଗର ରଙ୍ଗ ମିସ୍ତ୍ରୀ ଭାବେ କାମ କରେ, ତେଣୁ ସେ କାମକୁ ଯିବା ପରେ ମାମା ଅନ୍ୟ ଯୁବକଙ୍କ ସହ କଥାବାର୍ତ୍ତା ହୁଏ ବୋଲି ସନ୍ଦେହ କରୁଥିଲା ଅଭିଯୁକ୍ତ।  ଯାହାକୁ ନେଇ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଛି।  ଏପରିକି ସ୍ତ୍ରୀ ମୋବାଇଲ ଫୋନରୁ କିଛି ଅଡିଓ କଲ ମଧ୍ୟ ସେ ଶୁଣିଥିଲା। ଯେଉଁଥିରେ ପତ୍ନୀ ଅନ୍ୟ ଜଣେ ଯୁବକ ସହ ପ୍ରେମଳାପ କରୁଥିଲେ।  ଯାହାକୁ ନେଇ ସେ ସବୁବେଳେ ଉତକ୍ଷିପ୍ତ ରହୁଥିଲେ ।
Published by:Soumya Das
First published: