ଏହି ବ୍ୟକ୍ତିଙ୍କୁ ତତକ୍ଷଣାତ୍ ମିଳିଗଲା ନିଜ କର୍ମର ଫଳ! VIDEO ଭାଇରାଲ୍ ହେଲା; ଦେଖନ୍ତୁ

କୌଣସି ଏକ ଗାଁର ଏକ କ୍ଷେତରେ ଘଟିଥିବା ଏହି ଘଟଣାର ଭିଡିଓରୁ ଏହା ପ୍ରମାଣିତ ହୁଏ ଯେ କାହା ପାଇଁ କେବେ ମନ୍ଦ ପାଞ୍ଚିଥିଲେ ଆମେ ନିଜେ ନିଜ ଜ୍ଞାତ-ଅଜ୍ଞାତରେ ମନ୍ଦ ଫଳ ଭୋଗୁଁ ।

ଏହି ବ୍ୟକ୍ତିଙ୍କୁ ତତକ୍ଷଣାତ୍ ମିଳିଗଲା ନିଜ କର୍ମର ଫଳ! VIDEO ଭାଇରାଲ୍ ହେଲା; ଦେଖନ୍ତୁ
ଭାଇରାଲ୍ ଭିଡିଓର ଏକ ଦୃଶ୍ୟ
  • News18 Odia
  • Last Updated: February 9, 2021, 5:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଖରାପ ଆଚରଣ ପାଇଁ ଖରାପ ଫଳ ମିଳେ ବୋଲି ଆମେ ଶୁଣିଛୁ । କାହା ପାଇଁ କେବେ ମନ୍ଦ ପାଞ୍ଚିଥିଲେ ଆମେ ନିଜେ ନିଜ ଜଣା-ଅଜଣାରେ ମନ୍ଦ ଫଳ ଭୋଗୁଁ ବୋଲି ଆମକୁ କୁହାଯାଇଥାଏ । ଅନେକ ଲୋକ ଭାବନ୍ତି ଯେ ଏହି ମନ୍ଦ ଫଳ ଏବେ ସଙ୍ଗେ ସଙ୍ଗେ ମିଳିବ ନାହିଁ । ହେଲେ ମନ୍ଦ କାମ ପାଇଁ ଫଳ lତକ୍ଷଣାତ୍‌ ମିଳୁଥିବାର (instant karma) ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ସେହି ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଲେଣି ।

ସେହି ଭିଡିଓରେ ଜଣେ ବ୍ୟକ୍ତି ଏକ ପକ୍ଷୀକୁ ଗୁଳି କରୁଥିବା ଓ ସେହି କାର୍ଯ୍ୟ ପାଇଁ ତତକ୍ଷଣାତ୍ କର୍ମ ଫଳ ପାଉଥିବା ଦେଖାଯାଇଛି । ମାତ୍ର ଛଅ ସେକେଣ୍ଡର ଏବି ଭିଡିଓ କ୍ଲିପ ଭାରତୀୟ ବନ ସେବାର (Indian Forest Service) ସୁଶାନ୍ତ ନନ୍ଦ ଟ୍ୱିଟ୍ କରିଛନ୍ତି ।

କୌଣସି ଏକ ଗାଁର ଏକ କ୍ଷେତରେ ଘଟିଥିଲା ଏହି ଘଟଣା । କ୍ୟାମେରାରେ ଧରାପଡି଼ଥିବା ଦୃଶ୍ୟର ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଏକ ମୋଟା ନିଶ ଥିବା ବ୍ୟକ୍ତି ଏକ ବନ୍ଧୁକରେ ଆକାଶରେ ଉଡ଼ିଯାଉଥିବା ଏକ ପକ୍ଷୀକୁ ଗୁଳି ଚଳାଇବାକୁ ଲକ୍ଷ୍ୟ ରଖୁଛନ୍ତି । ତା’ ପରେ ଯାହା ହେଉଛି ତାହା ବେଶ୍‌ ମଜାଦାର ।

କୁର୍ତ୍ତା ପିନ୍ଧିଥିବା ଏହି ବ୍ୟକ୍ତି ଚଢ଼େଇକୁ ଲକ୍ଷ କରି ବନ୍ଧୁକର ଟ୍ରିଗର ପୁ୍ଲ୍‌ କରନ୍ତି, ଆଉ ବନ୍ଧୁକରୁ ଗୁଳି ତୀବ୍ର ବେଗରେ ଯାଇ ଚଢ଼େଇର ଡେଣାକୁ ଆଘାତ କରୁଥିବା ଦେଖାଯାଏ । କିନ୍ତୁ ପକ୍ଷୀଟି ଆକାଶରୁ ଖସି ସେହି ବ୍ୟକ୍ତିଙ୍କ ଆଡ଼କୁ ତୀବ୍ର ବେଗରେ ଆସୁଥିବାର ଦେଖାଯାଏ । ପକ୍ଷୀଟି ଶିକାରୀର ଆଖିରେ ଆସି ଆଘାତ କରେ ଓ ସେ ଯନ୍ତ୍ରଣାରେ ଚିତ୍କାର କରୁଥିବା ଦେଖାଯାଏ । କଷ୍ଟ ପାଉଥିବା ଶିକାରୀ ଗୋଟିଏ ହାତରେ ନିଜ ଆଖିକୁ ଘୋଡ଼ାଉଥିବାର ଦେଖାଯାଏ ।

ଏଇଠି ଦେଖନ୍ତୁ ସେହି ଭିଡିଓ:



ଏହି ସମୟରେ ସେହି ଭିଡିଓ ରେକର୍ଡି଼ଂ କରୁଥିବା ବ୍ୟକ୍ତି ହସିବାକୁ ଲାଗନ୍ତି । ଏହି ଭିଡିଓଟି ପୋଷ୍ଟ କରି ସୁଶାନ୍ତ ନନ୍ଦ ଏକ ସରଳ ଶବ୍ଦ ଏହାର କ୍ୟାପସନ୍ ରୂପେ ଦେଇଛନ୍ତି । ତାହା ହେଉଛି: ‘କର୍ମ’ । ଏହା ଦ୍ୱାରା ସେ ଜଣେଇବାକୁ ଚାହାନ୍ତି ଯେ ନୀରିହ ପକ୍ଷୀକୁ ଗୁଳି ମାରିବା ପରି ମନ୍ଦ କାମ କରୁଥିବା ବ୍ୟକ୍ତିଙ୍କୁ ତତକ୍ଷଣାତ୍‌ କର୍ମଫଳ ମିଳିଗଲା ।



IFS ଅଧିକାରୀ ସୁଶାନ୍ତ ନନ୍ଦ ଜଣେ ବନ୍ୟପ୍ରାଣୀ ସଂରକ୍ଷଣକର୍ତ୍ତା ରୂପେ ଜଣାଶୁଣା । ସୋସିଆଲ୍‌ ମିଡ଼ିଆରେ ତାଙ୍କର ଅଧିକାଂଶ ପୋଷ୍ଟ ବନ୍ୟ ପ୍ରାଣୀଙ୍କୁ ସଂରକ୍ଷଣ କରିବା ପାଇଁ ଲୋକଙ୍କୁ ପ୍ରେରଣା ଯୋଗାଏ ।
Published by: Anand Shankar Thankur Das
First published: February 9, 2021, 5:19 PM IST