News 18 Odia Digital
ନୂଆଦିଲ୍ଲୀ: କିଛି ମାସ ହେବ ପାକିସ୍ତାନର ଜନସାଧାରଣଙ୍କୁ ଖାଦ୍ୟ ଓ ପାନୀୟ ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଥିଲା। ପାକିସ୍ତାନର ଲୋକଙ୍କୁ ରୁଟି ଖାଇବା ପାଇଁ ଅଟା ମିଳୁନଥିବା ଖବର ମଧ୍ୟ ନଜରକୁ ଆସିଥିଲା । ଆପଣ ନିଶ୍ଚିତ ଭାବରେ କିଛି ଦିନ ପୂର୍ବରୁ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ପାକିସ୍ତାନର ଭୋକିଲା ଲୋକମାନେ ଅଟା ଟ୍ରକ୍ ଲୁଟ୍ କରୁଥିଲେ ଯାହା । ଠିକ୍ ସେହିପରି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ଟ୍ୱିଟରରେ ସେୟାର କରାଯାଇଥିବା ଭିଡିଓରେ ଦାବି କରାଯାଇଛି ଯେ, ଏହି ଭିଡିଓ ପାକିସ୍ତାନରୁ ଆସିଛି ଏବଂ ଲୋକମାନେ ସେଠାରେ ଏକ ବଜାରରେ କଦଳୀ ବିକ୍ରୟ କରିବାକୁ ଆସିଥିବା ବାଳକର କାର୍ଟ ଲୁଟ କରିଛନ୍ତି।
ଦେଖନ୍ତୁ ଭିଡିଓ- https://twitter.com/crazyclipsonly/status/1655316575501836288?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1655316575501836288%7Ctwgr%5Eaeed7507a7f2e8dc4612d9c7b0fc8905c1c9710e%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Foff-beat%2Fhungry-pakistan-poor-people-loot-the-handcart-of-a-child-who-came-to-sell-bananas%2F1686825
ଭାଇରାଲ୍ ଭିଡିଓରେ ଆପଣ ଦେଖିବାକୁ ପାଉଛନ୍ତି ଯେ, ଏକ ଛୋଟ ପିଲା ଗଧ ସାହାଯ୍ୟରେ ଏକ ଗାଡିରେ କିଛି କଦଳୀ ଆଣିଛି । ଏହା ଦେଖିବା ପରେ ସ୍ଥାନୀୟ ଲୋକ ପିଲାଟିକୁ ଘେରି ଯାଇଥିଲେ, ଲୋକମାନେ କଦଳୀ କିଣିବା ପରିବର୍ତ୍ତେ ଲୁଟିବା ଉଦ୍ଦେଶ୍ୟରେ ଆସିଥିଲେ । ଲୋକମାନେ ପିଲାଟି ସହ କିଛି ସମୟ କଥାବାର୍ତ୍ତା କରିବା ପରେ କୌଣସି ମତାମତ ନନେଇ କିଛି ଜଣ ଲୋକ ତାଙ୍କ ହ୍ୟାଣ୍ଡକାର୍ଟରୁ କଦଳୀ ଉଠାଇ ପଳାଇବାକୁ ଲାଗିଲେ । ଏହା ଦେଖି ଅନ୍ୟ ଲୋକମାନେ ମଧ୍ୟ ସମାନ କାର୍ଯ୍ୟ କରିବା ଆରମ୍ଭ କଲେ । ଯାହାଫଳରେ ପିଲାଟି କାନ୍ଦିବାକୁ ଲାଗିଲା ଏବଂ ଲୋକଙ୍କୁ ନିବେଦନ କଲା । କିନ୍ତୁ ପିଲାଟିର କଥା ଶୁଣିବାକୁ କେହି ପ୍ରସ୍ତୁତ ନଥିଲେ। ଲୋକମାନେ କଦଳୀ ନେଇଯାଉଥିବା ସମୟରେ ପିଲାଟି ଗଧକୁ ତରକାଇଦେଲା । ଫଳରେ ଗଧଟି ଦୌଡିବାରୁ ଗାଡି ଆଗକୁ ଗଡିବାରେ ଲାଗିଲା । ଗାଡିଟି ଗଡିବା ପରେ ମଧ୍ୟ ଲୋକମାନେ ଲୁଟ୍ କରିବା ଜାରିରଖିଥିଲେ ।
ଟ୍ୱିଟରରେ ଭିଡିଓ ଭାଇରାଲସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଲୋକମାନେ ବହୁତ ଦୁଃଖ ଅନୁଭବ କରୁଛନ୍ତି ଏବଂ କହିଛନ୍ତି ଯେ, ପାକିସ୍ତାନରେ ଲୋକଙ୍କ ମଧ୍ୟରେ ଏତେ ଅନାହାର ଦେଖାଦେଇଛି ଯେ କିଣାକିଣି କରିବା ପରିବର୍ତ୍ତେ ସେମାନେ ଲୁଟ୍ କରିବା ଆରମ୍ଭ କରିଛନ୍ତି। ଏହି ଭିଡିଓ ଟ୍ୱିଟରରେ @crazyclipsonly ନାମକ ଏକ ଭେରିଫାଏଡ୍ ହୋଇଥିବା ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି । ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଖୁବ୍ ପୁରୁଣା ବୋଲି କେହି କେହି ମତ ଦେଉଥିବାବେଳେ ପ୍ରକୃତରେ ଏହା ପାକିସ୍ତାନର କିମ୍ୱା ଅନ୍ୟ କେଉଁ ସ୍ଥାନର ତାହା ସଠିକ୍ ସାବ୍ୟସ୍ତ ହୋଇନାହିଁ ।
ଏହି ଖବର ପଢ଼ନ୍ତୁ -
Govt job: ପୋଲିସ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ: ଏମିତି କରନ୍ତୁ ଆବେଦନPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।