ଗେଟ୍ ବିବାଦକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଅସନ୍ତୋଷ; ଅନଶନରେ ବସିଛନ୍ତି ସମସ୍ତେ

ଦୁଇ ନମ୍ବର ଗେଟ ଖୋଲିବା ଦାବିରେ ବୁଧବାର ଠାରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ର। ଦାବି ପୂରଣ ନହେବା ଯାଏଁ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ।

ଗେଟ୍ ବିବାଦକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

ଗେଟ୍ ବିବାଦକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

  • Share this:
News18 Odia Digital

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଦେଖାଦେଇଛି। ମୁଖ୍ୟ ଗେଟ୍‌ ଖୋଲିବା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରମାନେ।

ବୁଧବାର ସନ୍ଧ୍ୟାରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ରମାନେ। ରେଭେନ୍ସା ବିଶ୍ବବିଦ୍ୟାଳୟରେ ମୋଟ ୪ଟି ଫାଟକ ରହିଥିଲା ବେଳେ ମୁଖ୍ୟ ୨ ନମ୍ବର ଫାଟକକୁ ସନ୍ଧ୍ୟା ୬ଟା ପରେ ବନ୍ଦ କରାଯାଉଛି। ବିଶ୍ୱବିଦ୍ୟାଳୟର ୨ ନଂ ମୁଖ୍ୟ ଫାଟକକୁ ତାଲା ପକେଇ ପିଲିଗ୍ରୀମ ରୋଡ଼ ୪ ନଂ ଫାଟକ ଖୋଲିବା ନେଇ କୁଳପତି ଦେଇଥିବା ନିର୍ଦ୍ଦେଶକୁ ତୀବ୍ର ବିରୋଧ କରିଛନ୍ତି ଛାତ୍ରଛାତ୍ରୀମାନେ।

ଛାତ୍ରଙ୍କ ଅଭିଯୋଗ ହେଉଛି ଛତ୍ରବଜାର, ମାଲଗୋଦାମ ନିକଟରେ ୪ ନଂ ଗେଟ୍‌ ରହିଛି। ସେହି ପଟେ ଭାରୀଯାନ, ମାଲପରିବହନ ଗାଡ଼ି ଯାତାୟାତ କରୁଛି। ଏହାଛଡ଼ା ସେପଟେ ଏକ ମଦ ଦୋକାନ ମଧ୍ୟ ଅଛି। ଫଳରେ ଏହି ସ୍ଥାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଖାଲି ସେତିକି ନୁହେଁ ୪ ନମ୍ବର ଗେଟ ପଟେ ଅନ୍ଧାରରେ ଯିବାକୁ ଛାତ୍ରଛାତ୍ରୀ ଅସୁରକ୍ଷିତ ମଣୁଛନ୍ତି। ତେଣୁ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ରେଭେନ୍ସାରେ ଅଧ୍ୟୟନରତ ଛାତ୍ର ନିତେସ କୁମାର ସାହୁ କହିଛନ୍ତି।

ଅନଶନ ନେଇ ମୁହଁ ଖୋଲିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ। ରେଭେନ୍ସା ରେଜିଷ୍ଟ୍ରାର କହିଛନ୍ତି ବିଶ୍ୱବିଦ୍ୟାଳୟର ୪ଟି ଗେଟ ରହିଛି। ତେବେ ସବୁ ବନ୍ଦ ରହୁନି, ତିନୋଟି ଗେଟ୍ ବନ୍ଦ ରହୁଛି। ସମୟ ସୀମା ଅନୁସାରେ ସନ୍ଧ୍ୟା ୬ଟା ପରଠୁ ୧ନଂ, ୨ନଂ ଓ ୩ନଂ ଗେଟ ବନ୍ଦ ରହୁଛି। ଆଉ ୨ ନମ୍ବର ଗେଟର ଗଳି ଗେଟ ପଟେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ, ଅଭିଭାବକମାନେ ଚଳପ୍ରଚଳ ହେଉଛନ୍ତି। କିନ୍ତୁ କୌଣସି ବାଇକ କିମ୍ବା କାରକୁ ଏହି ତିନି ଗେଟ ପଟେ ଆସିବା ବାରଣ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସନ୍ଧ୍ୟା ପରେ ଏହି ମୁଖ୍ୟ ଗେଟ ମଧ୍ୟ ଦେଇ ଅନେକ ଅସାମାଜିକ ଵ୍ୟକ୍ତି ବିଶ୍ୱବିଦ୍ୟାଳୟ ପରିସରକୁ ପସୁଛନ୍ତି। ଯାହାଦ୍ୱାରା କ୍ୟାମ୍ପସ ବଦନାମ ହେବା ସହ ରେଭେନ୍ସାର ବାତାବରଣ ମଧ୍ୟ ଖରାପ ହେଉଛି। ଏହାଛଡ଼ା କ୍ୟାମ୍ପସରେ ରହୁଥିବା ଦୃଷ୍ଟି ହୀନ ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ୪ ନମ୍ବର ଗେଟରେ ଯିବା ଆସିବା ସମୟରେ ଯଦି କିଛି ଅସୁବିଧା ହେଉଛି ତେବେ ସିଧାସଳଖ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଭକ୍ତଚରଣ ପ୍ରଧାନ।

ଗେଟ୍‌ ବିବାଦର ତୁରନ୍ତ ସମାଧାନ ହେଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।
Published by:Lipina Das
First published: