News 18 Odia Digital
ପୁରୀ; ଶ୍ରୀକ୍ଷେତ୍ରକୁ ବୁଲି ଆସିଥିବା ଗଙ୍ଗାସାଗର ଯାତ୍ରୀ ମୌଳିକ ସୁବିଧା ନପାଇବାରୁ ଏହାର ଅଭିନବ ପ୍ରତିବାଦ ଜଣାଇଛନ୍ତି । ଶତାଧିକ ସଂଖ୍ୟାରେ ଗଙ୍ଗାସାଗର ଯାତ୍ରୀ ପୁରୀ ରେଳ ଷ୍ଟେସନ୍ରୁ (Puri Railway station ) ପଦଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି। ଜିଲ୍ଲାପାଳଙ୍କୁ ଅବ୍ୟବସ୍ଥା ସଂପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଭାରତୀୟ କିଷାନ ମଜଦୁର ଦଳିତ ସଂଗଠନ ନେତୃତ୍ୱରେ ଉତ୍ତରପ୍ରଦେଶର ( Uttar Prdesh ) ପ୍ରାୟ ୫ଶହ ଗଙ୍ଗାସାଗର ଯାତ୍ରୀ ଗତକାଲି ପୁରୀରେ ପହଞ୍ଚିଥିଲେ । କିନ୍ତୁ ପହଞ୍ଚିବା ପରେ ସେମାନଙ୍କ ପାଇଁ ନା ପିଇବା ପାଣି ମିଳିଥିଲା, ନା ଶୌଚାଳୟ ବ୍ୟବସ୍ଥା ଥିଲା। ମଶା ଡାଉଁଶରେ ସାରା ରାତି କାଟିଥିଲେ ସମସ୍ତ ଯାତ୍ରୀ। ଏ ସଂପର୍କରେ ସଂଗଠନର ରାଷ୍ଟ୍ରୀୟ ପ୍ରଭାରୀ ନରେନ୍ଦ୍ର ସିଂହ କୁଶବାହା କହିଛନ୍ତି, ଯାତ୍ରୀଙ୍କ ପାଇଁ ରହିବା, ଖାଇବା, ପିଇବା ପାଣି, ଶୌଚାଳୟ ଆଦିର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲୁ। ଗଙ୍ଗାସାଗର ଯାତ୍ରା ସାରି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର ପରମ୍ପରା ରହିଥିବାରୁ ଗଙ୍ଗାସାଗର ଯାତ୍ରା ପରେ ଗତକାଲି ପୁରୀରେ ପହଞ୍ଚିଥିଲୁ । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମକୁ କୌଣସି ପ୍ରକାର ସହାୟତା ମିଳିନଥିଲା। ଗଙ୍ଗାସାଗର ଯାତ୍ରାରେ ଆସିଥିବା ସମସ୍ତ ଯାତ୍ରୀ ତଥା ସଂଗଠନର କର୍ମକର୍ତ୍ତା ରହିବା ପାଇଁ ବହୁ କଲବଲ ହୋଇଥିଲେ। ରେଳ ଷ୍ଟେସନ୍ରେ ପହଞ୍ଚିବା ବେଳକୁ ପିଇବା ପାଣି ମିଳିନଥିଲା। ଶୌଚାଳୟ ବି ଯାଇପାରିନଥିଲୁ। ଚୋରି ଭୟରେ ରାତିରେ ଖୋଲା ଆକାଶ ତଳେ ରାତି କାଟିଥିଲୁ । ଯେହେତୁ ଶ୍ରୀକ୍ଷେତ୍ର ପୁରୀ ଧାର୍ମିକ କ୍ଷେତ୍ର, ବହୁ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି, ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଦରକାର ବୋଲି କୁଶବାହା କହିଛନ୍ତି।
ପ୍ରତିବାଦ ସ୍ବରୂପ ଯାତ୍ରୀମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ବି ପ୍ରଦାନ କରାଯାଇଛି। ଯେଉଁ ଯାତ୍ରୀମାନେ ଆସିଛନ୍ତି, ସେମାନଙ୍କ ରହିବା, ଖାଇବା ଆଦିର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ଅଧିକ ଖବର ପଢ଼ନ୍ତୁ -
http://ଆଜି ରୋଜଗାର ମେଳାରେ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପିଏମ ମୋଦିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।