News18 Odia Digital
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ରୁଚିକାଙ୍କ ମୃତ୍ୟୁ ହୋଇଛି । ଏହାସହ ବେକରେ ଥିବା କଳା ଦାଗ ମୃତ୍ୟ ପୂର୍ବର ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ସ୍ପଷ୍ଟ କରାଯାଇଛି । ବୁଧବାର ଶବ ବ୍ୟବଛେଦ ରିପୋର୍ଟ ପୋଲିସକୁ ହସ୍ତାନ୍ତର କରିବ କ୍ୟାପିଟାଲ ହସ୍ପିଟାଲର ଡ଼ାକ୍ତରୀ ଟିମ।
ବିଜେବି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ନେଇ ବଢୁଛି ରହସ୍ୟ । ଶବ ବ୍ୟବଚ୍ଛେଦ ରିପୋର୍ଟ ରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତରି ଟିମ ଉଲ୍ଲେଖ କରିଛନ୍ତି, ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି । ରଶିରେ ଝୁଲି ପଡିବାରୁ ରୁଚିକାଙ୍କ ଶ୍ୱାସରୁଦ୍ଧ ହୋଇଛି । ରୁଚିକାଙ୍କ ବେକରେ ଥିବା କଳା ଦାଗ ମୃତ୍ୟୁ ପୂର୍ବର। ରଶିରେ ଝୁଲି ପଡିବାରୁ ବେକରେ କଳା ଦାଗ ରହିଛି । ସେହିଭଳି ଭିସେରା ରିପୋର୍ଟ ପରୀକ୍ଷା ପାଇଁ ରସୁଲଗଡ଼ ସ୍ଥିତ ଫରେନସିକ ଲାଵକୁ ନମୁନା ପଠାଯିବ ବୋଲି ବଡ଼ଗଡ଼ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ କହିଛନ୍ତି, "ଏବେ ସୁଦ୍ଧା ହଷ୍ଟେଲର ୧୦୦ରୁ ଅଧିକ ଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ୩ ପୋଲିସ ତିନିଦିନ ଧରି ହଷ୍ଟେଲକୁ ଯାଇ ତଦନ୍ତ କରୁଛି । ଏଥିପାଇଁ ୩ ଟିମ ଗଠନ କରାଯାଇଛି । କିନ୍ତୁ ଏବେ ସୁଦ୍ଧା ଅଭିଯୋଗ ଆସିଥିବା ୩ ଛାତ୍ରୀଙ୍କୁ ଚିହ୍ନଟ କରାଯାଇନାହିଁ । ସେହିଭଳି ରୁଚିକାଙ୍କ ଗାଁକୁ ଯାଇ ସମ୍ପର୍କୀୟମୁଁନଙ୍କୁ ମଧ୍ୟ ପଚରାଉଚରା ହୋଇଛି" ।
ସେପଟେ ନ୍ୟାୟ ପାଇଁ ଚତୁର୍ଥ ଦିନରେ କଲେଜ ସମ୍ମୁଖରେ ବସି ରହିଛନ୍ତି ମୃତ ରୁଚିକାଙ୍କ ମା । ବର୍ଷା ସତ୍ତ୍ୱେ ପରିବାର ଲୋକେ କଲେଜ ଗେଟ ସମ୍ମୁଖରୁ ହଟୁ ନାହାନ୍ତି। ସେହିଭଳି ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ କଲେଜ ସମ୍ମୁଖରେ ନ୍ୟାୟ ପାଇଁ ଆନ୍ଦୋଳନ କରୁଛନ୍ତି । ଏବେ ସୁଦ୍ଧା କଲେଜ କର୍ତ୍ତୃପକ୍ଷ ତାଙ୍କୁ ଭେଟି ନଥିବା ଅଭିଯୋଗ କରିଛନ୍ତି ରୁଚିକାଙ୍କ ମା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।