ଝାରପଡ଼ା ହାଟ ଭଙ୍ଗା ଘଟଣା: ଲକ୍ଷ୍ମୀସାଗର ଥାନାରେ ପଡ଼ିଲା ଶତାଧିକ ଅଭିଯୋଗ

ଧୀରେ ଧୀରେ ଝାରପଡ଼ା ହାଟ ଭଙ୍ଗା ଘଟଣା ନୂଆମୋଡ଼ ନେବାରେ ଲାଗିଛି। ଏହି ଘଟଣାରେ କ୍ଷତିପୂରଣ ଓ ଥଇଥାନ ଦାବିରେ ରବିବାର ଲକ୍ଷ୍ମୀସାଗର ଥାନାରେ ପହଞ୍ଚିଥିଲେ ଶତାଧିକ କ୍ଷତିଗ୍ରସ୍ତ ବ୍ୟବସାୟୀ ।

ଲକ୍ଷ୍ମୀସାଗର ଥାନାରେ ପଡ଼ିଲା ଶତାଧିକ ଅଭିଯୋଗ (ପ୍ରତୀକାତ୍ମକ ଛବି)

ଲକ୍ଷ୍ମୀସାଗର ଥାନାରେ ପଡ଼ିଲା ଶତାଧିକ ଅଭିଯୋଗ (ପ୍ରତୀକାତ୍ମକ ଛବି)

  • Share this:
Newa18 Odia Digital

ଭୁବନେଶ୍ୱର: ଧୀରେ ଧୀରେ ଝାରପଡ଼ା ହାଟ ଭଙ୍ଗା ଘଟଣା ନୂଆମୋଡ଼ ନେବାରେ ଲାଗିଛି। ଏହି ଘଟଣାରେ କ୍ଷତିପୂରଣ ଓ ଥଇଥାନ ଦାବିରେ ରବିବାର ଲକ୍ଷ୍ମୀ ସାଗର ଥାନାରେ ପହଞ୍ଚିଲେ ଶତାଧିକ କ୍ଷତିଗ୍ରସ୍ତ ବ୍ୟବସାୟୀ । ବିନା ନୋଟିସରେ ଦୋକାନ ଘର ଭଙ୍ଗାଯାଇଥିବାରୁ  ସମ୍ପୃକ୍ତ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଦୋକାନ ଓ ତା ଭିତରେ ଥିବା ସାମଗ୍ରୀ ନଷ୍ଟ କାରଣରୁ କ୍ଷତି ପୁରଣ ଦାବି କରି ଶତାଧିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ।

ଏହି କ୍ଷତିଗ୍ରସ୍ତ ଦୋକାନୀଙ୍କ ସହ ମଧ୍ୟ ଲକ୍ଷ୍ମୀ ସାଗର ଥାନାରେ ପହଞ୍ଚି ଥିଲେ ଉଭୟ ବିଜେପି ଓ କଂଗ୍ରେସ  ଏକ ପ୍ରତିନିଧି ଦଳ । ଉଭୟ ଦଳର ନେତାଙ୍କ ଉପସ୍ଥିତିରେ ଏହି ଶତାଧିକ ବ୍ୟବସାୟୀମାନେ ଦୋକାନ ଭଙ୍ଗା ଓ ଦୋକାନରୁ ସାମଗ୍ରୀ ଚୋରି ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ । ଏହି କାରଣରୁ ଲକ୍ଷ୍ମୀ ସାଗର ଥାନାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ରାଜନୈତିକ ଦଳର ନେତାଙ୍କ ଉପସ୍ଥିତିରେ କ୍ଷତିଗ୍ରସ୍ତ ଦୋକାନୀମାନେ ନ୍ୟାୟ ପାଇବା ପାଇଁ ଦାବି କରିଥିଲେ।

କ୍ଷତିଗ୍ରସ୍ତ ଦୋକାନୀଙ୍କ ସହିତ ଥାନାରେ ପହଞ୍ଚି ଥିଲେ ବରିଷ୍ଠ ବିଜେପି ନେତା ତଥା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟ ଜନକ ବୋଲି ସେ ମତ ରଖିବା ସହିତ ତୁରନ୍ତ ଏହି ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବା ଦରକାର। ସେହିଭଳି ୩୩ ନମ୍ବର ୱାର୍ଡ଼ର ବିଜେପି କର୍ପୋରେଟର ଏହି ଘଟଣାକୁ ନିନ୍ଦା କରିବା ସହିତ ଏହା ସରକାରୀ ଦଳର ଆକ୍ରୋଶ ମୂଳକ ମନୋଭାବର ପରିଚୟ।ଏହାକୁ ଯେତେ ନିନ୍ଦା କଲେ ବି କମ ହେବ।

ସେହିପରି ବିଜେପି ଟିମ ପଛେ ପଛେ ଲକ୍ଷ୍ମୀ ସାଗର ଥାନାରେ ପହଞ୍ଚି ଥିଲେ କଂଗ୍ରେସର ପ୍ରତିନିଧି ଦଳ। ଦଳ ଦାବି କରିଛି ଯେ, ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ ଯେତେ ନିନ୍ଦା କଲେ ବି କମ ହେବ। କ୍ଷତିଗ୍ରସ୍ତ ଦୋକାନୀମାନେ ଦୋକାନ ଓ ମୂଲ୍ୟବାନ ସାମଗ୍ରୀ ହରାଇବା ସହିତ ଖରାରେ ରାସ୍ତା କଡରେ ପଡ଼ି ରହିଛନ୍ତି। ତେଣୁ ମେୟର ଘଟଣାସ୍ଥଳକୁ ଆସନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ଦଳର ମେୟର ପ୍ରାର୍ଥୀ ଥିବା ମଧୁସ୍ମିତା ଆଚାର୍ଯ୍ୟ। କ୍ଷତି ପୂରଣ ସହ ଦୋକାନୀଙ୍କୁ ଥଇଥାନ କରନ୍ତୁ ଓ ସେମାନଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ। ଥାନାରେ ଅଭିଯୋଗ ସମୟରେ କ୍ଷତିଗ୍ରସ୍ତ କିଛି ଵ୍ୟବସାୟୀ ଓ ସେମାନଙ୍କ ପରିବାର କାନ୍ଦି କାନ୍ଦି ନିଜ ଅଭିଯୋଗ ବଖାଣିଥିଲେ।
Published by:Soumya Das
First published: