News18 Odia Digital
ପୁରୀ: ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀ ମୁହାଣ ଠାରୁ ନୂଆନଈ ମୁହାଣ ବାଙ୍ଗର ଜଙ୍ଗଲ ନିକଟ ସମୁଦ୍ର କୂଳରେ ପଡ଼ି ରହିଛି ଏକ ମାନବ ଶରୀର କଙ୍କାଳ। ଲାଗିଥିବା କପଡ଼ାରୁ ଏହା ଏକ ପୁରୁଷର କଙ୍କାଳ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିବା ବେଳେ ଘଟଣା ସ୍ଥଳରେ ରାମଚଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବନ୍ୟାଜଳରେ ଭାସି ଆସି ପ୍ରାଣ ହରାଇଛନ୍ତି କିମ୍ବା କୌଣସି କାରଣରୁ ହତ୍ୟା କି ଆତ୍ମହତ୍ୟା ସେ ନେଇ କୌଣସି ତଥ୍ୟ ମିଳି ପାରିନାହିଁ।
ସୂଚନା ମୁତାବିକ, କଙ୍ଗାଳ ଶରୀର ପୁରା ସଢ଼ି ଯାଇଥିବା ବେଳେ ହାତ ଓ ଗୋଡ଼ ଅଧା ସଢ଼ା ଅବସ୍ଥାରେ ରହିଛି। କଙ୍କାଳର ହାତରେ ବ୍ଲୁ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ଅଣ୍ଟାରେ ଏକ ବେଲ୍ଟ ଲାଗିଥିବା ଦେଖିବାକୁ ମିଳିଛି।
କଙ୍କାଳ ପାଖରେ ହଳଦୀ ରଙ୍ଗର କପଡ଼ା ପଡ଼ିଥିବା ଦେଖିବା ମିଳିଛି। ଏନେଇ ସ୍ଥାନୀୟ ଲୋକ ମେରାଇନ ଥାନରେ ସୂଚନା ଦେଇଥିଲେ। ତେବେ କଙ୍କାଳଟି କେଉଁଠୁ ଆସିଲା। ଏହି କଙ୍କାଳଟି କାହାର ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।