ହ୍ୟୁମାନ ସାଗର- ଶ୍ରୀୟା ଦାମ୍ପତ୍ୟ କଳହ ପ୍ରସଙ୍ଗ; କିଏ ସେ ତୃତୀୟ ବ୍ୟକ୍ତି ?

କିଏ ସେହି ତୃତୀୟ ବ୍ୟକ୍ତି ? କାହା ପାଇଁ ପତି ପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା? ଉଭୟଙ୍କ ପ୍ରେମମୟ ଜୀବନରେ କିଏ ବିଷ ଭରି ଦେଲା?

ହ୍ୟୁମାନ ସାଗର- ଶ୍ରୀୟା ଦାମ୍ପତ୍ୟ କଳହ ପ୍ରସଙ୍ଗ; କିଏ ସେ ତୃତୀୟ ବ୍ୟକ୍ତି ?

ହ୍ୟୁମାନ ସାଗର- ଶ୍ରୀୟା ଦାମ୍ପତ୍ୟ କଳହ ପ୍ରସଙ୍ଗ; କିଏ ସେ ତୃତୀୟ ବ୍ୟକ୍ତି ?

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Human Sagar ) ଓ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦାମ୍ପତ୍ୟ କଳହ ଦୂର ହେବା ପରିବର୍ତ୍ତେ ପ୍ରତିଦିନ ନୂଆ ନୂଆ ଟୁଇଷ୍ଟ୍ ଆସୁଛି । ଏହା ସହ ପତିପତ୍ନୀଙ୍କ କହଳ ମଧ୍ୟରେ ଏବେ ଏକ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି । ପରସ୍ପର ମଧ୍ୟରେ ଥିବା ବିବାଦକୁ ଉଭୟ ଦୂର କରି ଏକାଠି ଜୀବନ ଜାପନ କରିବା କଥା କହୁଥିଲେ ମଧ୍ୟ ଏଥିପାଇଁ ଆବଶ୍ୟକ ହେଉଥିବା ଆଲୋଚନା ଲାଗି କୌଣସି ପକ୍ଷ ନିଜ ଆଡୁ ପ୍ରଥମ ଚରଣ ଉଠାଇବାକୁ ନାରାଜ ।

ଏହାରି ଭିତରେ କଥା ଯାଇ ଅଟକିଛି ତୃତୀୟ ବ୍ୟକ୍ତି (3rd Person ) ବା ପକ୍ଷଙ୍କ ପାଖରେ । ଜଣେ କେହି ତୃତୀୟ ପକ୍ଷ ପତିପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ମୂଳ କାରଣ ବୋଲି କହି ସେ ପକ୍ଷ ଜଣଙ୍କ କିଏ ତାହା ସେ ଜାଣି ପାରିନଥିବା କଥା କହିଛନ୍ତି ଶ୍ରୀୟା । ସେପଟେ ଶ୍ରୀୟାଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ "ଥାର୍ଡ ପର୍ସନ କଥା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଆସିବା କଥା ନୁହେଁ ଏବଂ ସେପରି କେହି ତାଙ୍କ ଜୀବନରେ ନାହଁନ୍ତି କିନ୍ତୁ ହୁଏତ ଶ୍ରୀୟାଙ୍କୁ କେହି ଭୁଲ୍ ବାଟରେ ନେଇଥାଇପାରେ’ ବୋଲି ମତ ରଖିଛନ୍ତି ହ୍ୟୁମାନ ।

ତେବେ କିଏ ସେହି ତୃତୀୟ ବ୍ୟକ୍ତି ବା ପକ୍ଷ? କାହା ପାଇଁ ପତି ପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା ? ଉଭୟଙ୍କ ପ୍ରେମମୟ ଜୀବନରେ କିଏ ବିଷ ଭରି ଦେଲା ? ସେହି ତୃତୀୟ ପକ୍ଷ କୁହାଯାଉଥିବା ବ୍ୟକ୍ତି ଜଣଙ୍କ ଜଣେ ମହିଳା ନା ପୁରୁଷ ? ଏ ସବୁ କଥା ଅସ୍ପଷ୍ଟ ରହିଛି । ଶ୍ରୀୟା ସେହି ବ୍ୟକ୍ତିଙ୍କ ନାଁକୁ ପ୍ରଘଟ ନ କରିବା ଏବଂ ସଠିକ ସମୟରେ ଏହାକୁ ପ୍ରମାଣ ସହ ଉପସ୍ଥାପନ କରିବେ ବୋଲି କହୁଥିବା ବେଳେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଏହି ବିବାଦ ପଛରେ ସେମିତି କେହି ବି ତୃତୀୟ ବ୍ୟକ୍ତି ନଥିବା କଥା କହିଛନ୍ତି ହ୍ୟୁମାନ ।

ଶ୍ରୀୟା ଏବେବି ସମାଧାନ ଚାହୁଁଛନ୍ତି । କିନ୍ତୁ ହ୍ୟୁମାନ ତାଙ୍କୁ ପତ୍ନୀର ମର୍ଯ୍ୟାଦା ଓ ସମ୍ମାନ ଦେଲେ ହିଁ ସେ ହ୍ୟୁମାନଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ଏହାସହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୟକୁ ସେ ଅପେକ୍ଷା କରିଥିବା କଥା ମଧ୍ୟ କହିଛନ୍ତି । ସେପଟେ କେହି ଶ୍ରୀୟାଙ୍କୁ ଭୁଲ୍ ବାଟରେ ନେଇଥାଇପାରେ ବୋଲି ଅଭିଯୋଗ କରିଛନ୍ତି ହ୍ୟୁମାନ । ଏହାରି ଭିତରେ ଆସନ୍ତାକାଲି ସେ କଟକ ମହିଳା ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବେ ବୋଲି ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ହ୍ୟୁମାନ ।

ଅଧିକ ପଢ଼ନ୍ତୁ - http://India vs Newzeland: ତୃତୀୟ ଦିନିକଆରେ ଏହି ଦୁଇ ଖେଳାଳି ଖେଳିବେ ନାହିଁ, ଜାଣନ୍ତୁ ପୂରା ଖବର
Published by:Soubhagya Mishra
First published: