News18 Odia Digital
କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Human Sagar) ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୩୦ ତାରିଖରେ ଉଭୟ ମହିଳା ଥାନାରେ ହେବେ ହାଜର।
ଶ୍ରୀୟା ୩୦ ତାରିଖରେ ଆସିବେ ବୋଲି ପୋଲିସକୁ ଜଣାଇଲେ। ସେଥିପାଇଁ ପୋଲିସ ପକ୍ଷରୁ ୩୦ ତାରିଖରେ ହ୍ୟୁମାନକୁ ଆସିବାକୁ ଜଣାଯାଇଛି। ପୂର୍ଵରୁ ସମାଧାନ ପାଇଁ ଉଭୟ ଦୁଇ ଦିନ ସମୟ ନେଇଥିଲେ। ଗତ ୧୯ ତାରିଖରେ କଟକ ମହିଳା ଥାନାରେ ହାଜର ହୋଇଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର। ଉଭୟଙ୍କ ମହିଳା ଥାନାରେ କାଉନ୍ସେଲିଂ କରିଥିଲା ପୋଲିସ।
ତେବେ ଆସନ୍ତା ୩୦ ତାରିଖ ଦିନ ହିଁ ଏହି ସିଙ୍ଗର କପଲ ଦାମ୍ପତ୍ୟ କହଳ କେଉଁ ଦିଗକୁ ଯିବ ତାହା ନିର୍ଦ୍ଧାରଣ ହୋଇଯିବ ବୋଲି ଆଲୋଚନା ହେଉଛି।
ଏହି ଖବର ବି ପଢ଼ନ୍ତୁ: ବୟଫ୍ରେଣ୍ଡ ନଥିଲେ କଲେଜ ମନା; ଭାଲେଣ୍ଟାଇନ୍ସ ଡେ ପାଇଁ ଜାରି ହେଲା ଏପରି ଏକ ଚିଠିସେପଟେ ଶ୍ରୀୟା ହ୍ୟୁମାନଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯ୍ୟାତନା, ପରକୀୟା ପ୍ରୀତି, ଧାର୍ମିକ ଭାବନାକୁ ଆଘାତ ଦେବା ଓ ଯୌତୁକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିବାରୁ ଶ୍ରୀୟା ଆପସ ବୁଝାମଣା ପାଇଁ ଆଉ ରାଜି ନ ହେଲେ ହ୍ୟୁମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି କହିଛି ପୋଲିସ।
‘‘ଆମେ ୩୦ ତାରିଖକୁ ଅପେକ୍ଷା କରିଛୁ। ଯଦି ଶ୍ରୀୟା ଓ ହ୍ୟୁମାନଙ୍କ କାଉନସିଲିଂ ସଫଳ ହେଲା ତ ଠିକ ଅଛି ଅନ୍ୟଥା ଶ୍ରୀୟାଙ୍କ ଏତଲା ଆଧାରରେ ଆମେ ଏକ ମାମଲା ରୁଜୁ କରିବୁ। ତା' ପରେ ମାମଲାର ତଦନ୍ତ କରାଯିବ। ତଦନ୍ତରୁ ଯାହାବି ମିଳିବ ସେହି ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,'’ କହିଛନ୍ତି ଉଭୟଙ୍କ କାଉନସିଲିଂ କରୁଥିବା କଟକ କମିଶନରେଟ ପୋଲିସର ଏସିପି ଅମିତାବ ମହାପାତ୍ର।
ତେବେ ଶ୍ରୀୟା ଓ ହ୍ୟୁମାନଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବା ଏହି ଝଡ଼ ପଛରେ ଜଣେ ତୃତୀୟ ବ୍ୟକ୍ତିଙ୍କ ଭୂମିକା ଥିବା ଶ୍ରୀୟା ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ସେହି ତୃତୀୟ ବ୍ୟକ୍ତି ଜଣଙ୍କ କିଏ ଏବଂ କେଉଁ ଭଳି ଭାବେ ସେ ସ୍ବାମୀ-ସ୍ତ୍ରୀଙ୍କ ପ୍ରେମମୟ ଜୀବନରେ ବିଷ ଭରି ଦେଲେ ତାଙ୍କ ନାଁ କହିବାକୁ କୁଣ୍ଠା ବୋଧ କରିଛନ୍ତି ଶ୍ରୀୟା। କିନ୍ତୁ ଶ୍ରୀୟା ପୋଲିସ ପାଖରେ ସେହି ତୃତୀୟ ବ୍ୟକ୍ତିଙ୍କ ଗୁମର ଖୋଲିଥିବା କଥା ମଧ୍ୟ ଜଣା ପଡ଼ିଛି।
ଉଭୟ ହ୍ୟୁମାନ ଓ ଶ୍ରୀୟାଙ୍କୁ ଅତିପାଖରୁ ଜାଣିଥିବା ଲୋକେ କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଚାଲିଥିବା ଏହି ତୃତିୟ ବ୍ୟକ୍ତିଙ୍କ ଉପସ୍ଥିତିକୁ ଉପଲବ୍ଧି କରିଥିବା କଥା କୁହନ୍ତି। ଏପରିକି ସେହି ତୃତୀୟ ବ୍ୟକ୍ତିଙ୍କ ସଙ୍ଗତ ଛାଡ଼ିବା ପାଇଁ ଶ୍ରୀୟା ହ୍ୟୁମାନଙ୍କୁ ବାରମ୍ବାର ଚାପ ପକାଉଥିଲେ ମଧ୍ୟ କୌଣସି କାରଣକୁ ନେଇ ହ୍ୟୁମାନ ତାଙ୍କୁ ଛାଡ଼ି ପାରିବେ ନାହିଁ ବୋଲି କହିଥିଲେ। ଏଥିପାଇଁ ହିଁ ଶ୍ରୀୟା ହ୍ୟୁମାନଙ୍କ ଘର ଛାଡ଼ିଛନ୍ତି ବୋଲି ଆଲୋଚନା ହେଉଛି। କିନ୍ତୁ ଏହି ତୃତୀୟ ବ୍ୟକ୍ତି ଥିଓରୀକୁ ଅସତ୍ୟ ବୋଲି ଗତକାଲି କହିଥିଲେ ହ୍ୟୁମାନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।