News18 Odia Digital
ଭୁବନେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦର ଅଲ୍ଲୀର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହେବା ପରେ ଏହି ଏନକାଉଣ୍ଟର୍ ଉପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଅପରାଧ ଜଗତରେ ବହୁ ବର୍ଷ ସକ୍ରିୟ ରହିବା ପରେ ନିଜ କୁକୃତ୍ୟ ପାଇଁ ଆଇନ ଅନୁସାରେ ସଜା ପାଇ ଜେଲରେ ଥିବା ଏହି ଅପରାଧୀର ପୋଲିସ ଗୁଳିରେ ହୋଇଥିବା ମୃତ୍ୟୁକୁ ମାନବାଧିକାର କର୍ମୀମାନେ ଏକ ଅତ୍ୟନ୍ତ ‘‘ଅନାବଶ୍ୟକ ଓ ଅନୈତିକ’’ କାର୍ଯ୍ୟ ବୋଲି ଦର୍ଶାଇ ଏହି ଘଟଣାର ବିଧିବଦ୍ଧ ଓ ସମୟବନ୍ଧା ତଦନ୍ତ ଦାବି କରିଛନ୍ତି ।
ହାଇଦର ଅଲ୍ଲୀର ମୂଳ ସହର କେନ୍ଦ୍ରାପଡ଼ାରେ ରହୁଥିବା ତା’ ପତ୍ନୀ ହସିନା ବିବି ଏହି ଏନକାଉଣ୍ଟର୍ ମୃତ୍ୟୁକୁ ପୋଲିସ ଦ୍ୱାରା ହତ୍ୟା ବୋଲି କହିଛନ୍ତି । ‘‘ପୋଲିସନେ ଉସେ ମାର୍ ଦିୟା,’’ (ପୋଲିସ ତାଙ୍କୁ ମାରିଦେଲେ) କାନ୍ଦି କାନ୍ଦି କହିଛନ୍ତି ହସିନା ବିବି । ପୋଲିସ ହାଇଦରକୁ ଜାଣିଶୁଣି ମାରିଦେଇଛି ବୋଲି ଅଭିଯୋଗ କରି ସେ କହିଛନ୍ତି, ‘‘ଆମେ ତଦନ୍ତରେ ସବୁ ସହଯୋଗ କରୁଥିଲୁ । ଲେକିନ୍ ପୋଲିସନେ ଉସେ ଜାନ୍ ବୁଝକେ ମାର୍ ଦିୟା ।’’ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ କୌଣସି ଅଘଟଣକୁ ରୋକିବା ପାଇଁ ପୋଲିସ ବଳ ମୁତୟନ କରାଯାଇଛି ।
ଏହା ବି ପଢ଼ନ୍ତୁ | Tokyo Olympics 2021: ଏ ଥର ଭାଗ ନେଇଛି ଭାରତର ସବୁଠାରୁ ବଡ଼ ଟିମ୍; ଅଛନ୍ତି ୧୨୬ ଆଥଲେଟ୍ପୋଲିସର କହିବା ଅନୁସାରେ ଜୁଲାଇ ୨୪ ତାରିଖ ଶନିବାର ଅପରାହ୍ଣରେ ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରିବା ବେଳେ ବାଟରେ ହାଇଦର୍ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତା’ ଉପରକୁ ଗୁଳି ଚଳାଇଥିଲା । ସେହି ଗୁଳିଚାଳନାରେ ତା’ର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ହାଇଦର୍କୁ ବାଲେଶ୍ୱର ଜିଲ୍ଲା ସଦର ହସପିଟାଲ୍ରେ ଭର୍ତ୍ତି କରାଯାଉଛି ।
ହାଇଦରକୁ ଏନକାଉଣ୍ଟର୍ କରାଯାଇଥିବା ଖବର ଆସିବା ପରେ ଦୁଇ ଜଣ ବରିଷ୍ଠ ପୋଲିସ ଅଧିକାରୀ ଦେଇଥିବା ବିବୃତିକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଉଭୟ ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂ ଗଣମାଧ୍ୟମକୁ ଦେଇଥିବା ନିଜ ବିବୃତିରେ ହାଇଦର ଉପରକୁ ପୋଲିସ ‘‘ନିୟନ୍ତ୍ରିତ ଉପାୟରେ’’ ଗୁଳି ଚାଳନା କରିଥିବା କହିଛନ୍ତି ।
ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ’‘‘ଯେତେବେଳେ ଗାଡ଼ି ଅଟକାଇ ଗୋଟେ ଜାଗାରେ ପରିସ୍ରା କରିବାକୁ ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ ସେତେବେଳେ ସେ ଆମ ଏସ୍କର୍ଟ ପାର୍ଟିର ବନ୍ଧୁକ ଛଡ଼େଇ ଦୌଡ଼ି ଖସିବାକୁ ଚେଷ୍ଟା କରୁଥିଲା । ଖସିଯିବାରୁ ରୋକିବା ପାଇଁ କଣ୍ଟ୍ରୋଲ୍ଡ ୱେ’ରେ (ନିୟନ୍ତ୍ରିତ ଉପାୟରେ) ବାଧ୍ୟ ହୋଇ ତା’ ଉପରେ ଗୁଳି ଚାଳନା କରିବାକୁ ପଡ଼ିଥିଲା । ସେ ବନ୍ଧୁକ ଧରି ଦୌଡ଼ି ଚାଲିଯିବାକୁ ଚେଷ୍ଟା କରୁଥିଲା । ଏହି ଗୁଳିଚାଳନାରେ ତା’ ଦେହରେ ଗୁଳି ଲାଗିଛି,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ (ଡାହାଣ) କଟକ ଡିସିପି ପ୍ରତୀକ ସିଂ (ଫାଇଲ୍ ଫଟୋ)
କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ‘‘ପୋଲିସ୍ ଏସକର୍ଟରେ ତା’ ସାଙ୍ଗରେ ଗାର୍ଡ଼ ଥିଲା । ସେ (ହାଇଦର୍) ତା’ର ଆର୍ମ୍ସକୁ ଛଡ଼େଇବାର ଉଦ୍ୟମ କଲା । ସେମାନଙ୍କ ଭିତରେ ଧସ୍ତାଧସ୍ତି ହେଲା । ତାକୁ ୱାର୍ଣ୍ଣିଂ ଦିଆଗଲା । ସେ ଏହି ଆର୍ମ୍ସ ନେଇକି ଯେତେବେଳେ ଏସକେପ୍ କରିବାକୁ ଚେଷ୍ଟା କରୁଥିଲା ଆମର ସବ୍-ଇନସ୍ପେକ୍ଟର୍ ତାକୁ ଏସକେପ୍ କରିବାରୁ ରୋକିବାକୁ କଣ୍ଟ୍ରୋଲଡ୍ ମ୍ୟାନରରେ (ନିୟନ୍ତ୍ରିତ ଉପାୟରେ) ତା’ ଉପରକୁ ଫାୟାରିଂ କରିଥିଲେ ।’’
ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ‘‘କଣ୍ଟ୍ରୋଲଡ୍ ଫାୟାରିଂର ଅର୍ଥ ଏୟା? ତା’ର (ହାଇଦର୍) ଛାତିରେ ଗୁଳି ମରାଯାଇଛି । ସେଇଟା ତାହେଲେ କଣ୍ଟ୍ରୋଲଡ୍ ଫାୟାରିଂ କେମିତି ହେଲା? ଏଇ ଘଟଣା ଏନକାଉଣ୍ଟର୍ ନାଁରେ ପୋଲିସ ଦ୍ୱାରା ହତ୍ୟା ପ୍ରତୀତ ହେଉଛି । ପୋଲିସ ଓ ଜେଲ୍ ହାଜତରେ ଥିବା କୌଣସି ବ୍ୟକ୍ତି ସହ, ସେ ଯେତେ ବଡ଼ ଅପରାଧୀ ହେଉ ନା କାହିଁକି, ଏମିତି କରାଯିବା ସର୍ବାଦୌ ଅନୁଚିତ । ଏହି କଥିତ ଓ ବିବାଦିତ ଏନକାଉଣ୍ଟରର ବିଧିବଦ୍ଧ ତଦନ୍ତ କରି ଦୋଷୀ ପୋଲିସ କର୍ମୀ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ଉଚିତ,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସନ୍ଦୀପ ସାହୁ ।

ବରିଷ୍ଠ ମାନବାଧିକାର କର୍ମୀ ଡଃ ସୁନୀତା ମହାନ୍ତି
ଆନ୍ତର୍ଜାତିକ ମାନବାଧିକାର ପରିଷଦର (International Human Rights Council - IHRC) ରାଜ୍ୟ ଶିକ୍ଷା ଅଧିକାରୀ ଡଃ ସୁନୀତା ମହାନ୍ତି କହିଛନ୍ତି, ‘‘ପୋଲିସ ପାଖରେ ଦଣ୍ଡ ଦେବାର ଅଧିକାର ନାହିଁ, ହତ୍ୟା କରିବା ଅଧିକାର ତ ଦୂରର କଥା । ଯଦି ହାଇଦର୍ ଖସିଯାଉଥିଲା, ତାକୁ ରୋକିବା ପାଇଁ କେବଳ ତା’ ଅଣ୍ଟା ତଳକୁ ଗୁଳି ଚାଳନା କରିପାରିଥାନ୍ତା ପୋଲିସ । ତାହା କରିଥିଲେ ତାକୁ କଣ୍ଟ୍ରୋଲଡ୍ ମ୍ୟାନରରେ ଫାୟାରିଂ ବୋଲି କୁହାଯାଇଥାନ୍ତା । ଏହି ମୃତ୍ୟୁ ତ ଲାଗୁଛି ୟୁନିଫର୍ମଧାରୀଙ୍କ ଦ୍ୱାରା ହୋଇଥିବା ଏକ କୋଲ୍ଡ-ବ୍ଲଡେଡ୍ ମର୍ଡ଼ର୍ । ଏହାର ତଦନ୍ତ ହୋଇ ଦୋଷୀମାନଙ୍କୁ ସଜା ମିଳିବା ଆବଶ୍ୟକ । ଆମେ ଏହି ପ୍ରସଙ୍ଗ ଉଠେଇବୁ ।’’
ଏହା ବି ପଢ଼ନ୍ତୁ | Horror Story: ନ ଖାଇ ନ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା‘‘ହାଇଦର୍ ଜଣେ ଗ୍ୟାଙ୍ଗଷ୍ଟର୍ ଥିଲା । ତା’ ମୃତ୍ୟୁ ଜନମାନସରେ ହୁଏତ କ୍ରୋଧ ସୃଷ୍ଟି କରିବ ନାହିଁ । ହେଲେ ପୋଲିସ ତାକୁ ଚୌଦ୍ୱାର ଜେଲରୁ ନେଇ ବାରିପଦା ଯାଉଥିବା ବେଳେ ତା’ର ଯେମିତି ମୃତ୍ୟୁ ଘଟିଲା ତାକୁ ନିଶ୍ଚୟ ସନ୍ଦେହ ଦୃଷ୍ଟିରେ ଦେଖାଯିବ । ତା’ ଉପରକୁ ଫାୟାରିଂ ଆଦୌ କଣ୍ଟ୍ରୋଲଡ୍ ଉପାୟରେ ହୋଇ ନ ଥିଲା । ଲାଗୁଛି ତାକୁ ଜାଣଶୁଣି ହତ୍ୟା କରାଯାଇଛି । ଏହାର ତଦନ୍ତ ହେବା ଉଚିତ,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ବିଷ୍ଳେଷକ ରବି ଦାସ ।

ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ବିଶେଷ ଭାବେ ପୋଲିସ ମୁତୟନ ହୋଇଛି ।
ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି ହାଇଦରର ଏନକାଉଣ୍ଟର୍ ମୃତ୍ୟୁକୁ ‘‘ସିଧାସିଧା ପୋଲିସ୍ ଦ୍ୱାରା ହତ୍ୟା’’ ବୋଲି କହି ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ‘‘ଓଡ଼ିଶା କ’ଣ ଉତ୍ତର ପ୍ରଦେଶ ହୋଇଗଲା? ପୋଲିସ କଷ୍ଟଡିରେ କୌଣସି ଲୋକକୁ ହତ୍ୟା କରିବା ଏକ ସମ୍ପୂର୍ଣ୍ଣ ଆପରାଧିକ କାର୍ଯ୍ୟ । ଦୋଷୀମାନଙ୍କୁ ଦଣ୍ଡ ମିଳିବା ଉଚିତ,’’ କହିଛନ୍ତି ମାଝି ।
ଏହା ବି ପଢ଼ନ୍ତୁ | ଅଲିମ୍ପିକ୍ସ: ଖେଳାଳିମାନଙ୍କ ପାଇଁ ଥିବା ବିଛଣାଗୁଡ଼ିକ anti-Sex ନୁହେଁ; Video ବନେଇ ଦେଖାଇଲେ ଖେଳାଳି‘‘ଏନକାଉଣ୍ଟର୍ ହେବା ଉଚିତ । ଏଥିରେ କିଛି ଭୁଲ୍ ନାହିଁ । ଏହା ଦ୍ୱାରା ଅପରାଧ କମିବ । ହାଇଦର୍ ପରି କୁଖ୍ୟାତ ଅପରାଧୀମାନଙ୍କ ସହିତ ଏନକାଉଣ୍ଟରରେ କିଛି ଅନୁଚିତ ନାହିଁ,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶୀତଳ ତରଙ୍ଗ ବେଉରିଆ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।