• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପୁଣି ପୁରୀ ଜିଲ୍ଲାର ଏକ ଗାଁ ନିକଟରେ ଲାଗିଥିଲା ବିଶାଳକାୟ ତିମି ମାଛ; ମୃତ୍ୟୁର କାରଣ ଖୋଜୁଛନ୍ତି ବୈଜ୍ଞାନିକ

ପୁଣି ପୁରୀ ଜିଲ୍ଲାର ଏକ ଗାଁ ନିକଟରେ ଲାଗିଥିଲା ବିଶାଳକାୟ ତିମି ମାଛ; ମୃତ୍ୟୁର କାରଣ ଖୋଜୁଛନ୍ତି ବୈଜ୍ଞାନିକ

ବ୍ରାଇଡ଼ସ ହ୍ୱେଲ ପ୍ରଜାତିର ଫିମେଲ ତିମି ମାଛ ହୋଇଥିବା ବେଳେ ଏହାର ଲମ୍ବ ୪୨ ଫୁଟ ଓ ୨୦ ଟନର ଓଜନ ରହିଛି । ବାଲୁଗାଁ ବନଖଣ୍ଡ ପକ୍ଷରୁ ମୃତ ତିମି ଟିକୁ ବେଳାଭୂମିରେ ପୋତାଯାଇଥିବା ବେଳେ ଏହାର ସ୍କେଲିଟନଟିକୁ ସଂଗ୍ରହାଳୟକୁ ପଠାଯିବା ପାଇଁ ଚାଲିଛି ପ୍ରକ୍ରିୟା।

ପୁଣି ପୁରୀ ଜିଲ୍ଲାର ଏକ ଗାଁ ନିକଟରେ ଲାଗିଥିଲା ବିଶାଳକାୟ ତିମି ମାଛ

ପୁଣି ପୁରୀ ଜିଲ୍ଲାର ଏକ ଗାଁ ନିକଟରେ ଲାଗିଥିଲା ବିଶାଳକାୟ ତିମି ମାଛ

  • Share this:
News18 Odia Digital

ପୁରୀ: ବଦଳିବାରେ ଲାଗିଛି ସାମୁଦ୍ରିକ ପରିବେଶ । ପୁଣି ଚାରି ବର୍ଷ ପରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକର ଫତେପୁରୁ ଗାଁର ନିକଟରେ ଲାଗିଥିଲା ବିଶାଳକାୟ ତିମି ମାଛ। ୧୨ ବର୍ଷ ଭିତରେ ବଙ୍ଗୋପସାଗରର ପୁରୀ ଉପକୁଳରେ ସାତଟି ତିମିର ଗଳିତ ମୃତ ଦେହ ଉଦ୍ଧାର ହେଲାଣି । ପହଁରିବା ଶକ୍ତି ହରାଇ ଦେବା ସହ ଅକ୍ସିଜେନ ଅଭାବରୁ କୂଳରେ ଷ୍ଟାଣ୍ଡ ଡେଡ ହେବା ହେଉଛି ବିଶାଳକାୟ ତିମିର ମୃତ୍ୟୁର କାରଣ। ତିମିର ସ୍କେଟିଲଟନକୁ ଗୋପାଳପୁର ମ୍ୟୁଜିୟମରେ ରଖିବା ନେଇ ଚାଲିଛି ପ୍ରୟାସ।

ତେବେ ଏହା ବ୍ରାଇଡ଼ସ ହ୍ୱେଲ ପ୍ରଜାତିର ଫିମେଲ ତିମି ମାଛ ହୋଇଥିବା ବେଳେ ଏହାର ଲମ୍ବ ୪୨ ଫୁଟ ଓ ୨୦ ଟନର ଓଜନ ରହିଛି । ବାଲୁଗାଁ ବନଖଣ୍ଡ ପକ୍ଷରୁ ମୃତ ତିମି ଟିକୁ ବେଳାଭୂମିରେ ପୋତାଯାଇଥିବା ବେଳେ ଏହାର ସ୍କେଲିଟନଟିକୁ ସଂଗ୍ରହାଳୟକୁ ପଠାଯିବା ପାଇଁ ଚାଲିଛି ପ୍ରକ୍ରିୟା।

ପୁଣି ଚାରି ବର୍ଷ ପରେ ପୁରୀ କୃଷ୍ଣପ୍ରସାଦ ଫତେପୁରୁ ସମୁଦ୍ରକୁଳରୁ ଉଦ୍ଧାର ହୋଇଛି ତିମିର ଗଳିତ ମୃତ ଦେହ। ଡିସେମ୍ବର ୯ରେ ବ୍ରାଇଡ଼ସ ହ୍ୱେଲ ପ୍ରଜାତିର ୪୨ ଫୁଟିଆ ଫିମେଲ ତିମିଟି କୂଳରେ ଲାଗିଥିଲା । ସେହି ସମୟରେ ଜୀବନ୍ତ ଥିବାବେଳେ ଆଉ କୂଳରୁ ଗଭୀର ସମୁଦ୍ରକୁ ଫେରିବାରେ ତା ପକ୍ଷ କଷ୍ଟକର ହୋଇଥିଲା । ଗତ ୧୦ ତାରିଖ ସକାଳେ ତିମିଟିକୁ ଉଦ୍ଧାର କରାଯାଇପାରିନଥିବାରୁ ତାହା ମୃତ୍ୟୁ ବରଣ କରିବା ପରେ ସମୁଦ୍ରକୁଳ ଅଞ୍ଚଳରୁ ଗଳିତ ତିମିର ମୃତ ଦେହ ଉଦ୍ଧାର କରିଥିଲା ବାଲୁଗାଁ ବନ ବିଭାଗ। ଡ୍ରୋଜର ସାହାଯ୍ୟରେ ୪୨ ଫୁଟିଆ ୨୦ ଟନ ଓଜନର ଗଳିତ ତିମିର ମୃତ ଦେହକୁ କୂଳରେ ଗାତ ଖୋଳି ପୋତାଯାଇଥିଲା।

୧୨ ବର୍ଷ ଭିତରେ ବଙ୍ଗୋପସାଗରର ପୁରୀ ଉପକୁଳରେ ସାତଟି ତିମିର ଗଳିତ ମୃତ ଦେହ ଉଦ୍ଧାର ହେଲାଣି


କୃଷ୍ଣପ୍ରସାଦ ବ୍ଲକ ମାଲୁଦର ୪୨ ବର୍ଷୀୟ ପରିବେଶବିତ୍ ରାଜକିଶୋର ନାୟକଙ୍କ କହିବା ଅନୁସାରେ, "ତେବେ ଏହି ତିମିକୁ ମିଶାଇ ୭ଟି ତିମିର ଗଳିତ ମୃତ ଦେହ ଉଦ୍ଧାର କଲାଣୀ ବନ ବିଭାଗ। ତେବେ ୨୦୦୯ରେ ହରଚଣ୍ଡୀ ମୁହାଣରୁ ୧୫ ଫୁଟର ବ୍ରାଇଡସ ହ୍ୱେଲ, ୨୦୧୭ରେ କୃଷ୍ଣପ୍ରସାଦ ବ୍ଳକର ସିଆଣ୍ଡି ଗାଁ ପାଖ ସମୁଦ୍ରରେ ବ୍ଲୁ ହ୍ୱେଲ ପ୍ରଜାତିର ତିମି । ୨୦୧୪ରେ ଅସ୍ତରଙ୍ଗର କେଳୁଣୀ ମୁହାଣରେ ୩୨ ଫୁଟର ସ୍ପର୍ମ ହ୍ୱେଲ ଓ ୨୦୧୬ରେ ବ୍ରହ୍ମଗିରି ମୋଟଗାଁ ସମୁଦ୍ରକୁଳ ଓ ସେହି ବର୍ଷ ମଙ୍ଗଳା ନଦୀ ମୁହାଣ ଏହିଭଳି ୪ଟି ତିମି ମାଛର ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏହି ତିମିଟି ସମୁଦ୍ର ଭିତରେ ଜୁଆର ଯୋଗୁଁ ଭାସି ପଳାଇ ଆସିଛି। କିଛି ସ୍ଥାନୀୟ ମତ୍ସ୍ୟଜୀବୀ ବନ ବିଭାଗକୁ ଖବର ଦେବା ପରେ ତିମି ମୃତ ଦେହକୁ ଉଦ୍ଧାର କରିଥିଲା ବନ ବିଭାଗ । ହେଲେ ଆମ ପାଖେ ବିଦେଶରେ ତିମି ଆଦି ସାମୁଦ୍ରିକ ଜୀବଙ୍କୁ ଉଦ୍ଧାର କରି ପୁଣି ସମୁଦ୍ରରେ ଛାଡ଼ି ଦେବା ଭଳି ଜ୍ଞାନକୌଶଳ ଥିଲେ ଏ ତିମିଟି ବଞ୍ଚିଯାଇପାରିଥାନ୍ତା।’’

‘‘ଗଭୀର ସମୁଦ୍ରରେ ରହୁଥିବା ଏହି ତିମି ମାଛ ଖାଦ୍ୟ ଅନ୍ୱେଷଣରେ ସମୁଦ୍ରକୁଳକୁ ପଳାଇ ଆସିଥାନ୍ତି। ଏହି ତିମିଟି ଗଭୀର ଜଳରାଶି ପ୍ରଶାନ୍ତ ମହାସାଗର ଓ ବଙ୍ଗୋପ ସାଗରରେ ମଧ୍ୟ ଦେଖାଯାନ୍ତି। ହେଲେ ତିମି ଥରେ କୂଳକୁ ଆସିବା ପରେ ସେମାନଙ୍କ ପହଁରିବା ଶକ୍ତି ହରାଇ ଦେବା ସହ ଅକ୍ସିଜେନ ଅଭାବ ହୋଇଥାଏ । ଆଉ ସେମାନେ ଷ୍ଟାଣ୍ଡ ଡେଡ ହୋଇଯାନ୍ତି । ତେବେ ବିଦେଶମାନଙ୍କରେ ଏହି ବିଶାଳକାୟ ତିମିମାନେ ଷ୍ଟାଣ୍ଡ ଡେଡ ହୋଇଗଲେ ସେମାନେ ବଡ଼ ଜାହାଜରେ ସେହି ତିମିକୁ ଧରି ପୁଣି ଗଭୀର ସମୁଦ୍ରରେ ଛାଡ଼ି ଦେଇଥାନ୍ତି। ହେଲେ ଆମ ଦେଶରେ ସେଭଳି ସୁବିଧା ନ ଥିବାରୁ ସେମାନେ ମୃତ୍ୟୁ ବରଣ କରିଥାନ୍ତି। ତେଣୁ ଏହି ତିମିଟି କିଭଳି ମୃତ ବରଣ କଲା ସେ ନେଉ ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକମାନେ ଡ଼ିଏନଏ ଟେଷ୍ଟ କରିବା ପାଇଁ ତିମିର ଅଂଶ ବିଶେଷ ନେଇଛନ୍ତି। ତିମିର ସ୍କେଲିଟନକୁ ତାଙ୍କୁ ଦିଆଗଲେ ତାହା ମିୟୁଜିୟମରେ ରଖାଯିବା ସହ ପିଲାମାନଙ୍କ ପାଠ ପଢ଼ାରେ ଏହା ସହାୟକ ହେବ,’’ କହିଛନ୍ତି ଜିଏସଆଇ ସାମୁଦ୍ରିକ ବିଶେଷଜ୍ଞ ଡ଼ଃ ଅନିଲ ମହାପାତ୍ର।

ଆଉ ସମୁଦ୍ର ଭିତରେ କିଛି ପରିବର୍ତ୍ତନ ଯୋଗୁଁ ଏଭଳି ତିମି, ଡଲଫିନ, ବିରଳପ୍ରଜାତିର ସାମୁଦ୍ରିକ ଜୀବର ମୃତ୍ୟୁକୁ ଅସ୍ୱୀକାର କରିନଥିବା ବେଳେ ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ସାମୁଦ୍ରିକ ଜୀବ ବିଶେଷଜ୍ଞ।
Published by:Lipina Das
First published:
)}