News18 Odia Digital
ଭୁବନେଶ୍ବର: କୋଭିଡ ମାମଲାରେ ଓଡ଼ିଶା ରିପୋର୍ଟ କରିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୨,୨୨୬ଟି ନୂଆ ମାମଲା ସହି ରାଜ୍ୟରେ ୭,୦୭୧ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି। ସୋମବାର ଦିନ ସୂଚନା ଓ ଜନସମ୍ପର୍କ ବିଭାଗ (I&PR) ବିଭାଗକୁ ସୂଚନା ଦିଆଯାଇଥିଲା ଯେ ୦-୧୮ ବର୍ଷ ବୟସ ବର୍ଗରେ ୭୦୭ଟି ମାମଲା ଅନ୍ତର୍ଭୁକ୍ତ ହୋଇଛି।
୭,୦୭୧ ପଜିଟିଭ୍ ମାମଲା ମଧ୍ୟରେ ୪,୧୨୮ଟି କ୍ବାରେଣ୍ଟାଇନ ମାମଲା ଓ ୨,୯୪୩ଟି ସ୍ଥାନୀୟ ସମ୍ପର୍କ ମାମଲା ଚିହ୍ନଟ ହୋଇଛି । ସମୁଦାୟ ୨୭,୨୧୬ ସକ୍ରିୟ ମାମଲା ରାଜ୍ୟରେ ଅଛି । ସକାରାତ୍ମକତା ହାର ୧୦.୨୪%ରେ ପହଞ୍ଚିଛି।
ଖୋର୍ଦ୍ଧା ୨,୨୨୬ ମାମଲାରେ ସର୍ବାଧିକ ରିପୋର୍ଟ ହୋଇଥିବା ବେଳେ ସୁନ୍ଦରଗଡରେ ୧,୧୪୭, ସମ୍ବଲପୁରରେ ୬୦୯, କଟକ ୫୦୫ ଓ ମୟୂରଭଞ୍ଜ ୨୦୧ ମାମଲା ଚିହ୍ନଟ ହୋଇଛି ।
ସେହିପରି କରୋନା ମାମଲା ବଢ଼ିବା ସହିତ ଓମିକ୍ରମ ମାମଲା ମଧ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି । କରୋନାର ଏହି ନୂଆ ଭାରିଆଣ୍ଟ ଯୋଗୁଁ ଦେଶରେ ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ବିତୀୟ ମୃତ୍ୟୁ ନିକଟରେ ବଲାଙ୍ଗୀରରେ ହୋଇଥିଲା । ୫୦ ବର୍ଷୀୟା ଜଣେ ମହିଳା ଓମିକ୍ରନରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।