ମାନବ ଶରୀରରୁ ମିଳିଲା 'ବୁଲେଟ୍ ପ୍ରୁଫ୍ ପ୍ରୋଟିନ୍', ତିଆରି ହେବ ପ୍ରତିରକ୍ଷା କବଚ
- News18 Odia
- Last Updated :
- Brahmapur (Berhampur), India
News 18 Odia Digital
ବ୍ରହ୍ମପୁର; ରାନୀ ପଣ୍ଡା ହଟ୍ ମୋମୋ ସେଣ୍ଟରକୁ ଉଦଘାଟନ କଲେ ନିଜେ ଅଭିନେତ୍ରୀ ରାନୀ ପଣ୍ଡା । ତାଙ୍କୁ ଦେଖିବାକୁ ପ୍ରବଳ ଭିଡ ଓ ଠେଲାପେଲା । ରାନୀ କହିଲେ, ଗଞ୍ଜାମ ମାଟି ଓଡିଶାର ସର୍ବଶ୍ରେଷ୍ଠ ମାଟି । ମୋର ସେଇ ମାଟିରେ ଆବିର୍ଭାବ ହୋଇଛି ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ରାନୀ ପଣ୍ଡା ମୋମୋ ସେଣ୍ଟରକୁ ଉଦଘାଟନ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଖଲ୍ଲିକୋଟ ବଡ଼ଦାଣ୍ଡ ସାହିରେ ମୋମୋ ସେଣ୍ଟର ଉଦଘାଟିତ ହୋଇଥିବା ବେଳେ ରାନୀ ପଣ୍ଡାଙ୍କୁ ଦେଖିବା ପାଇଁ ଜଗନ୍ନାଥ ମନ୍ଦିର ଛକରେ ଯୁବକଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି । ରାନୀଙ୍କ ସହ ସେଲଫି ନେବା ପାଇଁ ଯୁବକଙ୍କ ମଧ୍ୟରେ ଠେଲାପେଲା ଲାଗିଥିଲା ।
ଖଲ୍ଲିକୋଟ ମେଇନ ରୋଡ ତଥା ଆସିକା ଭୁବନେଶ୍ଵର ରାସ୍ତା ଜାମ ହେବାରୁ ଶେଷରେ ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲା । ଅନ୍ୟପଟେ ରାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଗଞ୍ଜାମ ମାଟିରୁ ମୁଁ କଳାକାର ଭାବେ ଆବିର୍ଭାବ ହୋଇଥିଲି । ଏଥିସହ ଯେଉଁ ଗରିବ ପରିବାର ନିଜ ଝିଅକୁ ଶାଶୁଘର ପଠାଇ ପାରୁନାହାନ୍ତି, ମତେ ଜଣାନ୍ତୁ କିମ୍ବା ଯୋଗାଯୋଗ କରନ୍ତୁ, ମୁଁ ସାହାର୍ଯ୍ୟର ହାତ ବଢ଼ାଇବି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।