ଲାନକୋ କମ୍ପାନୀର ଅବ୍ୟବହୃତ ୧୬୦ ମିଟର ବିଶିଷ୍ଟ ବିଶାଳକାୟ ଚିମିଣି ବ୍ଲାଷ୍ଟିଂ ଅସଫଳ

ଦ୍ୱିତୀୟ ଥର ପାଇଁ ଲାନକୋ କମ୍ପାନୀର ଅବ୍ୟବହୃତ ୧୬୦ ମିଟର ବିଶିଷ୍ଟ ବିଶାଳକାୟ ଚିମିଣି ବ୍ଲାଷ୍ଟିଂ ଅସଫଳ ହୋଇଛି। ଏହି ଚିମିଣିକୁ ମାଟିରେ ମିଶାଇବାକୁ ରାଜସ୍ଥାନର ଏକ୍ସିକ୍ୟୁଡ ଏକ୍ସପ୍ଲୋସିଭ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଅଭିଜ୍ଞ ଟିମର ପ୍ରାୟ ୧୦ଜଣ ସଦସ୍ୟ ଲାଗିଥିଲେ।

ଲାନକୋ କମ୍ପାନୀର ଅବ୍ୟବହୃତ ୧୬୦ ମିଟର ବିଶିଷ୍ଟ ବିଶାଳକାୟ ଚିମିଣି ବ୍ଲାଷ୍ଟିଂ ଅସଫଳ

ଲାନକୋ କମ୍ପାନୀର ଅବ୍ୟବହୃତ ୧୬୦ ମିଟର ବିଶିଷ୍ଟ ବିଶାଳକାୟ ଚିମିଣି ବ୍ଲାଷ୍ଟିଂ ଅସଫଳ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ କୁଷପଙ୍ଗା ପଞ୍ଚାୟତ କୁରୁଣ୍ଟି ନିକଟରେ ୨୦୦୬ରେ ଲାନକୋ ପାୱ।ରପ୍ଲାଣ୍ଟ ଆରମ୍ଭ ହୋଇଥିଲା। କମ୍ପାନୀ ପକ୍ଷରୁ ଏହି ଚିମିଣିକୁ ୨୦୧୦ରେ ନିର୍ମାଣ କରାଯାଇଥିଲା। ହେଲେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା କମ୍ପାନୀ ପରିଚାଳନାଗତ ତୃଟି ପାଇଁ କାର୍ଯ୍ୟକ୍ଷମ ନହେବାରୁ ବାଧ୍ୟହୋଇ ଚିନରା ନାମକ ଏକ କବାଡିଆ କମ୍ପାନୀ ହାତକୁ ଗତ ୨୦୨୧ରେ ଟେକି ଦେଇଥିଲା। ପରେ ସମୃକ୍ତ କମ୍ପାନୀ ଏଠିକାର ସମସ୍ତ ଲୁହା କାଟି ନେଇ ଯାଇଥିବା ଜଣାପଡ଼ିଛି।

ପରବର୍ତ୍ତୀ ସମୟରେ କମ୍ପାନୀ ପରିସରରେ ଥିବା ଏହି ଚିମିଣିକୁ ଡିନାମାଇଟ ଲଗାଇ ବ୍ଲାଷ୍ଟିଂ କରି ମାଟିରେ ମିଶାଇବାକୁ ଯୋଜନା କରିଥିଲା। ଗତ ଅକ୍ଟୋବର ୧୩ ତାରିଖରେ ଏହି ଚିମିଣିକୁ ପ୍ରଥମେ ବ୍ଲାଷ୍ଟିଂ କରାଯାଇଥିଲା। ଏଥିରେ ୩୫୦ କେଜି ଓଜନର ବିସ୍ଫୋରକ ଖଞ୍ଜା ଯାଇଥିଲା। ମାତ୍ର ଏହା ଅସଫଳ ହୋଇଥିଲା। ପରେ ରାଜସ୍ଥାନର ଅଭିଜ୍ଞ Exicude explosive Pvt.Ltd ପକ୍ଷରୁ ୧୦ଜଣିଆ ଅଭିଜ୍ଞ ଟିମ ଦ୍ୱାରା ଏହାକୁ ଭାଙ୍ଗିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଗୁରୁବାର ଦିନ ୨.୧୫ ମିନିଟ ସମୟରେ ଏହା ବ୍ଲାଷ୍ଟିଂ କରାଯାଇଥିଲା। ଏଥିପାଇଁ ପୂର୍ବ ଥର ଅପେକ୍ଷା ଦୁଇଗୁଣ ଅଧିକା (୭୫୦ କିଲୋଗ୍ରାମ)ର ବିସ୍ଫୋରକ ବ୍ୟବହାର କରାଯାଇଥିଲା। ମାତ୍ର କିଛି ସେକେଣ୍ଡ ପାଇଁ ହୋଇଥିବା ଏହି ବ୍ଲାଷ୍ଟିଂରେ ଚିମିଣିର ତଳ ଅଂଶ ୨୦ ଫୁଟ ଭୁସୁଡି ପଡି ମୁଖ୍ୟ ବେସ ହୋଲ ଭିତରକୁ ପଶି ଯାଇଥିଲା। ଫଳରେ ଚିମିଣିଟି ସମ୍ପୁର୍ଣ୍ଣ ଭାଙ୍ଗିବା ବଦଳରେ ସେମିତି ଠିଆ ହୋଇ ରହିଛି। କିନ୍ତୁ ଏହା ପୂର୍ବାପେକ୍ଷା ଅଧିକ ମଜବୁତ ହୋଇ ରହିଥିବା କହିଛନ୍ତି ବ୍ଲାଷ୍ଟିଂରେ ନିୟୋଜିତ ଅଭିଜ୍ଞ ଅଧିକାରୀ ଆନନ୍ଦ ଶର୍ମା।

ଦୁଇଦୁଇ ଥର ବ୍ଲାଷ୍ଟିଂ କରିବା ପରେ ବି ଚିମିଣି ଭାଙ୍ଗିବାରେ ବିଫଳ

ଲାନକୋ କମ୍ପାନୀର ଅବ୍ୟବହୃତ ୧୬୦ ମିଟର ବିଶିଷ୍ଟ ବିଶାଳକାୟ ଚିମିଣି ବ୍ଲାଷ୍ଟିଂ ଅସଫଳ


ହୋଇଥିବାରୁ ନିଜ ସୁରକ୍ଷାକୁ ନେଇ ଆଶା ଆଶଙ୍କା ଭିତରେ ରହିଛନ୍ତି ଆଖପାଖ ଅଞ୍ଚଳ ବାସୀ। ବିଶେଷ କରି କୁଷପଙ୍ଗା, ଖଡକପ୍ରସାଦ ଓ କୁରୁଣ୍ଟି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିବା କହିଛନ୍ତି। ଦୁଇ ଦୁଇ ଥର ଅଧିକ ବିସ୍ଫୋରକ ବ୍ୟବହାର ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ଘର ଦ୍ୱାର ଫାଟି ଆଁ କରି ରହିଥିବା ଅଭିଯୋଗ କରିଛନ୍ତି ବାସିନ୍ଦା। ତେଣୁ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି କୁଷପଙ୍ଗା ପଞ୍ଚାୟତ ସରପଞ୍ଚ ଅନିତା ନାୟକ।

"ଚିମିଣିଟି ଏବେ ସୁରକ୍ଷିତ ଅବସ୍ଥାରେ ଥିବା କହିଛନ୍ତି ଓଡାପଡା ତହସିଲଦାର। ପୁଣି ଥରେ ଏହାକୁ ଅତ୍ୟାଧୁନିକ କୌଷଳରେ (non electrical blasting system)ଦ୍ୱାରା ଭାଙ୍ଗିବା ପାଇଁ ଯୋଜନା କରାଯିବ। ଏନେଇ ଲୋକଙ୍କୁ ମଧ୍ୟ ସଚେତନ କରାଯାଇଛି। ଏକ୍ସପର୍ଟ ଟିମଙ୍କ ଦ୍ୱାରା କ୍ଷୟକ୍ଷତିର ଆକଳନ କରାଗଲେ କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ କ୍ଷତିପୂରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ତହସିଲଦାର ବାଣୀ ନିବେଦିତା ସ୍ୱାଇଁ।
Published by:Lipina Das
First published: