ମାଲକାନଗିରିରେ ମାଓ ସଙ୍ଗଠନକୁ ଶକ୍ତ ଧକ୍କା; ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରି ପୋଲିସର ବଡ଼ ସଫଳତା

ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଗୋଟିଏ ସ୍ଥାନରୁ ଗୋଟେ ଦିନରେ ଜବତ ହେବା ଓଡ଼ିଶା ଇତିହାସର ପ୍ରଥମ ବୋଲି କହିଛନ୍ତି ପୋଲିସ ଡ଼ିଜି ଅଭୟ । ଓଡ଼ିଶା ପୋଲିସ, ଆନ୍ଧ୍ର ପୋଲିସ, ବିଏସଏଫ ଓ ସିଆରପିଏଫର କୋବ୍ରା ବାହିନୀର ମିଳିତ ଅପରେସନରେ ମିଳିଛ ଏ ସଫଳତା ।

ମାଲକାନଗିରିରେ ମାଓ ସଙ୍ଗଠନକୁ ଶକ୍ତ ଧକ୍କା; ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରି ପୋଲିସର ବଡ଼ ସଫଳତା
ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରରୁ କିଛି ସହିତ ସୁରକ୍ଷା ବଳର ଜୱାନମାନେ
  • News18 Odia
  • Last Updated: February 7, 2020, 5:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାଲକାନଗିରି/ଭୁବନେଶ୍ୱର: ରାଜ୍ୟର ମାଓବାଦଗ୍ରସ୍ତ ସ୍ୱାଭିମାନ ଅଞ୍ଚଳରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ଏହି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି ପୋଲିସ ବଳ ।

ଓଡ଼ିଶା ପୋଲିସ, ଆନ୍ଧ୍ର ପୋଲିସ, ବିଏସଏଫ ଓ ସିଆରପିଏଫର କୋବ୍ରା ବାହିନୀର ମିଳିତ ଅପରେସନରେ ମିଳିଛ ଏ ସଫଳତା । ଦୁଇରୁ ତିନି ଦିନ ଚ଼ାଲିଥିବା ଏହି ଖାନତଲାସି ଅପରେସନରେ ବିପୁଳ ପରିମାଣର ଅସ୍ତଶସ୍ତ ଜବତ ହୋଇଛି । ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଗୋଟିଏ ସ୍ଥାନରୁ ଗୋଟେ ଦିନରେ ଜବତ ହେବା ଓଡ଼ିଶା ଇତିହାସର ପ୍ରଥମ ବୋଲି କହିଛନ୍ତି ପୋଲିସ ଡ଼ିଜି ଅଭୟ ।

ଗୋଟିଏ  ଇନସାସ ଲାଇଟ ମେସିନ ଗନ୍‌, ତିନିଟି ଇନସାସ୍‌ ରାଇଫଲ୍‌, ତିନିଟି କାରବାଇନ୍‌ ଷ୍ଟେନ୍‌ ଗନ୍‌, ତିନିଟି ଏଲ୍‌.ଏମ୍‌.ଜି. ମ୍ୟାଗାଜିନ୍‌, ଆଠଟି ଇନସାସ୍‌ ମ୍ୟାଗାଜିନ୍‌, ଗୋଟିଏ  ଅପଟିକାଲ୍‌ ସାଇଟ, ୨୦୨ ରାଉଣ୍ଡ୍‌ ୫.୬ ଏମ୍‌.ଏମ୍‌. ଗୁଳି, ୪୨ ରାଉଣ୍ଡ୍‌ ୯ ଏମ୍‌.ଏମ୍‌. ଗୁଳି ଓ ୨୩ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

ଅସ୍ତ୍ରଶସ୍ତ୍ର ଜବତ ହେବା ବିଷୟରେ ସାମ୍ବାଦିକମାନଙ୍କୁ କହୁଛନ୍ତି ଡିଜିପି ଅଭୟ (ଡାହାଣ) ଓ ଡିଜି (ଇଣ୍ଟେଲିଜେନ୍ସ) ସତ୍ୟଜିତ ମହାନ୍ତି


ଅପଟିକାଲ ସାଇଟ, ଇନସାସ ଲାଇଟ ମେସିନ ଗନ ଏବଂ ଇନସାସ ରାଇଫଲ ପୂର୍ବରୁ କେବେ ଜବତ ହୋଇନାହିଁ । ମାଓବାଦୀ ପୂର୍ବରୁ ପୋଲିସ ନିକଟରୁ ଏଭଳି ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ପୋଲିସ ଅନୁମାନ କରୁଛି । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମାଓବାଦୀଙ୍କ ଆନ୍ଧ୍ର ପ୍ରଦେଶ-ଓଡ଼ିଶା ବର୍ଡ଼ର ସ୍ପେସାଲ ଜୋନାଲ୍‌ କମିଟି ଏହି ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ପୋଲିସ ଅନୁମାନ କରୁଛି ।

ସୂଚନା ମୁତାବକ ଜାନୁଆରୀ ୮ ତାରିଖରୁ ୧୩ ତାରିଖ ଯାଏଁ  ପ୍ରାୟ ୯୦୦ ପୋଲିସ୍‌ କର୍ମୀ ୩୨ଟି ଟିମ୍‌ ରେ ଭାଗ ହୋଇ ରାତିଦିନ ଚ଼ଳାଇଥିଲେ ଅପରେସନ୍‌ । ଏହି ଅପରେସନ ପରେ ଜୋଡ଼ାଆମ୍ବ ଏବଂ ହେନ୍ତାଳଗୁଡ଼ା ମଧ୍ୟରେ ୭ କିଲୋମିଟର ଘାଟି କାଟି ରାସ୍ତା ବାହାର କରିଥିଲା ପୋଲିସ । ଏହା ପରେ ମାଓ ଇଲାକାକୁ ପୋଲିସ ପଶିବାରେ ସକ୍ଷମ ହେବା ପରେ ୧୫ ଜାନୁଆରୀରେ ମାଲକାନାଗିରି ଏସ୍‌.ପି.ଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ ।

ଏହି ଘଟଣା ପରେ ମାଓବାଦୀ କ୍ୟାମ୍ପରୁ ମିଳିଥିବା ଦସ୍ତାବେଜର ତଥ୍ୟ ଆଧାରରେ ଖାନତଲାସ କରି ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ଏହି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
First published: February 7, 2020, 5:43 PM IST
corona virus btn
corona virus btn
Loading