ରକ୍ତ ଚନ୍ଦନ କାଠ ଜବତ: ବନ ବିଭାଗ ଠାରୁ କାଠ କିଣିଥିଲି ଏବେ ସେମାନେ ହିଁ ଧରୁଛନ୍ତି: ଗଜପତି ବାସିନ୍ଦା

ଏହି କାଠ ବନ ବିଭାଗ ଠାରୁ ପ୍ରାୟ ୩୦ ବର୍ଷ ତଳେ କିଣିଥିଲି। ଏବେ ସେହି ବନ ବିବାଗ ଏହାକୁ ଧରୁଛି ବୋଲି କହିଥିଲେ ଏହାର ମାଲିକ ଜି.ରାମାରାଓ। ସ୍ଥାନୀୟ ଲୋକେ ମଧ୍ୟ ସେହି ସମାନ କଥା କହୁଛନ୍ତି।

ଗଜପତିରେ ରକ୍ତ ଚନ୍ଦନ କାଠ ଜବତ ମାମଲା

ଗଜପତିରେ ରକ୍ତ ଚନ୍ଦନ କାଠ ଜବତ ମାମଲା

  • Share this:
News18 Odia Digital

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାର ଏକ ଘରୁ ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ ହୋଇଛି । ବୁଧବାର ସକାଳୁ ବନ ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ରକ୍ତ ଚନ୍ଦନ କାଠ ଜବତ କରିଥିଲେ । ଜବତ କାଠର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା ।

ତେବେ ଏହି କାଠ ବନ ବିଭାଗ ଠାରୁ ପ୍ରାୟ ୩୦ ବର୍ଷ ତଳେ କିଣିଥିଲି। ଏବେ ସେହି ବନ ବିବାଗ ଏହାକୁ ଧରୁଛି ବୋଲି କହିଥିଲେ ଏହାର ମାଲିକ ଜି.ରାମାରାଓ। ସ୍ଥାନୀୟ ଲୋକେ ମଧ୍ୟ ସେହି ସମାନ କଥା କହୁଛନ୍ତି। ଦୀର୍ଘ ବର୍ଷ ହେଲା ରାମାରାଓଙ୍କ ଘରେ ଏହି କାଠ ରହିଛି ଓ ସେ ବନ ବିଭାଗ ଠାରୁ ହିଁ କିଣିଛନ୍ତି। ଏ ସମ୍ପର୍କିତ ସମସ୍ତ କାଗଜପତ୍ର ରହିଥିଲେ ମଧ୍ୟ ବନ ବିଭାଗ ଜାଣିଶୁଣି ଏହାକୁ ଜବତ କରାଯାଇଥିବା ଅଭିଯୋଗ ହୋଇଛି।

ବୁଧବାର ଭୋର୍ ସମୟ । ହଠାତ୍ ବନ ବିଭାଗ ଓ ପୋଲିସ୍ କର୍ମଚାରୀଙ୍କ ଭିଡ଼ ଜମିଥିଲା ପାରଳାଖେମୁଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ । ଲୋକେ ଉଠି ବାହାରକୁ ଆସିବା ବେଳେ ଖାକି ପୋଷାକରେ ଏତେ ଲୋକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । କିଛି ସମୟ ପରେ ଜି.ରାମାରାଓଙ୍କ ଘରୁ ଗୋଟିଏ ପରେ ଗୋଟିଏ କାଟ ଗଣ୍ଡି ବାହାରକୁ ଆଣି ବନ ବିଭାଗ ଗାଡ଼ିରେ ବୋଝେଇ ହୋଇଥିଲା । ପରେ ଜଣାପଡ଼ିଥିଲା ଯେ,ଏହା ରକ୍ତ ଚନ୍ଦନ କାଠ । ଗୋଟିଏ ଘରୁ ଏତେ ପରିମାଣର କାଠ ଥିବା ଦେଖି ବନ ବିଭାଗ ଓ ପୋଲିସ କର୍ମଚାରୀମାନେ ଆବାକ ହୋଇଯାଇଥିଲେ ।

ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ ହୋଇଛି


ଏହି କାଠ ବନ ବିଭାଗ ଠାରୁ ହିଁ କିଣିଥିବା ସମ୍ପୃକ୍ତ ଘରର ମାଲିକ କହିଥିଲେ ମଧ୍ୟ ସେ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇପାରିନଥିବାରୁ ଏହାକୁ ଜବତ କରାଯାଇଛି । ଯଦି ସେଭଳି କିଛି କାଗଜପତ୍ର ରହିଛି ତା'ହେଲେ ସେ ଦେଖାଇବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ଦେବଗିରି ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛା।

ସେପଟେ ବନ ବିଭାଗର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ସମ୍ପୃକ୍ତ ଘରର ମାଲିକ । ଏହି କାଠ ସେ ଯେଉଁ ବନ ବିଭାଗ ଠାରୁ ହିଁ କିଣିଥିଲେ ଏବେ ସେହି ବନ ବିଭାଗ ହିଁ ଚଢ଼ାଉ କରି କାଠ ଜବତ କରୁଛି । ଯାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ପ୍ରତି ଅନ୍ୟାୟ କହିଥିଲେ ଘର ମାଲିକ ଜି.ରାମା ରାଓ।

“ଜବତ କାଠକୁ ନେଇ ସାଧାରଣ ଲୋକେ କିନ୍ତୁ କୌଣସି ପ୍ରକାର ଆଶ୍ଚର୍ଯ୍ୟ ହୋଇନଥିଲେ। କାରଣ ଦୀର୍ଘ ଦିନ ହେଲା ସେମାନେ ଏହି କାଠ ରାମାରାଓଙ୍କ ଘରେ ଥିବା ଜାଣିଥିଲେ। ଏପିରିକି ସହରର କିଛି ଲୋକ ଏହି କାଠ କିଣିବାକୁ ମଧ୍ୟ ତାଙ୍କ ନିକଟକୁ ଯାଇଛନ୍ତି। ଏହି ସମୟରେ ଏହି କାଠ ବନ ବିଭାଗ ନିକଟରୁ ସେ କିଣିଥିବାର କାଗଜପତ୍ର ମଧ୍ୟ ଦେଖାଇଛନ୍ତି। ଆଜି ମଧ୍ୟ ଚଢ଼ାଉ ବେଳେ ସେ ଏହି କାଗଜପତ୍ର ଦେଖାଇଥିଲେ କିନ୍ତୁ ବନ ବିଭାଗ ଅଧିକାରୀମାନେ କିଛି ନଶୁଣି ଏଭଲି ଜବତ କରିନେବା ତାଙ୍କ ପ୍ରତି ଅନ୍ୟାୟ ହୋଇଛି,’’ କହିଥିଲେ ସ୍ଥାନୀୟ ବାସିନ୍ଦା ସୁଧୀ ରଞ୍ଜନ ମହାପାତ୍ର ।

ଏହି କାଠର କୌଣସି କାଗଜପତ୍ର ନିଥିବା ବନବିଭାଗ କହୁଥିବା ବେଳେ ଘର ମାଲିକ କିନ୍ତୁ ଏହା ବନ ବିଭାଗ ଠାରୁ କିଣିଥିବା କହିଥିଲେ। ତେବେ ଏହି ଘଟଣାରେ ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ରହିଛି।
Published by:Lipina Das
First published:
)}