News 18 Odia Digital
ଭୁବନେଶ୍ୱର: ଆଗାମୀ ସମୟରେ ଭାରତ ଭଳି ରାଷ୍ଟ୍ରରେ ମାନବ ସମ୍ବଳର ସଠିକ ପରିଚାଳନା କ୍ଷେତ୍ରରେ ଏକ ବଡ଼ ସମସ୍ୟା ସୃଷ୍ଠି ହେବ। ତେଣୁ ଏବେଠାରୁ ଏହାର ସଠିକ ପରିଚାଳନା ଉପରେ ପ୍ରସ୍ତୁତ ରହିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆସୋସିଏଟେଡ଼୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ) ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଏଚ୍ଆର୍ (ମାନବସମ୍ବଳ) ଲିଡ଼ର୍ଶିପ୍ କନ୍କ୍ଲେଭ୍ ଆଣ୍ଡ ଆୱାର୍ଡ଼ ୨୦୨୩ କାର୍ଯ୍ୟକ୍ରମ ଅବସରରେ ଏହି ମତ ପ୍ରକାଶ ପାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜ଼ଆସୋଚାମର ପ୍ରମୁଖ ସଦସ୍ୟ ଏବଂ ଏମ୍ଜିଏମ୍ ମିନେରାଲ୍ସ୍ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାନର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଷ୍ଟାର୍ଟ ଅଫ୍ ଓଡ଼ିଶାର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଡ଼. ଓଁକାର ରାୟ, ବେଦାନ୍ତ ଲିମିଟେଡ଼୍ ସଭାପତି (ଓଡ଼ିଶା, ଛତିଶଗଡ଼) ତପନ କୁମାର ଚାନ୍ଦ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର୍ ମହାଦେଓ ଜୈଶୱାଲ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ଼୍ର ଗ୍ରୁପ୍ ହେଡ଼୍ ସିଏସ୍ଆର୍ ଏଜୁକେସନ୍ ସଷ୍ଟେନେବିଲିଟି ପ୍ରଶାନ୍ତ ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଗୁରୁତ୍ୱାରୋପ ହୋଇଥିଲା। ପରିବର୍ତ୍ତିତ ସମୟରେ ବାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକ ସାମ୍ନାରେ ଆସୁଥିବା ବିଭିନ୍ନ ଚ୍ୟାଲେଞ୍ଚକୁ ସାମ୍ନା କରିବା, ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ଲାଗି କୌଶଳ ବିକଶିତ କରିବା ଦିଗରେ ଏହା ଶିଳ୍ପ ଅଂଶୀଦାରଙ୍କୁ ଏକ ପ୍ଲାଟଫର୍ମ ଯୋଗାଣ ଲକ୍ଷ୍ୟରେ ଏଭଳି କର୍ମଶାଳା ସହାୟକ ହେବ ବୋଲି ଅତିଥିମାନେ ମତ ରଖିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଶିଳ୍ପରେ ଏଚ୍ଆର୍ (ମାନବସମ୍ବଳ)ର ପରିବର୍ତ୍ତିତ ଧାରା, ଶିଳ୍ପ ଲାଗି ଶ୍ରମଶକ୍ତି, ଶ୍ରମଶକ୍ତି ପରିଚାଳନା, ଡ଼ିଜିଟାଲିକରଣ, ବାଣିଜ୍ୟ କ୍ଷେତ୍ରରେ ଏସବୁର ପ୍ରଭାବ, ପରିଚାଳନା ଦକ୍ଷତା, ନୂଆ କୌଶଳ, ପରିବର୍ତ୍ତିତ ଧାରା ସହ ତାଳ ଦେଇ ଉଚ୍ଚ ଅଭିବୃଦ୍ଧି ବଜାୟ ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକ ଉପରେ ଅତିଥି ଗୁରୁତ୍ୱାରୋପ କରିଥିଲେ ।। ସେହିଭଳି ବାଣିଜ୍ୟ କ୍ଷେତ୍ରରେ ମାନ ସମ୍ବଳରେ ନିବେଶ ବଢାଇବାକୁ ମଧ୍ୟ ଅତିଥି ଗୁରୁତ୍ୱ ଦେଇଥିଲେ । ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ବିକାଶରେ ଏହି କର୍ମଶାଳା ବିଶେଷ ସହାୟକ ହେବ ବୋଲି ଅତିଥି ଆଶା ପ୍ରକଟ କରିଛନ୍ତି । ଏଚ୍ଆର୍ କ୍ଷେତ୍ରରେ ବିଶେଷ ଯୋଗଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଆସୋଚାମ ଓଡ଼ିଶା ଶାଖାର ନୋଡ଼ାଲ୍ ଅଫିସର୍ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।