କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ସୁସ୍ଥ ଓ ଚମକଦାର ତ୍ୱଚା ପାଇବା ପାଇଁ ଆଜିକାଲି କୋରିଆନ୍ ଗ୍ଲାସ୍ ସ୍କିନ୍ କୌଶଳର ବିଶେଷ ପ୍ରଚଳନ ଦେଖାଯାଉଛି । ଏହା ଏକ ସହଜ ଉପାୟ, ଯାହାକୁ ଆପଣ ନିଜେ ଘରେ କରିପାରିବେ ।

କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ
କୋରିଆନ୍ ଗ୍ଲାସ୍ ସ୍କିନ୍ ଟିପ୍ସ
  • News18 Odia
  • Last Updated: November 29, 2020, 8:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କୋରିଆନ୍ ଗ୍ଲାସ୍ ସ୍କିନ୍ ଟିପ୍ସ (Korean Glass Skin Tips): ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ତ୍ୱଚା ସମ୍ପୂର୍ଣ୍ଣ ଉଜ୍ଜ୍ୱଳ ହେଉ ଓ ଚମକୁଥାଉ । ସୁସ୍ଥ ଓ ଚମକଦାର୍‌ ତ୍ୱଚା ପାଇବା ପାଇଁ ଲୋକେ କ’ଣ ନ କରନ୍ତି! ପାର୍ଲରକୁ ଯାଆନ୍ତି ଓ ସେଠି ଘଣ୍ଟା ଘଣ୍ଟା ବିତାନ୍ତି ଆଉ ଦାମୀ ମେକଅପ୍ କ୍ରିମ୍‌ ଆଦି ବି ବ୍ୟବହାର କରନ୍ତି । ହେଲେ ଆଜିକାଲି କୋରିଆନ୍ ଗ୍ଲାସ୍ ସ୍କିନ୍‌ କୌଶଳର ବିଶେଷ ପ୍ରଚଳନ ଦେଖାଯାଉଛି ।

ଆଜି ଆପଣ ଏଇଠି ଜାଣିବେ କୋରିଆ ଦେଶରେ ବ୍ୟବହୃତ ତ୍ୱଚା ଉଜ୍ଜ୍ୱଳକାରୀ ଉପାୟ, ଯାହା ବହୁତ ସଫଳ ବୋଲି ଅନେକ ଲୋକ କହୁଛନ୍ତି । BE NATURAL ୟୁଟ୍ୟୁବ୍ ଚ୍ୟାନେଲର ସୌଜନ୍ୟରୁ ଆମେ ଆପଣଙ୍କୁ କୋରିଆନ୍‌ ସୌନ୍ଦର୍ଯ୍ୟ କୌଶଳ ବିଷୟରେ କହିବୁ । ଆପଣ ବି କୋରିଆନ୍ ଗ୍ଲାସ୍ ତ୍ୱଚା ପାଇପାରିବେ ।

ଏହା ବି ପଢ଼ନ୍ତୁ | ବାହାଘର ସିଜିନରେ ସୁନା ରୂପାର ଦାମ୍ ବଦଳିଲା; ଜାଣନ୍ତୁ ଆପଣଙ୍କ ସହରରେ ନୂଆ ଦାମ୍

ଅଏଲ୍‌ ବେସ୍ କ୍ଲିନଜର୍ ପାଇଁ ନଡ଼ିଆ ତେଲ ଲଗାନ୍ତୁ । ତା’ ପରେ ମୁହଁରେ ଫୋମ୍ ବେସ୍ ଫେସ୍ ୱାଶ୍ ବ୍ୟବହାର କରନ୍ତୁ । ତା’ ପରେ ଏକ ନରମ ତଉଲିଆରେ ମୁହଁ ପୋଛି ଦିଅନ୍ତୁ । ଆଉ ତା’ ପରେ ହାଲୁକା ହାତରେ ମୁହଁକୁ ଘଷନ୍ତୁ (ସ୍କ୍ରବ୍‌ କରନ୍ତୁ) । ସ୍କ୍ରବ୍ ପାଇଁ ଚୂନା ଚାଉଳରୁ ଚାମୁଚେ ନେଇ ସେଥିରେ ଚାମୁଚେ ମହୁ ଓ ଚାମୁଚେ ଆଲୋଭେରା ଜେଲ୍ ମିଶାଇ ବ୍ୟବହାର କରନ୍ତୁ ।

ଦେଖନ୍ତୁ ଭିଡିଓ:



ଏହି ସ୍କ୍ରବ୍କୁ ହାଲୁକା ହାତରେ ମୁହଁରେ ମସାଜ୍ କରନ୍ତୁ । ନାକ ଉପରେ ବି ମାଲିସ୍ କରନ୍ତୁ ଯାହା ଦ୍ୱାରା ବ୍ଲାକ ହେଡ୍ ବାହାରିଯିବ । ଆଖି କ୍ଷେତ୍ର ନିକଟରେ ମାଲିସ୍ କରନ୍ତୁ ନାହିଁ କାରଣ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ତା’ ପରେ ମୁହଁକୁ ପୋଛି ଦିଅନ୍ତୁ ଓ ମାସ୍କ ଲଗାନ୍ତୁ । ଏହାକୁ ପ୍ରସ୍ତୁତ କରିବା ପାଇଁ ତିନି ଚାମଚ ନଡ଼ିଆ ତେଲ କିମ୍ବା ରୋଗାନ୍ ବାଦାମ ଶିରିନ୍, ଚାମୁଚେ ଗ୍ଲିସେରିନ୍‌, ଦୁଇ ଚାମଚ ତାଜା ଆଲୋଭେରା ଜେଲ୍, ଏକ ଚାମଚ ଗୋଲାପ ଜଳ ଓ ଏକ ଚାମଚ ଚାଉଳ ପାଣିକୁ ମିଶାଇ ସେଥରେ ଭିଟାମିନ୍ ଇ କ୍ୟାପସୁଲକୁ ଭାଙ୍ଗି ମିଶାନ୍ତୁ । ଏଥିରେ ଶୀଟ୍ ମାସ୍କରୁ ଖଣ୍ଡେ ମିଶାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଶୀଟ୍ ମାସ୍କ ଆପଣଙ୍କୁ ଅନଲାଇନ୍‌ ମିଳିଯିବ ।

ଏହା ବି ପଢ଼ନ୍ତୁ ସନ୍ନି ଲିଓନ, ଆଲିଆ ଭଟ୍ଟ… ଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି

ଯଦି ଆପଣ ଶୀଟ୍ ମାସ୍କର ସିଟ୍ ପାଉ ନାହାନ୍ତି, ତେବେ ଆପଣ ତା’ ଜାଗାରେ ଏକ ପତଳା ସୂତା ନାପକିନ୍ ବି ବ୍ୟବହାର କରିପାରିବେ । ଏବେ ଏହି ମାସ୍କକୁ ମୁହଁରେ ୧୫ ମିନିଟ୍ ପାଇଁ ଲଗାନ୍ତୁ । ତା’ ପରେ ନାକ ଉପରେ ହାଲୁକା ହାତରେ ମସାଜ୍ କରନ୍ତୁ । ଆଖି ଚାରି ପାଖରେ ଓ ଗାଲରେ ଓ ଗଳାରେ ଏହାକୁ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କର ଚର୍ମ କୁଞ୍ଚନ ସମସ୍ୟା ବି ଅନେକାଂଶରେ ଦୂର ହେବ । ଏହି ଭିଡିଓରେ ଦେଖାଇ ଦିଆଯାଇଥିବା ପରି ମସାଜକୁ ଗୋଲାକାର ଉପାୟରେ କରିବାକୁ ହେବ ।



(Disclaimer: ଏହି ଆର୍ଟିକଲରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ । ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ଏଗୁଡ଼ିକ ନିଶ୍ଚିତ କରେ ନାହିଁ । ଏହି ସୂଚନା କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ।)
Published by: Anand Shankar Thankur Das
First published: November 29, 2020, 8:06 PM IST
corona virus btn
corona virus btn
Loading