• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ରାସ୍ତାକଡ଼ରେ ରହୁଛନ୍ତି ୩୯୩ ଶିଶୁ; ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ନେଉଛନ୍ତି ପଦକ୍ଷେପ: ବାସନ୍ତୀ ହେମ୍ୱ୍ରମ

ରାସ୍ତାକଡ଼ରେ ରହୁଛନ୍ତି ୩୯୩ ଶିଶୁ; ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ନେଉଛନ୍ତି ପଦକ୍ଷେପ: ବାସନ୍ତୀ ହେମ୍ୱ୍ରମ

ଅବହେଳିତ ଶିଶୁଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ କିଭଳି ଭଲ ପାଠ ପଢିବେ, ଭିକ୍ଷାବୃତ୍ତି ଓ ନିଶା ଠାରୁ ଦୂରେଇ ରହିବେ ଓ ଭଲ ମଣିଷ ହେବେ ସେଥିପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ପ୍ରଫୁଲ ସାମଲ।

ରାସ୍ତାକଡ଼ରେ ରହୁଛନ୍ତି ୩୯୩ ଶିଶୁ

ରାସ୍ତାକଡ଼ରେ ରହୁଛନ୍ତି ୩୯୩ ଶିଶୁ

  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ଅନେକ ଶିଶୁ ବର୍ଷ ବର୍ଷ ଧରି ରାସ୍ତା କଡ଼ରେ ରହୁଛନ୍ତି । ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ରାଜଧାନୀ ଭୁବନେଶ୍ୱରରେ ଅଧିକ ଶିଶୁ ରାସ୍ତାକଡ଼ରେ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଥାଏ । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ରାଜ୍ୟର କେତେ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ କିଭଳି ଭଲ ପାଠ ପଢିବେ, ଭିକ୍ଷାବୃତ୍ତି ଓ ନିଶା ଠାରୁ ଦୂରେଇ ରହିବେ ଓ ଭଲ ମଣିଷ ହେବେ ସେଥିପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ଯାହାର ଲିଖିତ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ । ସେ କହିଛନ୍ତି, ରାଜ୍ୟରେ ମାତ୍ର ୩୯୩ ଜଣ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରହିଥିବା ବେଳେ ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା, ଯେଉଁଠି ୩୦ ଜଣ ଶିଶୁ ରାସ୍ତା କଡ଼ରେ ଜୀବନ ଅତିବାହିତ କରୁଛନ୍ତି । ରାସ୍ତାକଡର ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ବେଶ ଯତ୍ନଶୀଳ ଏବଂ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ଓଏସସିପିସିଆର, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ୧୦୯୮ ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି, ବ୍ଲକ କମିଟି, ପଞ୍ଚାୟତସ୍ତରୀୟ କମିଟି କାର୍ଯ୍ୟରତ । ଏହାବ୍ୟତୀତ ରାସ୍ତା କଡରେ ରହୁଥିବା ଶିଶୁ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
Published by:Soubhagya Mishra
First published: