spy pigeon: କେମିତି ତାଲିମ ନିଏ ପାରା ?

ପାରା କେବେ ନିଜ ଫେରିବା ବାଟ ଭୁଲେନି । ଯୁଆଡେ ବି ପଠାଇଲେ ଠିକଣା ସ୍ଥାନରେ ପହଁଞ୍ଚିଯାଏ ପାରା । ତେବେ କିପରି ଟ୍ରେନିଂ ନିଏ ପାରା ? ଆସନ୍ତୁ ଜାଣିବା ।

spy pigeon: କେମିତି ତାଲିମ ନିଏ ପାରା ?

spy pigeon: କେମିତି ତାଲିମ ନିଏ ପାରା ?

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଖବର ଦେବା ନେବା କାମ କରିଥାଏ ପାରା (pigeon) । ପାରାର ନାଭିଗେସନ ପାୱାର ବା ଦିଗ ଚିହ୍ନଟ ଶକ୍ତି ଖୁବ ଅଧିକ ଥିବାରୁ ଅତି ସହଜରେ ସେ ଦିଗ (Direction) ଜାଣିପାରେ । ପାରା କେବେ ନିଜ ଫେରିବା ବାଟ ଭୁଲେନି । ଯୁଆଡେ ବି ପଠାଇଲେ ଠିକଣା ସ୍ଥାନରେ ପହଁଞ୍ଚିଯାଏ ପାରା । ପାରାର ଗତି ଖୁବ ଅଧିକ, ପ୍ରତିକୂଳ ପାଗରେ ମଧ୍ୟ ଖୁବ ସହଜରେ ପାରା ଆକାଶରେ ଉଡ଼ିପାରେ । ଝଡ଼ ତୋଫାନ କିମ୍ବା ଖରା, ବର୍ଷା, ଶୀତ ପାଗରେ ବି ବିନା ବାଧାରେ ଉଡ଼ିପାରେ ପାରା । ଖୁବ ଜୋରରେ ବହୁଥିବା ଝଡ଼ର ପବନ ତାର ଦିଗକୁ ବଦଳାଇପାରେ ନାହିଁ ।

ଗୁଇନ୍ଦା ପାରା କିପରି କରେ ଗୁଇନ୍ଦାଗିରି ?

୧୯୦୯ ମସିହାରେ ପାରା ଦେହରେ କ୍ୟାମେରା (camera) ଲଗାଯାଇ ଭିଡିଓ ଏବଂ ଫଟୋ ଉଠା ଯାଇଥିଲା । ଜର୍ମାନ ଫଟୋଗ୍ରାଫର (photographer) ପୋଷା ପାରା ବେକରେ କ୍ୟାମେରା ଲଗାଇ ଫଟୋ ଉଠାଇଥିଲେ । ଇତିହାସ କହେ ପ୍ରଥମ ବିଶ୍ବଯୁଦ୍ଧରୁ ପାରା ଦ୍ବାରା ଗୁଇନ୍ଦାଗିରି ଆରମ୍ଭ ହୋଇଥିଲା । ବିନା କୌଣସି ସନ୍ଦେହରେ ଶତ୍ରୁ ମୁଣ୍ଡ ଉପରେ ଉଡ଼ି ସେମାନଙ୍କ ଗତିବିଧି ପରଖିଥାଏ । ବଙ୍କର, ଅସ୍ତ୍ରାଗାର, ଯୁଦ୍ଧାସ୍ତ୍ର, ବେସ କ୍ୟାମ୍ପର ଭିଡିଓ ଏବଂ ଫଟୋ ସଂଗ୍ରହ କରିଥିଲା । ପ୍ରଥମ ବିଶ୍ୱଯୁଦ୍ଧରେ ସଫଳତା ପରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ବି ପାରାକୁ ବ୍ୟବହାର କରାଗଲା ।

କେମିତି ତାଲିମ ନିଏ ପାରା ?

ଅନ୍ୟ ପକ୍ଷୀଙ୍କ ତୁଳନାରେ ପାରା ସବୁଠୁ ଅଧିକ ସ୍ମାର୍ଟ । ଘରୋଇ ପାରାକୁ ଗୁଇନ୍ଦାଗିରି ପାଇଁ ଟ୍ରେନିଂ ଦିଆଯାଏ । ବିଶେଷକରି ଘରୋଇ ପରିବେଶରେ ପାରାଙ୍କୁ ଟ୍ରେନିଂ (training) ଦିଆଯାଇଥାଏ । ପାରା କିପରି ସିଙ୍ଗଲ୍ ରୁଟ୍‌ରେ (single route) ଯିବା ଆସିବା କରିବ ସେନେଇ ଟ୍ରେନିଂ ସମୟରେ ବିଶେଷ ଭାବରେ ଶିଖାଯାଇଥାଏ । ବିଶେଷ କରି ଫ୍ଲାଇଂ ଜୋନ୍‌ରେ ଯିବା ଆସିବା ନେଇ ଟ୍ରେନିଂ ଦିଆଯାଏ । ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରାୟ ୫ଶହରୁ ଅଧିକ ପ୍ରଜାତିର ପାରା ଅଛନ୍ତି । ସେଥିରୁ କିଛି ନିର୍ଦ୍ଦିଷ୍ଟ ପ୍ରଜାତିର ପାରାଙ୍କୁ ତାଲିମ ଦିଆଯାଏ ।

ଏହି ଖବର ପଢ଼ନ୍ତୁ - http://‘ଡ୍ରାଇଭରଙ୍କ ନାଁରେ ଅଣଡ୍ରାଇଭର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି’- ମୁଖ୍ୟ ଶାସନ ସଚିବ

ଗୁଇନ୍ଦାଗିରି ପାଇଁ କଲୋମ୍ବିୟା, ବେଲଜିୟମ ବ୍ରିଡ୍‌ ପାରାଙ୍କୁ ବଛାଯାଇଥାଏ । କଲୋମ୍ବିୟା ବ୍ରିଡ୍‌ ପାରା ଦୀର୍ଘ ସମୟ ଧରି ଉଡ଼ିପାରନ୍ତି । ଅନ୍ୟ ପାରାଙ୍କ ସହ ମିଶନ୍ତି, କିନ୍ତୁ କୌଣସି ଅଜ୍ଞାତ ସ୍ଥାନରୁ ଖାଦ୍ୟ (food) ଖାଆନ୍ତିନି । କେବଳ ନିଜର ତତ୍ତ୍ବାବଧାରକଙ୍କଠାରୁ ଖାଦ୍ୟ ଖାଆନ୍ତି ଓ ପାଣି (water) ପିଅନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଖାଦ୍ୟ ଓ ପାନୀୟର ଆବଶ୍ୟକତା ରହିଥାଏ । ପ୍ରଶିକ୍ଷଣ ନେଇଥିବା ପାରା ଗୁଡ଼ିକ ଏକାଥରକେ ୪ ଶହ କି.ମି (kilometer) ପର୍ଯ୍ୟନ୍ତ ଉଡ଼ିପାରନ୍ତି ।
Published by:Soubhagya Mishra
First published: