ଅପମିଶ୍ରିତ ଖାଦ୍ୟ ବିକ୍ରି ନେଇ ଆସିଲା ଅଭିଯୋଗ; ଚଢ଼ାଉ କଲା ପୁରୀ ପୌର ସଂସ୍ଥା

ସମୁଦ୍ରକୂଳରେ ଥିବା ବିଭିନ୍ନ ହୋଟେଲରେ ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଯୋଗାଇବା ଅଭିଯୋଗରେ ଚଢାଉ କରିଛନ୍ତି ପୌରପାଳିକା ସ୍ଵାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ପୋଲିସର ଏକ ଟିମ୍। ନିୟମିତ ଭାବେ ରଥଯାତ୍ରା ପର୍ଯ୍ୟନ୍ତ ଏହି ଚଢାଉ କରାଯିବ ।

ପୁରୀ ପୌରସସ୍ଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲ ଓ ଖାଦ୍ୟ ଷ୍ଟଲ ଚଢାଉ ହୋଇଛି (ପ୍ରତୀକାତ୍ମକ ଛବି)

ପୁରୀ ପୌରସସ୍ଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲ ଓ ଖାଦ୍ୟ ଷ୍ଟଲ ଚଢାଉ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ସମୁଦ୍ରକୂଳରେ ଥିବା ବିଭିନ୍ନ ହୋଟେଲରେ ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ  ଯୋଗାଇବା ଅଭିଯୋଗରେ ଚଢାଉ କରିଛନ୍ତି ପୌରପାଳିକା ସ୍ଵାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ପୋଲିସର ଏକ ଟିମ୍। ନିୟମିତ ଭାବେ ରଥଯାତ୍ରା ପର୍ଯ୍ୟନ୍ତ ଏହି ଚଢ଼ାଉ କରାଯିବ  ।

"ପୁରୀରେ ହୋଟେଲଗୁଡ଼ିକରେ ପର୍ଯ୍ୟଟକଙ୍କୁ ଦିଆଯାଉଛି ଅପମିଶ୍ରିତ ଓ ପଚାସଢ଼ା ବାସି ଖାଦ୍ୟ । ଏ ନେଇ ଅଭିଯୋଗ ଆସିବା ପରେ ପୁରୀ ପୌରସଂସ୍ଥାର ସ୍ୱାସ୍ଥ୍ୟ ବିଭାଗର ଟିମ ସ୍ୱାସ୍ଥ୍ୟ ଅଧିକାରୀ ସୁନୀଲ ତରେଇଙ୍କ ନେତୃତ୍ୱରେ ସପ୍ତାହ ବ୍ୟାପି ଆରମ୍ଭ ହୋଇଛି ଚଢାଉ । ଦିଗବାରିଣୀ ଛକ ଠାରୁ ଆଚାର୍ଯ୍ୟ ହରିହର ଛକ ମଧ୍ୟରେ ଥିବା ୫ ଟି ହୋଟେଲରେ ଚଢାଉ ସମୟରେ ଗୋଟିଏ ହୋଟେଲର ଖାଦ୍ୟ ନିରାପତ୍ତା ଲାଇସେନ୍ସ ନଥିଲା। ଅନ୍ୟ ଗୋଟିଏ ହୋଟେଲରେ କୋର୍ଟରେ ମାମଲା ରହିଛି।ଏଥିପାଇଁ ଦୁଇଟି ହୋଟେଲକୁ ୫ ହଜାର ଟଙ୍କା ଲେଖାଏଁ ଫାଇନ କରାଯାଇଛି।ହୋଟେଲଗୁଡ଼ିକ ନିଜ ରେଷ୍ଟୁରାଣ୍ଟରେ ପରିମଳ ବ୍ୟବସ୍ଥା ଠିକ୍ ନଥିବା ବେଳେ ଦୁଇ ଦିନର ବାସି ଖାଦ୍ୟ ଯୋଗାଇଥିଲା।ହୋଟେଲରେ ବାସିଖାଦ୍ୟ ଖାଇ ଅନେକ ଲୋକ ଡ଼ାଇରିଆ ଓ ପେଟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା ସଂକ୍ରାମକ ଓ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା  ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରାଯାଇଛି। ପୁଣି ୩୦ରୁ ଅଧିକ ହୋଟେଲ ସମେତ ଏକ ପାଉଁରୁଟି ଫ୍ୟାକ୍ଟ୍ରି ଓ କେତେକ ଖଜା ଦୋକାନରେ ମଧ୍ୟ ଚଢାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରାଯାଇଛି," କହିଛନ୍ତି ପୌରପାଳିକା ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସୁନୀଲ ତରାଇ।

ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ୱରି ପତିଙ୍କ କହିବା ଅନୁସାରେ,"ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୧୨ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉରେ ବିଶେଷକରି ସମୁଦ୍ର କୂଳରେ ଥିବା ୫ଟି ବଡ଼ ହୋଟଲରେ ଚଢ଼ାଉ ବେଳେ ରେଫ୍ରିଜରେଟରରେ ରଖା ଯାଇଥିବା ବାସି ମାଂସ, ରନ୍ଧାଖାଦ୍ୟ ଜବତ କରାଯାଇଥିଲା  । କେତେ ହୋଟେଲ ମାଲିକଙ୍କଠାରୁ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହା ସହ ପୁରୀ ବଡ଼ଦାଣ୍ଡ , ସମୁଦ୍ରକୁଳ, ବସଷ୍ଟାଣ୍ଡ , ଷ୍ଟେସନ ବଜାର ଆଦି ଜନଗହଳି ସ୍ଥାନରେ କେତେକ ହୋଟେଲ ଓ ରେଷ୍ଟରାଣ୍ଟ ମାଲିକ ପଚାସଢା ଖାଦ୍ୟପଦାର୍ଥ ବିକ୍ରି କରୁଥିବା ଖବର ମିଳିବା ପରେ ଆମର ୫ ଜଣିଆ ଟିମ ସହ ପୁଲିସ ଟିମ ସହାୟତାରେ ଚଢ଼ାଉ କରାଯାଉଛି"।

"ବଡ଼ ଦାଣ୍ଡ ହେଉ ଅବା ସମୁଦ୍ରକୁଳ ସବୁଠି ଅପମିଶ୍ରିତ ଖାଦ୍ୟ ଖାଉଛନ୍ତି ସହରବାସୀଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ । ଖଜା ହେଉ ଅବା ଫାଷ୍ଟଫୁଡ କି ହୋଟେଲ ଖାଦ୍ୟ । ତେଣୁ କରୋନା ହଟିବା ପରେ ଏଣିକି ପର୍ଯ୍ୟଟକଙ୍କ ସଂଖ୍ୟା ଅହେତୁକ ପୁରୀରେ ବୃଦ୍ଧି ପାଇଥିବା ବେଳେ ଲାଭଖୋର ମନୋବୃତି ଯୋଗୁଁ ଏଭଳି ସ୍ୱାସ୍ଥ୍ୟହାନୀ ଭଳି ଖାଦ୍ୟ ପଦାର୍ଥ ଦେବା ଗ୍ରହଣୀୟ ନୁହେଁ । ତେଣୁ ଏନେଇ ଚଢାଉ କଡ଼ାକଡ଼ି କରି ଫାଇନ ସହ ହୋଟେଲଗୁଡ଼ିକୁ କଳା ତାଲିକା ଭୁକ୍ତ କରାଯାଉ,"କହିଛନ୍ତି ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ।
Published by:Soumya Das
First published: