ଚନ୍ଦକାରେ ଚାଲିଥିଲା ରେଭ୍ ପାର୍ଟି, ହୋଟେଲ ମାଲିକ ଓ କେୟାର ଟେକରଙ୍କୁ ଗିରଫ କଲା ପୋଲିସ

ରାଜ୍ୟ ରାଜଧାନୀ ଉପକଣ୍ଠ ଚନ୍ଦକାରେ ରେଭ୍ ପାର୍ଟି । ବିନା ଅନୁମତିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ପାର୍ଟି । ରଙ୍ଗୀନ ଆଲୋକ ସାଙ୍ଗକୁ ଡିଜେ ମ୍ୟୁଜିକର ତାଳେ ତାଳେ ଜମିଥିଲା ମଦ ଆସର ।

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟ ରାଜଧାନୀ ଉପକଣ୍ଠ ଚନ୍ଦକାରେ ରେଭ୍ ପାର୍ଟି । ବିନା ଅନୁମତିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ପାର୍ଟି । ରଙ୍ଗୀନ ଆଲୋକ ସାଙ୍ଗକୁ ଡିଜେ ମ୍ୟୁଜିକର ତାଳେ ତାଳେ ଜମିଥିଲା ମଦ ଆସର । ରିସୋର୍ଟରେ ରାତି ସାଢେ ଦୁଇଟା ପର୍ଯ୍ୟନ୍ତ ଝୁମୁଥିଲେ ୫୦ ଜଣ ଯୁବକ ଓ ଯୁବତୀ ଏବଂ ହାଇ ପ୍ରୋଫାଇଲ ଲୋକ । ନିୟମକୁ ଖୋଲାଖୋଲି ଉଲଘଂନ କରି ପୋଲିସର ବିନା ଅନୁମତିରେ ରିସୋର୍ଟରେ ପାର୍ଟି ଚାଲିଥିଲା ।

ଚନ୍ଦକା ଥାନା ପୋଲିସ ଅତର୍କିତ ଚଢ଼ଉ କରି ନିୟମ ଉଲଘଂନ ଅଭିଯୋଗରେ ମାଲିକ ଶିବ ପ୍ରସାଦ ପଟ୍ଟନାୟକ ଓ କେୟାର ଟେକର ରାହୁଲ ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢଉ ବେଳେ ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ । ଦୁଇ ଜଣଙ୍କ ନାଁରେ ଅବକାରୀ ନିୟମ ଉଲଘଂନ ନେଇ ମାମଲା ରୁଜ ହୋଇଛି ବୋଲି ପୋଲିସ ସୂଚନା ଦେଇଛି । ପାର୍ଟିରେ ଡ୍ରଗ୍ସ କାରବାର ନେଇ କୌଣସି ସୂଚନା ମିଳିନାହିଁ ।

ପୋଲିସ ସୂଚନା ଅନୁସାରେ, ରିସୋର୍ଟ ମାଲିକ ଅନଲାଇନରେ ଲିଙ୍କ୍ ଦେଇ ପାର୍ଟି ଆୟୋଜନ କରି ଲୋକଙ୍କୁ ନିମନ୍ତ୍ରଣ କରୁଥିଲେ । ପୋଲିସ ଓ ପ୍ରଶାସନର ଅନୁମତି ଥିବା ନେଇ ଲୋକଙ୍କୁ ମିଛରେ କହିଥିଲେ । ବେଆଇନ ପାର୍ଟି ନେଇ ତଦନ୍ତ ଚାଲିଛି । ସଂପୃକ୍ତ ରିସୋର୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅବକାରୀ ଓ ପ୍ରଶାସନକୁ ଚିଠି ଲେଖିବ ପୋଲିସ । ଆଗାମୀ ଦିନରେ ଯେଉଁଠାରେ ବି ଏଭଳି ବେଆଇନ ପାର୍ଟି ଆୟୋଜନ ହେବ, ଖବର ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।
Published by:Soubhagya Mishra
First published: