ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Shocking: ବର୍ଷ ବର୍ଷ ଧରି ହ୍ୟାଣ୍ଡେଲ ନଥିବା ନଳ କୂପରୁ ବାହାରୁଛି ଉଷ୍ମ ପାଣି; ଦେଖିବାକୁ ଛୁଟୁଛି ଲୋକଙ୍କ ସୁଅ

Shocking: ବର୍ଷ ବର୍ଷ ଧରି ହ୍ୟାଣ୍ଡେଲ ନଥିବା ନଳ କୂପରୁ ବାହାରୁଛି ଉଷ୍ମ ପାଣି; ଦେଖିବାକୁ ଛୁଟୁଛି ଲୋକଙ୍କ ସୁଅ

ଆସିକା ବ୍ଳକ ଅଧିନରେ ରହିଛି ବେଣାପାଟ ନାମକ ଏକ ଛୋଟିଅ। ଗ୍ରାମ। ଯେଉଁ ଗ୍ରାମର ପ୍ରବେଶ ଦ୍ଵାରାରେ ହିଁ ରହିଛି ଏହି ଅ।ଶ୍ଚର୍ଯ୍ୟଜନକ ନଳ କୂପ । ଦିନେ ନୁହେଁ କି ଦୁଇ ଦିନ ନୁହେଁ । ଗତ ୩୦ ବର୍ଷ ହ୍ୟାଣ୍ଡେଲ ନଥିବା ନଳ କୂପରୁ ବାହାରୁଛି ଉଷ୍ମ ଜଳ ।

Shocking: ବର୍ଷ ବର୍ଷ ଧରି ହ୍ୟାଣ୍ଡେଲ ନଥିବା ନଳ କୂପରୁ ବାହାରୁଛି ଉଷ୍ମ ପାଣି; ଦେଖିବାକୁ ଛୁଟୁଛି ଲୋକଙ୍କ ସୁଅ
ବର୍ଷ ବର୍ଷ ଧରି ହ୍ୟାଣ୍ଡେଲ ନଥିବା ନଳ କୂପରୁ ବାହାରୁଛି ଉଷ୍ମ ପାଣି
  • News18 Odia
  • Last Updated: November 8, 2021, 4:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଳକର ବେଣାପାଟ ଏକ ଛୋଟିଅ। ଗ୍ରାମ । ଯେଉଁ ଗ୍ରାମରେ ଗତ ୩୦ ବର୍ଷ ତଳେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିଲା ନଳ କୂପ । ହେଲେ କିନ୍ତୁ ନଳକୂପ ନିର୍ମାଣ ଅଧାରୁ ହିଁ ଆରମ୍ବ ହୋଇଯାଇଥିଲା ପାଣି ବାହାରିବା । ଅନର୍ଗତ ଭାବେ ପାଣି ବାହାରିବା ହେତୁ ଅଧାରୁ ବନ୍ଦ ହୋଇଯାଇଥିଲା ନଳ କୂପ ନିର୍ମାଣରେ । ହେଲେ ସେହି ଗତ ୩୦ ବର୍ଷ ହେବ ସେହି ନଳ କୂଅର ୧୨ ମାସ ବାହାରୁଛି ପାଣି । ତାହା ପୁଣି ଉଷ୍ମ ପ୍ରବଣ ପାଣି ବାହାରୁ ଥିବା ବେଳେ ଲୋକଙ୍କ ମନରେ ଭୟ ଓ ଆଶଙ୍କା ବଢ଼ିବାରେ ଲାଗିଛି । ସେପଟେ ଏହି ପାଣିରେ ଗାଧୋଇଲେ ବହୁ ପୁରାତନ ରୋଗରୁ ଲୋକେ ମୁକ୍ତି ପାଉଥିବା କହିଥିବା ବେଳେ ଏହାର ଗବେଷଣା ପାଇଁ ଦାବି କରିଛନ୍ତି।

ଆସିକା ବ୍ଳକ ଅଧିନରେ ରହିଛି ବେଣାପାଟ ନାମକ ଏକ ଛୋଟିଅ। ଗ୍ରାମ। ଯେଉଁ ଗ୍ରାମର ପ୍ରବେଶ ଦ୍ଵାରାରେ ହିଁ ରହିଛି ଏହି ଅ।ଶ୍ଚର୍ଯ୍ୟଜନକ ନଳ କୂପ । ଦିନେ ନୁହେଁ କି ଦୁଇ ଦିନ ନୁହେଁ । ଗତ ୩୦ ବର୍ଷ ହ୍ୟାଣ୍ଡେଲ ନଥିବା ନଳ କୂପରୁ ବାହାରୁଛି ଉଷ୍ମ ଜଳ । କଥାଟା ଅ।ଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପୂରା ସତ । ଗଲା ୩୦ ବର୍ଷ ତଳେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିଲା ଏହି ନଳ କୂପଟିଏ । ହେଲେ ନଳ କୂପରୁ ଉଷ୍ମ ପାଣି ବାହାରିବା ପରେ ନଳକୂପ ଖନନ ପାଇଁ ଆସିଥିବା କର୍ମଚାରୀମାନେ ଏହାକୁ ଛାଡ଼ି ଚାଲିଗଲେ । ଆଉ ସେହି ଦିନ ଠାରୁ ଅତି ଅ।ଶ୍ଚର୍ଯ୍ୟ ଜନକ ଭାବେ ଉଷ୍ମ ପାଣି ବାହାରୁଛି । ସେ ଖରା ହେଉ ବା ବର୍ଷା । ୧୨ ମାସ ଏଠି ଏମିତି ପାଣି ବାହାରୁ ଥିବା ତାହା ପୁଣି ଗରମ ପାଣି ବାହାରୁଥିବା ଜଣାପଡ଼ିଛି । ତେବେ କେମିତି ତାହା ବାହାରୁଛି ତାହାର ସଠିକ ତଥ୍ୟ କାହାରି ପାଖରେ ସତେ ଯେମିତି ନାହିଁ ।

ବର୍ଷ ବର୍ଷ ଧରି ହ୍ୟାଣ୍ଡେଲ ନଥିବା ନଳ କୂପରୁ ବାହାରୁଛି ଉଷ୍ମ ପାଣି


ଗ୍ରାମର ଜଣେ ବ୍ୟକ୍ତି ବାସୁଦେବ ସ୍ଵାଇଁ କହିଛନ୍ତି, “ତେବେ କିନ୍ତୁ ଏହି ନଳ କୂପରେ ଗାଧୋଇଲେ ବର୍ଷ ବର୍ଷର ପୁରାତନ ଚର୍ମ ରୋଗ ଭଲ ହୋଇଯାଉଥିବାର ଲୋକଙ୍କ ମନରେ ବିଶ୍ଵାସ ରହଛି । କେବଳ ଯେ ବେଣାପାଟ ଲୋକେ ନୁହେଁ ଆଖପାଖ ଗାଁ ଗହଳିର ଲୋକେ ମଧ୍ୟ ଚର୍ମ ରୋଗ ଭଲ ହୋଇଯିବା ଅ।ଶା ନେଇ ଏଠାକୁ ଗାଧୋଇବା ପାଇଁ ଆସଛନ୍ତି ।’’

ତେବେ ଏହାକୁ ଦେଖିବା ପାଇଁ ମଧ୍ୟ ଅନେକ ସମୟରେ ଲୋକେ ଆସିଥାନ୍ତି ଏହି ବେଣାପାଟ ଗାଁର ହ୍ୟାଣ୍ଡେଲ ନଥିବା ନଳ କୂପ ପାଖକୁ । ତେବେ କେଉଁ କାରଣରୁ ଏମିତି ପାଣି ବାହାରୁଛି ତାହାର ସୂଚନା ମଧ୍ୟ କାହାରି ପାଖରେ ନଥିବା ବେଳେ ଏହି ଭଳି ଅ।ଶ୍ଚର୍ଯ୍ୟଜନକ ଘଟଣାର ଗବେଷଣାର ଆବଶ୍ୟକତା ରହିଛି ବୋଲି ସମସ୍ତେ କହୁଛନ୍ତି । ଏଥି ପ୍ରତି ପ୍ରଶାସନର ମଧ୍ୟ ଏଯାବତ କୌଣସୀ ନଜର ପଡ଼ିନାହିଁ । ଯାହାକୁ ନେଇ ଗ୍ରାମବାସୀମାନେ ଏହାର ଗବେଷଣା ପାଇଁ ନିବେଦନ କରିଛନ୍ତି।

ତଥାପି ଏହି ଘଟଣା ଆମ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନଜରକୁ ଆଣିବା ପରେ ସେ ଘଟଣାର ଅନୁଧ୍ୟାନ ପାଇଁ ଦେଇଛନ୍ତି ପ୍ରତିଶୃତି। ତେବେ ସେ ଯାହା ହେଉ ନା କାହିଁକି । ଏହି ଘଟଣା ଏକ ଗବେଷଣା କରାଯିବାର ଆବଶ୍ୟକତା ରହିଛି ।
Published by: Lipina Das
First published: November 8, 2021, 4:21 PM IST