ମାଲକାନଗିରି: ଶବ ସତ୍କାର ବେଳେ ମହୁମାଛି ଆକ୍ରମଣରେ ୨୦ ଗ୍ରାମବାସୀ ଆହତ; ଅଧାରୁ ଛାଡ଼ି ଦୌଡ଼ିଲେ

୨୦ ଜଣ ଆହତ ହୋଇ ହସପିଟାଲକୁ ଯିବା ପରେ ଆଉ କେତେକ ଗ୍ରାମବାସୀ ମଥାରେ ହେଲେମେଟ ଓ ଦେହରେ ରେନ୍ କୋଟ୍ ପିନ୍ଧି ଶ୍ମଶାନକୁ ଆସି ଶବ ସତ୍କାର ପୂରା କରିଥିଲେ । ଗୁରୁତର ଆହତ ଲୋକଙ୍କୁ ସର୍ଜରୀ ୱାର୍ଡ଼ରେ ରଖାଯାଇଛି ।

ମାଲକାନଗିରି: ଶବ ସତ୍କାର ବେଳେ ମହୁମାଛି ଆକ୍ରମଣରେ ୨୦ ଗ୍ରାମବାସୀ ଆହତ; ଅଧାରୁ ଛାଡ଼ି ଦୌଡ଼ିଲେ
ହସପିଟାଲରେ ଚିକିତ୍ସିତ ହେଉଥିବା କେତେକ ଆହତ ଗ୍ରାମବାସୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାଲକାନଗିରି: ଶବ ଶତ୍କାର କରିବା ବେଳେ ଜଙ୍ଗଲୀ ମହୁମାଛି ଆକ୍ରମଣର ଶିକାର ହୋଇ ୨୦ରୁ ଅଧିକ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି । ଶବ ସତ୍କାର କରିବା ଅଧାରୁ ଛାଡ଼ି ସେମାନେ ପ୍ରାଣ ବଞ୍ଚେଇବାକୁ ଶ୍ମଶାନରୁ ଦୌଡ଼ି ପଳେଇଥିଲେ । ସେମାନଙ୍କୁ ହସପିଟାଲ ନିଆଯାଇଥିଲା । ସାତ ଜଣଙ୍କ ସ୍ଥିତି ଗୁରୁତର ଥିବାରୁ ସେମାନଙ୍କୁ ହସପିଟାଲର ସର୍ଜରୀ ୱାର୍ଡ଼ରେ ଭର୍ତ୍ତିକରାଯାଇଛି ।

ଏହି ଅଘଟଣ ଗଠିଛି ଜୟପୁର କଙ୍କଡାହାଣ୍ଡିରେ । ପାଖାପାଖି ୩୦ ଜଣ ଗ୍ରାମବାସୀ ଶବ ଶତ୍କାର କରିବାକୁ ଗାଆଁ ନିକଟସ୍ଥ ଜଙ୍ଗଲରେ ଥିବା ଶ୍ମଶାନକୁ ଯାଇଥିଲେ । ଶବ ଶତ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏକ ଗଛ ଉପରେ ଥିବା ମହୁଫେଣାରୁ ହଠାତ୍‌ ବାହାରି ଆସିଥିଲେ ମହୁମାଛିମାନେ । ସେମାନେ ଉପସ୍ଥିତ ଗ୍ରାମବାସୀମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

’’ଆମ ଭିତରୁ କେତେ ଜଣ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ସେମାନଙ୍କୁ ଉଠାଇ ଓ ଅନ୍ୟ ଆହତ ଲୋକଙ୍କୁ ଧରି ଆମେ ହସପିଟାଲକୁ ଆସିଛୁ । ମହୁମାଛିମାନେ ଲୋକଙ୍କ ମୁହଁ, ଛାତି ଓ ପେଟରେ ଜୋରରେ କାମୁଡ଼ିଥିଲେ,’’ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କହିଛନ୍ତି ଅଳ୍ପ ଆହତ ହୋଇଥିବା ଯୁବକ ପବିତ୍ର ପ୍ରଧାନ । ହସପିଟାଲର ଚିକିତ୍ସକ ଡଃ କୃଷ୍ଣାଶିଷ ଦାସ୍‌ କହିଛନ୍ତି ଯେ ସବୁ ଆହତ ଲୋକମାନଙ୍କ ସ୍ଥିତି ଏବେ ବିପଦ ବାହାରେ ଅଛି, ହେଲେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମହୁମାଛି କାମୁଡ଼ାରେ ଫୁଲିଯାଇଛି ସୁବାସ ହରିଜନଙ୍କ ଓଠ ।


ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିବା ଗ୍ରାମବାସୀମାନଙ୍କ ମଧ୍ୟରୁ କାହାର ମୁହଁ ଫୁଲି ଯାଇଛି ତ ଆଉ କାହାର ଓଠ । ଗ୍ରାମବାସୀ ଘାସି ହରିଜନଙ୍କ କ୍ୟାନସର ଆକ୍ରାନ୍ତ ପତ୍ନୀଙ୍କର ଗତ ରାତିରେ ମୃତ୍ୟୁ ହୋଇଥିଲା । ଏହା ପରେ ଦିନରେ ଗାଁ ଲୋକେ ଏକାଠି ହୋଇ ଶବ ଶତ୍କାର କରିବାକୁ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ । ଶ୍ମଶାନଟି ଜଙ୍ଗଲ ମଧ୍ୟରେ ଥିବାରୁ ସେଠି ଥିବା ଉଚ୍ଚ ଗଛଗୁଡ଼ିକରେ ଅନେକ ମହୁଫେଣା ଥିଲା ।

ହେଲମେଟ୍ ଓ ରେନ୍ କୋଟ୍ ପିନ୍ଧି ଶବ ସତ୍କାର ପୂରା କରୁଛନ୍ତି ଗ୍ରାମବାସୀମାନେ ।


‘‘ପୂର୍ବରୁ ବି ଅନେକ ଥର ଗାଁ ଲୋକେ ଏଠି ଶବ ଶତ୍କାର କରିଛନ୍ତି । କେବେ ଏମିତି ଅଘଟଣ ହୋଇ ନ ଥିଲା । ହେଲେ ଆଜି ଶବରେ ନିଆଁ ଲଗାଇବା ପୂର୍ବରୁ ହିଁ ଏହି ଅଘଟଣ ଘଟିଥିଲା,’’ କହିଛନ୍ତି ର୍ରାମବାସୀ ସଦାଶିବ ତ୍ରିପାଠୀ । ଆହତ ଲୋକମାନେ ହସପିଟାଲକୁ ଯିବା ପରେ ଆଉ କେତେକ ଗ୍ରାମବାସୀ ମୁଣ୍ଡରେ ହେଲେମେଟ ଓ ଦେହରେ ରେନ୍ କୋଟ୍‌ ପିନ୍ଧି ଶ୍ମଶାନକୁ ଆସି ଶବ ସତ୍କାର ପୂରା କରିଥିଲେ ବୋଲି ସେ କହିଛନ୍ତି ।

ଡଃ କୃଷ୍ଣାଶିଷ ଦାସ୍‌ କହିଛନ୍ତି, ‘‘ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ଆଡମିଟ୍‌ କରି ସର୍ଜରୀ ୱାର୍ଡ଼ରେ ରଖିଛୁ । ଯେଉଁମାନେ ଅଳ୍ପ ଆହତ ହୋଇଥିଲେ ସେମାନଙ୍କୁ ଇଞ୍ଜେକ୍ସନ୍‌ ଓ ଔଷଧ ଦେଇ ଘରକୁ ପଠେଇଦେଇଛୁ ।’’

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 21, 2020, 2:18 PM IST
corona virus btn
corona virus btn
Loading