ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ୪ ଅଭିଯୁକ୍ତ

ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ୪ ଅଭିଯୁକ୍ତ

Honey trap suspected in DRDO Chandipur ITR arrests | ପାକିସ୍ତାନୀ ଏଜେଣ୍ଟକୁ ଭାରତର ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ଚାଲାଣ କରିବା ଭଳି ସଙ୍ଗୀନ ଅପରାଧରେ ଏହି ଚାରି ଜଣ କର୍ମଚାରୀ ସମ୍ପୃକ୍ତ ଥିଲେ ବୋଲି କୁହାଯାଉଛି । ଏମାନଙ୍କ ପାଖକୁ ବିଦେଶରୁ ଫୋନ୍‌ କଲ୍‌ ଆସୁଥିଲା ।

ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ୪ ଅଭିଯୁକ୍ତ
ଏବେ କ୍ରାଇମ୍‌ ବ୍ରାଞ୍ଚ ଏହି ମାମଲାର ତଦନ୍ତ କରିବ ।
  • News18 Odia
  • Last Updated: September 15, 2021, 8:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/ବାଲେଶ୍ୱର: ଡି.ଆର୍‌.ଡି.ଓ.ର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ (ଆଇ.ଟି.ଆର୍‌.) ସମ୍ବେଦନଶୀଳ ତଥ୍ୟ ଲିକ୍ କରିବା ଓ ବାହାରକୁ ପଠାଇବା ଅଭିଯୋଗରେ ଗିରଫ ହୋଇଥିବା ଚାରି ଜଣ ସନ୍ଦିଗ୍ଧ ଗୁପ୍ତଚରଙ୍କ ମାମଲାର ତଦନ୍ତ ଏବେ ଏବେ କ୍ରାଇମ୍‌ ବ୍ରାଞ୍ଚ୍‌ କରିବ । ଗୋଟିଏ ଚାରି-ଜଣିଆ ଟିମ୍‌ ଏହି ପୂରା ମାମଲାର ଖୋଳତାଡ଼ କରିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ମଙ୍ଗଳବାର ସକାଳେ ଗିରଫ ହୋଇଥିବା ଚାରି ଜଣ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ କରିବା ପରେ ବୁଧବାର ଦିନ କଡ଼ା ସୁରକ୍ଷା ମଧ୍ୟରେ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଆଉ ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏହି ମାମଲା ପଛରେ ହନିଟ୍ରାପ୍‌ ମାମଲା ରହିଥିବା ସାମନାକୁ ଆସିଛି । ଅଭିଯୁକ୍ତମାନଙ୍କୁ ଫେସବୁକରେ ଫସାଇ ଡି.ଆର.ଡି.ଓ.ର ଗୁପ୍ତ ତଥ୍ୟ ପଡ଼ୋଶୀ ଦେଶର ମହିଳା ନେଇଯାଇଥିବା କୁହାଯାଉଛି ।

ଏହା ବି ପଢ଼ନ୍ତୁ | ତାଲିବାନ୍ ସରକାରରେ No. ମୁଲ୍ଲା ବରାଦରଙ୍କୁ ହତ୍ୟା କରାଗଲା କି? ଆସିଲା ଅଡି଼ଓ ମେସେଜ୍

ଏହି ଚାରି ଜଣ ଅଭିଯୁକ୍ତ – ଏ.ସି. ଅପରେଟର୍‌ ବସନ୍ତ ବେହେରା, ଶେଖ୍‌ ମୁସାଫିର, ଜେନେରେଟର ଅପରେଟର ହେମନ୍ତ ମିସ୍ତ୍ରୀ ଓ ଆଇ.ଟି.ଆର. ମୁଖ୍ୟ ଫାଟକର ସିକ୍ୟୁରିଟି ଗାର୍ଡ଼ ତାପସ ରଞ୍ଜନ ନାୟକ – ଫେସବୁକରେ ଜଣେ ପାକିସ୍ତାନୀ ମହିଳାଙ୍ସ ସହ ସମ୍ପର୍କ ସ୍ଥାପନ କରିଥିଲେ । ସେହି ମହିଳାଙ୍କ କଥାବାର୍ତ୍ତାରେ ଫସିଯାଇଥିଲେ ଚାନ୍ଦିପୁର ITRର ଏହି ଚାରି ଜଣ ଠିକା କର୍ମଚାରୀ । ସେମାନଙ୍କଠାରୁ ପାକିସ୍ତାନୀ ମହିଳା ଡି.ଆର.ଡି.ଓ.ର କିଛି ଗୁପ୍ତ ତଥ୍ୟ ନେଇଯାଇଥିବା କୁହାଯାଉଛି ।

ଗିରଫ ହୋଇଥିବା (ବାମରୁ ଡାହାଣ) ପ୍ରକାଶ ବେହେରା, ବସନ୍ତ ବେହେରା ଓ ଶେଖ୍ ଫୁସାଫିର୍


‘‘ଅଭିଯୁକ୍ତମାନଙ୍କୁ କୋର୍ଟ ଜେଲ୍‌ ହାଜତକୁ ପଠାଇଛନ୍ତି । ସେମାନଙ୍କ ବିରୁଦ୍ଧରେ ଲାଗିଥିବା ସେକ୍ସନଗୁଡ଼ିକ ହେଉଛି ଆଇ.ପି.ସି.ର ଦଫା ୧୨୦-ବି, ୧୨୧-ଏ ଓ ୩୪ ସହ ଅଫିସିଆଲ୍‌ ସିକ୍ରେଟ୍ସ ଆକ୍ଟର ସେକ୍ସନ୍‌ ୩, ୪ ଓ ୫,’’ କହିଛନ୍ତି ଜଣେ ସରକାରୀ ଓକିଲ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | UPରେ କୁସ୍ତି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ବେକ ଭାଙ୍ଗିଗଲା ମୃତ୍ୟୁ ହେଲା; VIDEO ଭାଇରାଲ୍

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ପଡ଼ୋଶୀ ଦେଶକୁ ଗୁପ୍ତ ତଥ୍ୟ ଚାଲାଣ ଭଳି ସଙ୍ଗୀନ ଅପରାଧରେ ଏମାନେ ସମ୍ପୃକ୍ତ ଥିଲେ । ଏମାନଙ୍କ ପାଖକୁ ବିଦେଶରୁ ଆସୁଥିଲା ଫୋନ୍‌ କଲ୍‌ । ଫେସବୁକରେ ମହିଳାଙ୍କ ସହ ଚାଟିଂ କରୁଥିଲେ ଏମାନେ । ପୂରା ପ୍ଲାନିଂରେ ଚାଲିଥିଲା ସବୁ କିଛି । ମୁଖ୍ୟ ଗେଟର ସୁରକ୍ଷା କର୍ମୀଙ୍କୁ ହାତ କରିବା ସହ ଏ.ସି. ଅପରେଟରଙ୍କ ମାଧ୍ୟମରେ ଡି.ଆର.ଡି.ଓ.ର ଗୁପ୍ତ ତଥ୍ୟ ହାସଲ କରିଥିଲେ ପଡ଼ୋଶୀ ଦେଶର ଏଜେଣ୍ଟ୍‌ ।

ଏହା ବି ପଢ଼ନ୍ତୁ | ପତି, ପତ୍ନୀ, ଲକଡାଉନ୍ ୱର୍କ୍ ଫ୍ରମ୍ ହୋମ୍: ଜଣେ ପତ୍ନୀଙ୍କ ଅନୁରୋଧ ଶୁଣି ଲୋକେ ହସି ହସି ଗଡୁଛନ୍ତି

କେବଳ ଏହି ଚାରି ଜଣ ନୁହେଁ, ଏହି ମାମଲାରେ ଆଉ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା ଚଳାଇଛି । ଏଥି ସହ ଏହି ମାମଲାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ତା’ର ବି ଖୋଳତାଡ଼ ଜାରି ରହିଛି ।  ଏହା ଏକ ସମ୍ବେଦନଶୀଳ ଏବଂ ଦେଶ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ହୋଇଥିବାରୁ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଚଳାଇଛି ପୋଲିସ ।

ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରରେ ଥିବା ଆଇ.ଟି.ଆର୍.


୨୦୧୫ରେ ଈଶ୍ବର ବେହେରା, ଆଉ ଏବେ ଛଅ ବର୍ଷ ପରେ ପଡ଼ୋଶୀ ଦେଶକୁ ଗୁପ୍ତ ତଥ୍ୟ ଦେବା ଭଳି ସଙ୍ଗୀନ ମାମଲାରେ ଆଉ ଚାରି ଜଣଙ୍କୁ ବାନ୍ଧିଛି ପୋଲିସ । ସବୁଠୁ ବଡ଼ କଥା ହେଉଛି ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି ପୃଥ୍ବୀ କ୍ଷେପଣାସ୍ତ୍ର ଲଞ୍ଚ୍‌ ପ୍ୟାଡ୍‌-୩ର ଏ.ସି. ଅପରେଟର୍‌ ବସନ୍ତ ବେହେରା । ସେ ପୃଥ୍ବୀ କ୍ଷେପଣାସ୍ତ୍ର ସମ୍ପର୍କରେ ତଥ୍ୟ ଦେଇଥିବା ସନ୍ଦେହ କରାଯାଉଛି ।

ଏହା ବି ପଢ଼ନ୍ତୁ | ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଲୁହା ରଡ଼ରେ ଆକ୍ରମଣ

ଏହି ଅଭିଯୁକ୍ତମାନେ କି କି ତଥ୍ୟ ପଠାଇଛନ୍ତି ଓ ଏମାନଙ୍କ ସହ କେଉଁମାନେ ସମ୍ପର୍କରେ ଥିଲେ ଓ ଏମାନେ ତଥ୍ୟ ବଦଳରେ କେତେ ଟଙ୍କା ପାଉଥିଲେ ତାହା ପୋଲିସ ଏ ପର୍ଯ୍ୟନ୍ତ ପ୍ରକାଶ କରିନି । ଏମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଆଦି ଯାଞ୍ଚ କରାଯିବା ସହ ସେମାନଙ୍କର ବିଦେଶ ଲିଙ୍କର ଖୋଳତାଡ଼ ବି ଜାରି ରହିଛି  ।



ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇ.ଏସ୍‌.ଆଇ.କୁ ଗୁଇନ୍ଦା ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ୨୦୧୫ ଡିସେମ୍ବରରେ ଚାନ୍ଦିପୁର ଆଇ.ଟି.ଆର୍‌.ର ଠିକା କ୍ୟାମେରାମ୍ୟାନ ଈଶ୍ବର ବେହେରାଙ୍କୁ ଗିରଫ କରାଯାଇଥିଲା । ସେହି ମାମଲାର ଶୁଣାଣି ପରେ କୋର୍ଟ ଈଶ୍ବରଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ ।
Published by: Anand S.T. Das
First published: September 15, 2021, 8:14 PM IST