ଆଜି ଭୁବନେଶ୍ୱରରେ ବିଜେପିର CAA ସପକ୍ଷରେ ରାଲିକୁ ସମ୍ବୋଧନ କରିବେ ଅମିତ ଶାହ

ହୋଟେଲ୍‌ ମେ’ଫେୟାରରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୪ଟାରେ ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ଶାହ । ସନ୍ଧ୍ୟାରେ ହୋଟେଲରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।

ଆଜି ଭୁବନେଶ୍ୱରରେ ବିଜେପିର CAA ସପକ୍ଷରେ ରାଲିକୁ ସମ୍ବୋଧନ କରିବେ ଅମିତ ଶାହ
ଅମିତ ଶାହ (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 28, 2020, 1:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଶୁକ୍ରବାର ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ । ସେ ଶୁକ୍ରବାର ପୂର୍ବାହ୍ଣ ୧୦ଟା ୧୦ରେ ଭୁବନେଶ୍ବରରେ ପହଞ୍ଚିବା ପରେ  ୧୦ଟା ୪୦ରୁ ଅପରା୍ହ୍ଣ ୩ଟା ଯାଏଁ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବେ ଓ ଅପରାହ୍ଣ ୪ଟାରେ ଜନତା ମଇଦାନରେ ହେବାକୁ ଥିବା ବିଶାଳ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଶାହଙ୍କ ଏହି ଗସ୍ତକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ।

ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ଠାରୁ ମିଳିଥିବା କାର୍ଯ୍ୟସୂଚ଼ୀ ଅନୁସାରେ ଅମିତ୍‌ ଶାହ ପୂର୍ବାହ୍ଣ ୧୦ଟା ୧୦ରେ ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ସିଧା  ଯାଇ ଲୋକସେବା ଭବନରେ ହେବାକୁ ଥିବା ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବେ । ୧୦ଟା ୪୦ରୁ ଅପରାହ୍ନ ୩ଟା ଯାଏଁ ବୈଠକରେ ଉପସ୍ଥିତ ରହିବେ ସେ । ହୋଟେଲ୍‌ ମେ’ଫେୟାରରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୪ଟାରେ ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ସିଏଏ ସପକ୍ଷ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ । ଗୋଟିଏ ଘଣ୍ଟା ସଭାସ୍ଥଳୀରେ ରହିବା ପରେ ଯିବେ ଭୁବନେଶ୍ବରର ହୋଟେଲ୍‌ ମେ ଫେୟାର । ସେଠାରେ ସନ୍ଧ୍ୟା ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା  ।

ସନ୍ଧ୍ୟାରେ ପୁରୀ ଯାଇ ପୁରୀ ମେ’ଫେୟାରରେ ରାତ୍ରି ରହଣି କରିବେ ଶାହ । ପର ଦିନ ଅର୍ଥାତ ୨୯ ତାରିଖ ସକାଳ ୮ଟାରେ ମହାପ୍ରଭୁଙ୍କ ଦର୍ଶନ ସାରି ଭୁବନେଶ୍ବର ଫେରିବା ପରେ  ଦିନ ୧୦ଟା ୪୫ରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସାରି ଯିବେ ସମ୍‌ ହସ୍ପିଟାଲ୍‌ ପରିଦର୍ଶନରେ । ସେଠାରୁ ମଧ୍ୟାହ୍ନ ୧୨ଟା ୩୦ରେ ବିମାନ ବନ୍ଦର ଆସି ଦିଲ୍ଲୀ ଫେରିଯିବେ ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମୀର ମହାନ୍ତି ଓ ଅନ୍ୟ ବିଜେପି ନେତା ସଭା ସ୍ଥଳ ଦେଖୁଛନ୍ତି ।


‘‘ଗତ ସାଧାରଣ ନିର୍ବାଚନ ପରେ ଲମ୍ବା ସମୟ ବ୍ୟବଧାନରେ ଶାହଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ । ଜନତା ମଇଦାନରେ ଲକ୍ଷାଧିକ ଲୋକଙ୍କୁ ସାଧାରଣ ସଭାରେ ସମ୍ବୋଧନ କରିବେ ସେ । ତାଙ୍କ ଗସ୍ତ କେବଳ ସିଏଏ ପାଇଁ ସମର୍ଥନ ଯୋଗାଡ କରିବାରେ ସୀମିତ ରହିବ ନାହଁ । ସନ୍ଧ୍ୟାରେ ହୋଟେଲ୍‌ ମେ’ଫେୟାରରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସେ ବୈଠକ କରିବେ । ଦଳ ଭିତରେ ନୂଆ ଉତ୍ସାହ ଭରିବା ହେବ ଏହି ବୈଠକର ମୂଳ ଲକ୍ଷ୍ୟ,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଶାହଙ୍କ ଗସ୍ତକୁ ନେଇ ଦଳର ତୃଣମୂଳସ୍ତରର ନେତାମାନେ ମଧ୍ୟ ବେଶ୍‌ ଉତ୍ସାହିତ । ରାଜ୍ୟ ଯୁବ ବିଜେପି ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଅମିତ୍‌ ଶାହଙ୍କ ଗସ୍ତକୁ ନେଇ ଦଳର ନେତା ଓ କର୍ମୀମାନେ ଉତ୍ସାହିତ । ବିଜେପି ନେତା ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି: ‘‘ଗତ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଶାହ କହିଥିଲେ ମିଶନ ୧୨୦ ପ୍ଲସ୍‌ । ତେଣୁ ଏଥର ସେ କଣ ଟାର୍ଗେଟ୍‌ ରଖିବେ ତାହା ଆମ  ସମସ୍ତଙ୍କ ନଜରରେ ରହିଛି’’ ।
First published: February 28, 2020, 1:29 AM IST