- News18 Odia
- Last Updated :
News 18 Odia Digital
ପୁରୀ: ଆଜି ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଅର୍ଥାତ ପିତୃ ପକ୍ଷ। ପବିତ୍ର ତିଥିରେ ପୁରୀରେ ଶ୍ରୀମନ୍ଦିର ବାଇଶି ପାହାଞ୍ଚ ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀ ବେଶ୍ ଉତ୍ସବ ମୁଖର ହୋଇଥାଏ। ହେଲେ ଶ୍ରୀମନ୍ଦିର ବାଇଶିପାହାଞ୍ଚରେ ଶ୍ରାଦ୍ଧ ବନ୍ଦ ଥିବାରୁ ଉତ୍ତର ଦ୍ୱାର ଆଉ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ହେଉଛି ତିଳତର୍ପଣ। ଶହଶହ ସଂଖ୍ୟାରେ ଭକ୍ତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରୁଛନ୍ତି। ଦୁଇବର୍ଷ ହେବ କୋଭିଡ କଟକଣା ଯୋଗୁଁ ହାତ ଗଣତି କିଛି ଲୋକ ଆସି କୋଭିଡ କଟକଣା ଭିତରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିଲେ।
ସେପଟେ ମାର୍କଣ୍ଡେୟ ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା,ନରେନ୍ଦ୍ର ପୁଷ୍କରୀଣି, ସ୍ଵର୍ଗଦ୍ଵାର ଆଦି ସ୍ଥାନରେ କରାଯାଉଛି ତିଳତର୍ପଣ। ସେପଟେ କରୋନା ପରେ ଏଭଳି ସୁଯୋଗ ହାତଛଡା କରିନାହାନ୍ତି ତର୍ପଣକାରୀ। ବିନା କଟକଣାରେ ଶ୍ରାଦ୍ଧ କାର୍ଯ୍ୟ ହେଉଥିବାରୁ ଉଭୟ ତୀଳତର୍ପଣକାରୀ ଓ ଘାଟ ପୁରୋହିତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ,ବୋଲି କହିଛନ୍ତି ପୁରୀର ତର୍ପଣକାରୀ ସୁବାଶ ଚନ୍ଦ୍ର ମିଶ୍ର ।
ଘାଟ ପୁରୋହିତ ଲୋକନାଥ ଶତପଥୀଙ୍କ କହିବା ଅନୁଯାୟୀ , " ଏହି ପବିତ୍ର ତିଥିକୁ ପିତୃପୁରୁଷ ଚାହିଁ ବସିଥାନ୍ତି। ପୁତ୍ରଙ୍କ ହସ୍ତରୁ ଜଳଟିକେ ପାଇ ତୃପ୍ତ ହୋଇଥାନ୍ତି। ଏଥିରେ ପିତା,ପିତାମହ, ପ୍ରପିତାମହ , ମାତା,ମାତାମହ, ପ୍ରମାତାମହ,ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯାଇଥାଏ। ପୁତ୍ର ପାଇଁ ଏହି ପବିତ୍ର ତିଥି ବେଶ୍ ମୁଲ୍ଯବାନ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।