ଆଜି ରଙ୍ଗର ପର୍ବ ହୋଲି; ଡାକ୍ତରଙ୍କ ପରାମର୍ଶ ଜାଣିବା, ହୋଲିରେ କ'ଣ କରିବା କ'ଣ ନୁହେଁ

ବିଗତ ଦୁଇ ବର୍ଷର କରୋନା ଦୁଃଖ ଭୁଲି ଏବେ ସାମାନ୍ୟ ଆଶ୍ବସ୍ତି ମିଳିଥିବାରୁ ନିରାଡମ୍ବର ଆୟୋଜନରୁ ଆଡମ୍ବର ଆୟୋଜନ ମୁଡକୁ ଫେରିଛନ୍ତି ରାଜଧାନୀବାସୀ।

ଆଜି ରଙ୍ଗର ପର୍ବ ହୋଲି

ଆଜି ରଙ୍ଗର ପର୍ବ ହୋଲି

  • Share this:
News18 Odia Digital

ଭୁବନେଶ୍ବର: ଏଥର ଉସ୍ତ୍ରବର ରଙ୍ଗ। ଫେରିଛି ପୂର୍ବାସ୍ଥିତି, ସ୍ବାଭାବିକ ହେଉଛି ପର୍ବର ମାହୋଲ। ଆଜି ସମସ୍ତେ ପାଳୁଛନ୍ତି ଭାଇଚାରାର ପର୍ବ ହୋଲି। ହେଲେ କରୋନାର ଭୟ ଭିତରେ ଗତ ଦୁଇ ବର୍ଷ ଧରି ରଙ୍ଗ ବଜାର ଓ ରଙ୍ଗ ଖେଳ ଫିକା ପଡ଼ିଥିବା ବେଳେ ଏଥର ସାମାନ୍ୟ ଆଶ୍ବସ୍ତି ମିଳିଛି । ସାମାନ୍ୟ କୋହଳ କଟକଣା ଭିତରେ ପର୍ବ ପାଳନ କରୁଛନ୍ତି ରାଜ୍ୟବାସୀ।

ଆସିଛି ଫଗୁଣ, ସାଥିରେ ଆଣିଛି ଫଗୁର ମହକ। ସ୍ନେହ, ପ୍ରେମ, ଭଲ ପାଇବା ଓ ଭାଇଚାରାର ପର୍ବ ହୋଲି। ଏହା ପୂର୍ବରୁ ରାଜ୍ୟ ରାଜଧାନୀ ଭୁବନେଶ୍ବର ନାନା ରଙ୍ଗରେ ରଙ୍ଗୀନ ଭାବେ ସୁନ୍ଦର ଦେଖାଯାଉଥିଲା। ବିଗତ ଦୁଇ ବର୍ଷର କରୋନା ଦୁଃଖ ଭୁଲି ଏବେ ସାମାନ୍ୟ ଆଶ୍ବସ୍ତି ମିଳିଥିବାରୁ ନିରାଡମ୍ବର ଆୟୋଜନରୁ ଆଡମ୍ବର ଆୟୋଜନ ମୁଡକୁ ଫେରିଛନ୍ତି ରାଜଧାନୀବାସୀ। ଛୋଟ ପିଲାରୁ ବୟସ୍କ ସଭିଏଁ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଅଭିନନ୍ଦନ ଜଣାଇବାରେ ଲାଗିପଡ଼ିଛନ୍ତି।

ହର୍ବାଲ ରଙ୍ଗ ସମେତ ଘରୋଇ ରଙ୍ଗ ବ୍ୟବହାର କରିବା ଓ ସର୍ବସାଧାରଣ ଓ ଗହଳି ସ୍ଥାନରୁ ଦୂରେଇ ରଙ୍ଗ ଖେଳୁଛନ୍ତି ସହରବାସୀ। ଏଥିପାଇଁ ଆବଶ୍ୟକୀୟ ରଙ୍ଗ ଓ ପଦାର୍ଥ ଘରକୁ କିଣି ଆଣିଛନ୍ତି। ସେହିପରି ରଙ୍ଗ ଖେଳିବାକୁ ଟି ସାର୍ଟ ଟ୍ରେଣ୍ଡ ଦେଖିବାକୁ ମଧ୍ୟ ମିଳିଛି। ବ୍ୟବସାୟୀ କହିଛନ୍ତି ଯେ କରୋନା ଡର ଓ କଟକଣା ବ୍ୟବସାୟ କୁ ମାନ୍ଦା କରିଛି ସତ। ହେଲେ ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ ହୋଲିର ମଜା ଉଠୁଛନ୍ତି ଲୋକ।

ହେଲେ ହୋଲିରେ କିଛି ନିୟମ ମାନି ରହିବାକୁ ସବୁବେଳେ କୁହନ୍ତି ଏକ୍ସପର୍ଟ

ହୋଲି ସବୁବେଳେ ପ୍ରାକୃତିକ ରଙ୍ଗ କିମ୍ବା ହର୍ବାଲ ରଙ୍ଗକୁ ନେଇ ଖେଳିବା କଥା। କିନ୍ତୁ ଏବେ ମାର୍କେଟରେ ବିଭିନ୍ନ ରସାୟନିକ ରଙ୍ଗ ଆସିଲାଣି। ଯେଉଁ ରଙ୍ଗଠାରୁ ବିଶେଷ କରି ଛୋଟ ପିଲା, ବୃଦ୍ଧା, ରୋଗୀମାନେ ଦୁରେଇ ରହିବାର ଆବଶ୍ୟକତା ରହିଛି। ସେହିଭଳି ରଙ୍ଗ ଖେଳିବା ବେଳେ ଆଖି, ନାକ, କାନ ପ୍ରତି ଯତ୍ନ ନେବାର ଆବଶ୍ୟକତା ରହିଛି। ଶ୍ୱାସ ରୋଗୀ ରଙ୍ଗ ଠାରୁ ଦୂରେଇ ରହିବା ଉଚିତ୍ ବୋଲି ଡାକ୍ତର ଶ୍ରୀକାନ୍ତ ଧର କହିଛନ୍ତି।

ପ୍ରକାଶ ଥାଉକି ବର୍ତ୍ତମାନ ମଧ୍ୟ କରୋନା ଭୂତାଣୁ ସମ୍ପୂର୍ଣ୍ଣ ଯାଇ ନଥିବାରୁ ରାଜ୍ୟ ସରକାର ହୋଲି ଖେଳ ନିୟମକୁ କଡ଼ାକଡ଼ି କରିଛନ୍ତି। କେବଳ ପରିବାର ଭିତରେ ହୋଲି ଖେଳିବାକୁ କୁହାଯାଇଥିବାବେଳେ ସର୍ବସାଧାରଣରେ ରାସ୍ତା, ଘାଟ ଓ ଅନ୍ୟାନ୍ୟ ସ୍ଥାନରେ ହୋଲି ଖେଳକୁ ବାରଣ କରାଯାଇଛି।
Published by:Lipina Das
First published: