ରାତି ପାହିଲେ ହକି ବିଶ୍ୱକପ; ଉଭୟ କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ କଡା ସୁରକ୍ଷା

ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଏହା ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ କମିଶନର ।

ରାତି ପାହିଲେ ହକି ବିଶ୍ୱକପ; ଉଭୟ କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ କଡା ସୁରକ୍ଷା

ରାତି ପାହିଲେ ହକି ବିଶ୍ୱକପ; ଉଭୟ କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ କଡା ସୁରକ୍ଷା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ( Hockey World cup ) । ରାଜଧାନୀ ଭୁବନେଶ୍ୱର ( Bhubaneswar ) ଓ ଷ୍ଟିଲ ସିଟି ରାଉରକେଲା ( Rourkela ) ରେ ଅନୁଷ୍ଠିତ ହେବ ମ୍ୟାଚ । ଏହା ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡିୟମ ( Kalinga stadium ) ରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ କମିଶନର ( Police commissioner )।



ଗୋଟିଏ ସମୟରେ ବିଶ୍ୱକପ, ଡଟ ଫେଷ୍ଟ, ଫୁଡ୍ ଫେଷ୍ଟ, ନାଇଟ ମାର୍କେଟ ଚାଲୁଥିବାରୁ ରାଜଧାନୀରେ ୮୧ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଜଣ ଇନ୍ସପେକ୍ଟର, ୩୩୬ ଜଣ ସବଇନ୍ସପେକ୍ଟର ମୁତୟନ ହେବେ ।

ବିଶ୍ୱକପ ପାଇଁ ଖେଳାଳିଙ୍କ ନିମନ୍ତେ ଏୟାରପୋର୍ଟରେ ନିୟୋଜିତ ହେବେ ଜଣେ ଅତିରିକ୍ତ ଡିସିପି ( DCP ), ଦୁଇ ଜଣ ଏସିପି ( SP ), ୪ ଜଣ ଇନ୍ସପେକ୍ଟର ( Inspector ) ଓ ୧୦୩ ଜଣ ପୋଲିସ କର୍ମଚାରୀ। ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟର ଓ ସମୁଦାୟ ୧୮ ପ୍ଲାଟୁନ ଫୋର୍ସ ରହିବେ । କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହେବେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ । ଏହା ସହିତ ଓଡ୍ରାଫ, ( Odraf )  ଅଗ୍ନିଶମ ବିଭାଗର ( Fire Service ) ଟିମ ମଧ୍ୟ ଉପସ୍ଥିତ ରହିବ। ଏହା ସହ ଟ୍ରାଫିକ ଦାୟିତ୍ୱରେ ୩ ଜଣ ଏସିପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାସହ ହକି ଡ୍ୟୁଟି କରୁଥିବା ପୋଲିସ ଫୋର୍ସ ଏବଂ ଅଧିକାରୀଙ୍କୁ ଏକ ଲଗୋ ଥିବା ବ୍ୟାଚ ପ୍ରଦାନ କରାଯାଇଛି । ଯାହାଫଳରେ ଦର୍ଶକ ମାନେ ସହଜରେ ଡ୍ୟୁଟିରେ ଥିବା ପୋଲିସଙ୍କୁ ଜାଣିପାରିବେ । ଏହି ଅବସରରେ ଏକ ଡିଜିଟାଲ ଇନଫରମେନସନ ବୁକ ଲଞ୍ଚ କରାଯାଇଛି । ଯାହାଫଳରେ ଦର୍ଶକମାନେ କେଉଁଠି ପାର୍କିଂ ( Parking ) କରିବେ କେଉଁ ଗେଟରେ ଯିବେ ସହଜରେ ଜାଣି ପାରିବେ ।

ଅନ୍ୟପଟେ, ରାଉରକେଲା ହକି ଷ୍ଟାଡିୟମ ପାଇଁ ୫୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନିଟରିଂ ପାଇଁ ସ୍ୱତନ୍ତ୍ର ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆସନ୍ତାକାଲି ରାଉରକେଲାରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଜନସମାଗମ ହେବ । ତେଣୁ ପୋଲିସ କର୍ମଚାରୀ ଷ୍ଟାଡିୟମ ଭିତର, ବାହାର ସମେତ ସହରର ମୁଖ୍ୟ ସ୍ଥାନ ଗୁଡିକରେ କଡା ପହରା ଦେବେ ବୋଲି ଜଣା ପଡିଛି ।

https://odia.news18.com/news/odisha/pm-modi-is-giving-rice-people-need-to-know-bjp-mp-aparajita-sarangi-4srm-120123-srm-147691.html
Published by:Soubhagya Mishra
First published: