Hockey world cup; ମାହୋଲକୁ ଉଜ୍ଜିବୀତ କରିବ ଡଟ୍ ଫେଷ୍ଟ

୧୫ଦିନ ଧରି ଚାଲିବ ହାଇ ଭୋଲଟେଜ କାର୍ଯ୍ୟକ୍ରମ । ବଲିଉଡ୍ କଳାକାରଙ୍କ ଗହଣରେ ମଜା ନେବେ ଦର୍ଶକ ଓ ପର୍ଯ୍ୟଟକ ।

Hockey world cup; ମାହୋଲକୁ ଉଜ୍ଜିବୀତ କରିବ ଡଟ୍ ଫେଷ୍ଟ

Hockey world cup; ମାହୋଲକୁ ଉଜ୍ଜିବୀତ କରିବ ଡଟ୍ ଫେଷ୍ଟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ହକି ବିଶ୍ୱକପର ( Hockey world cup ) ମାହୋଲକୁ ଉଜ୍ଜିବୀତ କରିବ ଡଟ୍ ଫେଷ୍ଟ । ୧୫ଦିନ ଧରି ଚାଲିବ ହାଇ ଭୋଲଟେଜ କାର୍ଯ୍ୟକ୍ରମ ( Program )। ବଲିଉଡ୍ (Bollywood ) କଳାକାରଙ୍କ ଗହଣରେ ମଜା ନେବେ ଦର୍ଶକ ଓ ପର୍ଯ୍ୟଟକ । ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମର ହୋଇଛି ଆୟୋଜନ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ ।

ମେଗା ହକି ଇଭେଣ୍ଟକୁ ତାଳ ଦେଇ ଆୟୋଜିତ ହେଉଛି ଡଟ-ଫେଷ୍ଟ ଭଳି ହାଇ ଭୋଲଟେଜ ସାଂସ୍କୃତିକ କାର୍ଯ୍ୟକ୍ରମ । ଜାନୁଆରୀ ୧୫ ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପୃଥକ ପୃଥକ୍ ସ୍ଥାନରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik ) । ଇଡକଲ ପ୍ରଦର୍ଶନୀ ପଡିଆର ବାମ ପାର୍ଶ୍ୱରେ ୩୦ରୁ ଅଧିକ ଷ୍ଟଲରେ ହେବ ଇଣ୍ଟରନ୍ୟାସନାଲ ଫୁଡ ଫ୍ୟାଷ୍ଟିଭାଲ ( Food Festival ) । ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟ ସହିତ ସ୍ଥାନ ପାଇବ ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ଖାଦ୍ୟ ପସରା ।

ଏହା ସାଙ୍ଗକୁ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଉଦିତ ନାରାୟଣ, ଅଲକା ୟାଗନିକ, ଗୁରୁ ରନ୍ଧାୱା, ଗୁରଦାସ ମାନ, ହରି ପ୍ରସାଦ ଚୌରସିଆ, ଉସ୍ତାଦ ତୋଫିକ କୁରେଶି, ନୀତି ମୋହନ, ଅମିତ୍ ତ୍ରିବେଦୀ, ପୱନ୍ ଦୀପ ଓ ଅରୁନିତା କିଞ୍ଜଲ, ଅସୀମା ତ୍ରିପାଠୀ, ଦୀପ୍ତି ରେଖା, ଋତୁରାଜ, ସ୍ଵୟମ ପାଢ଼ୀ, ସ୍ନିତି ମିଶ୍ର ଭଲି ଦିଗଜ କଳାକାର ଯୋଗ ଦେବେ । ୧୫ ଜାନୁଆରୀ ରବିବାର ସଂଧ୍ୟାରେ ଗୁରୁ ରନ୍ଧାୱାଙ୍କ ସଙ୍ଗୀତ, ଅଭିନେତ୍ରୀ ଦିଶା ପଟାନିଙ୍କ ନୃତ୍ୟ ଓ ବ୍ଲାକ ସ୍ୱାନ ଗ୍ରୁପଙ୍କ ପପ୍ ଭଳି ଜବରଦସ୍ତ ଜଲୱାର ତାଳେ ତାଳେ ଝୁମିବେ ଦର୍ଶକ।

ଗୋଟିଏ ସ୍ୱତନ୍ତ୍ର ଷ୍ଟେଜରେ ପୁରୁଣା ଭୁବନେଶ୍ୱର ଓ ନୂଆ ଭୁବନେଶ୍ୱର ସମ୍ପର୍କିତ ଫଟୋ ପ୍ରଦର୍ଶନୀ ‘ ଏବେ ଓ ସେବେ ’ ନାମରେ ଆୟୋଜିତ ହେବ । ସେହିଭଳି ଏକାମ୍ର ହାଟରେ ୬୦ରୁ ଅଧିକ ଷ୍ଟଲ ସହିତ ଖୋଲିବ ନାଇଟ ମାର୍କେଟ ଓ ଉତ୍କଳିକା ।

https://odia.news18.com/news/odisha/is-nandkishore-behera-alive-or-dead-skeleton-found-in-damapada-sanctuary-tv-4srm-130123-srm-dbb-147965.html
Published by:Soubhagya Mishra
First published: