ହୀରାକୁଦ ଜଳସ୍ତର: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି

  • Share this:
News18 Odia Digital

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୧୪ ଫୁଟ ଅତିକ୍ରମ କରି ସାରିଛି। ଆଗକୁ ଅଧିକ ବର୍ଷା ହେବାର ସମ୍ଭାବାନ ଥିବାରୁ ଜଳ ଭଣ୍ଡାରରେ ଅଧିକ ପରିମାଣର ଜଳ ପ୍ରବେଶ କରିବ।

ରୁଲ କର୍ଭ ଅନୁସାରେ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରା ଯାଇଥାଏ। ଯେହେତୁ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି ସେଥି ପାଇଁ ଅଧିକ ଜଳ ନିଷ୍କାସନ କରାଯିବାର ସମ୍ଭାବାନା ଅଛି। ଜଳ ଭଣ୍ଡାରରୁ ଅଧିକ ଜଳ ନିଷ୍କସନ ହେଲେ ଯେମିତି ସମ୍ବଲପୁର ସହରରେ ତଳିଆ ଅଞ୍ଚଳରେ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟ ନ ହେବ ସେଥି ପାଇଁ ସଜାଗ ରହିଛି ପ୍ରଶାସନ।

ହୀରାକୁଦ ଜଳ ଭଣ୍ଡାରରୁ ଅଧିକ ସ୍ଲୁଇସ ଗେଟ ଖୋଲା ଗଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥାଏ। ଯଦି ଏହି ସମୟରେ ସମ୍ବଲପୁରରେ ବର୍ଷା ହୁଏ ସହରର ଜଳ ନିଷ୍କାସନ ନହେଲେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ।

ଏଥି ପାଇଁ ସହରରେ ଥିବା ପମ୍ପିଙ୍ଗ ଷ୍ଟେସନଗୁଡିକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ବିଭିନ୍ନ ତଳିଆ ଅଞ୍ଚଳରୁ ଜଳ ନିସ୍କାସନ ପାଇଁ ମଟର ପମ୍ପର ପ୍ରସ୍ତୁତ ରଖାଯିବା ସହ ଟିମକୁ ମଧ୍ୟ ପ୍ରସ୍ତୁତ କରାଯାଇଛି।

ସମ୍ବଲପୁରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ କ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଛି। ପମ୍ପିଙ୍ଗ ଷ୍ଟେସନଗୁଡିକୁ ପ୍ରସ୍ତୁତ ଥିବା ବେଳେ ମଟର ପମ୍ପର ମଧ୍ୟ ପ୍ରସ୍ତୁତ ରଖା ଯାଇଛି ବୋଲି ସମ୍ବଲପୁର ମହାନଗର ନିଗମର କମିଶନର ପ୍ରଦୀପ କୁମାର ସାହୁ କହିଛନ୍ତି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ସହରରେ ୪ଟି ସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳୀ ରହିଛି। ଏଥି ସହ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଇଛି। ଯଦି ସମ୍ବଲପୁର ତଳିଆ ଅଞ୍ଚଳରେ ପାଣି ପଶି ବନ୍ୟ ପିରିସ୍ଥିତି ସୃଷ୍ଟି ହୁଏ ଲୋକଙ୍କୁ ଉଦ୍ଧାର କରି ଏହି ବନ୍ୟା ଆଶ୍ରୟୀ ସ୍ଥଳୀରେ ରଖାଯିବ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
Published by:Lipina Das
First published: