ବିପଦରେ ହୀରାକୁଦ ଡ୍ୟାମ; ନଦୀବନ୍ଧ ଫାଉଣ୍ଡେସନ ଗ୍ୟାଲେରୀରେ ଫାଟ

ହୀରାକୁଦ ଡ୍ୟାମର ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଫାଟ। ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀ, ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱରେ ଫାଟ ରହିଥିବା ଦେଖାଯାଇଛି ।

ବିପଦରେ ହୀରାକୁଦ ବନ୍ଧ;

ବିପଦରେ ହୀରାକୁଦ ବନ୍ଧ;

  • Share this:
News 18 Odia Digital

ସମ୍ବଲପୁର: ହୀରାକୁଦ ଡ୍ୟାମର ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଫାଟ। ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀ, ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱରେ ଫାଟ ରହିଥିବା ଦେଖାଯାଇଛି । ମୁଖ୍ୟଯନ୍ତ୍ରୀଙ୍କୁ ଡ୍ୟାମ୍ ସେଫ୍ଟି ମୁଖ୍ୟ ଯନ୍ତ୍ରୀ ଲେଖିଥିବା ଚିଠି ଚିନ୍ତାର କାରଣ ସାଜିଛି । ତୁରନ୍ତ ଏକ ଏକ୍ସପର୍ଟ ପ୍ୟାନେଲ୍ ଦ୍ୱାରା ଫାଟର ସ୍ୱତନ୍ତ୍ର ନିରକ୍ଷଣ ପାଇଁ ଚିଠିରେ କୁହାଯାଇଛି ।

୨୦୨୦ ଜାନୁଆରିରେ DSRP ଟିମ୍ ଏହାର ଯାଞ୍ଚ କରିବା ପରେ ଅଧିକ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଥିଲେ । ସ୍ପିଲ୍‌ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରତି ୫ ବର୍ଷରେ ଥରେ ପୁରୁଣା ଫାଟ ସହିତ ନୂଆ ଫାଟ ଅଛି କି ନାହିଁ, ତାର ମଧ୍ୟ ସର୍ଭେ ହେବା କଥା । କିନ୍ତୁ ୧୯୯୯ ପରଠୁ ୨୩ ବର୍ଷ ହେଲା ଏହା କରାଯାଇନାହିଁ । ତେଣୁ ତୁରନ୍ତ ଏକ ବିଶେଷଜ୍ଞ କମିଟି ଦ୍ୱାରା ସ୍ୱତନ୍ତ୍ର ନିରୀକ୍ଷଣ କରିବାକୁ ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ ବୁର୍ଲାରେ ଥିବା ମହନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଡ୍ୟାମ ସେଫ୍ଟି ମୁଖ୍ୟଯନ୍ତ୍ରୀ କହିଛନ୍ତି ଯେ ୧୯୯୫ ପରେ ନଦୀବନ୍ଧରେ ଆଉ କୌଣସି ବଡ ଫାଟ ଦେଖାଦେଇନାହିଁ। ତେଣୁ ଯାଞ୍ଚର ଆବଶ୍ୟକତା ପଡିନଥିଲା। ତେବେ ୨୦୧୫ ଓ ୨୦୧୬ରେ ମୁମ୍ବାଇର ଏକ ବିଶେଷଜ୍ଞ ଟିମ ଜରିଆରେ ସ୍ପିଲୱେ ଓ ଉଭୟ ପାର୍ଶ୍ୱ ଫାଟକର ଯାଞ୍ଚ କରାଯାଇଥିଲା। ସେ ସମୟରେ ଫାଟ ନୁହେଁ ବନ୍ଧରେ ଚୂନ ଖସିଥିବା ଜଣାପଡିଥିଲା। ଡ୍ୟାମରେ ଛୋଟ ଛୋଟ ଫାଟ ହୁଏ । ତାହାକୁ ମରାମତି ମଧ୍ୟ କରାଯାଏ। ପ୍ରତି ୫ବର୍ଷରେ ଡ୍ୟାମର ସର୍ଭେ ହୁଏ । ଆଗରୁ ମଧ୍ୟ ସର୍ଭେ କରାଯାଇଛି ଏବେ ଆଉଥରେ ଡ୍ରୋନ୍ ମାଧମରେ କରାଯିବା ଉଚିତ ବୋଲି ଜଳସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
Published by:Soumyashree Mishra
First published: