ଚାକିରି ବିଷୟରେ ଭଲ ଖବର: ହିନ୍ଦୁଜା ଗୃପ୍ ଓ ଦିଲ୍ଲୀ ମେଟ୍ରୋରେ ହଜାର ହଜାର ନିଯୁକ୍ତି ହେବାକୁ ଯାଉଛି

ହିନ୍ଦୁଜା ଗୃପର ବିପିଓ ଶାଖା ଭାରତ ସମେତ ବିଭିନ୍ନ ଦେଶରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ପ୍ରାୟ ୩,୨୦୦ ଲୋକଙ୍କୁ ନିଯୁକ୍ତି ଦେବ । ଦିଲ୍ଲୀ ମେଟ୍ରୋ କର୍ପୋରେସନ୍ ବି ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛି ।

ଚାକିରି ବିଷୟରେ ଭଲ ଖବର: ହିନ୍ଦୁଜା ଗୃପ୍ ଓ ଦିଲ୍ଲୀ ମେଟ୍ରୋରେ ହଜାର ହଜାର ନିଯୁକ୍ତି ହେବାକୁ ଯାଉଛି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 13, 2020, 8:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ହିନ୍ଦୁଜା ଗୃପର ବିପିଓ (BPO) ଶାଖା ହିନ୍ଦୁଜା ଗ୍ଲୋବାଲ୍ ସଲ୍ୟୁସନ୍ (Hinduja Global Solutions) ବ୍ରିଟେନ, ଆମେରିକା ଓ ଭାରତ ସମେତ ବିଭିନ୍ନ ଦେଶରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ପ୍ରାୟ ୩,୨୦୦ ଲୋକଙ୍କୁ ନିଯୁକ୍ତି ଦେବ । ବ୍ୟବସାୟର ବିଭିନ୍ନ ବିଭାଗରେ କମ୍ପାନୀକୁ ଜୋରଦାର୍‌ ଅର୍ଡ଼ର ମିଳିଛି । ତାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନିଯୁକ୍ତିଗୁଡ଼ିକ କରିବ ।

ହିନ୍ଦୁଜା ଗ୍ଲୋବାଲ୍ ସଲ୍ୟୁସନର ମୁଖ୍ୟ ଆର୍ଥିକ ଅଧିକାରୀ (CFO) ଶ୍ରୀନିବାସ ପାଲକୋଦେତି କହିଛନ୍ତି, ‘‘ଆମେ ଏହି ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ପ୍ରାୟ ୩,୨୦୦ ଲୋକଙ୍କୁ ନିଯୁକ୍ତି ଦେବୁ ବୋଲି ଆଶା କରୁଛୁ । ଆମକୁ ମିଳୁଥିବା ଅର୍ଡ଼ର ଉତ୍ସାହଜନକ ଅଛି । ଉଦାହରଣ ସ୍ୱରୂପ, ଆମେ ବ୍ରିଟେନରେ ସରକାରୀ ବିଭାଗରୁ କରୋନା ଭାଇରସ (Coronavrisu) ସମ୍ବନ୍ଧୀୟ ଏକ ସ୍ୱଳ୍ପକାଳୀନ ପ୍ରକଳ୍ପ ପାଇଥିଲୁ । ଏବେ ଆମକୁ ଆଉ ଏକ ବଡ଼ ପ୍ରଜେକ୍ଟ ମିଳିଛି ଓ ଆମେ ବହୁ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ଦେବାକୁ ଆଶା କରୁଛୁ ।’’

ଏହା ବି ପଢ଼ନ୍ତୁ | ନାବାଳିକା ଦୁଷ୍କର୍ମ ସାରୁଅ ଜମି ହଡ଼ପ ମାମଲା: OTV ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ ହେଲେ

ବ୍ରିଟେନରେ 700 କର୍ମଚାରୀ ନିଯୁକ୍ତି ପାଇବେ

ସେ କହିଛନ୍ତି ଯେ ଏହି ନୂଆ ଗ୍ରାହକଙ୍କ ପାଇଁ କମ୍ପାନୀ ବ୍ରିଟେନରେ ୭୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛି, ଯେଉଁମାନେ ଘରୁ କାମ କରିବେ । ପାଲକୋଦେତି କହିଛନ୍ତି ଯେ ଏହି ନିଯୁକ୍ତିଗୁଡ଼ିକ ଆମେରିକା, କାନାଡ଼ା, ଜାମାଇକା, ଫିଲିପାଇନ୍ସ ଓ ଭାରତରେ କରାଯିବ । ଭାରତରେ ଏହି କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ଏହି ବର୍ଷ ସେପ୍ଟେମ୍ବରରେ ୩୯,୫୭୮ ଥିଲା, ଯାହାକି ଏହାର ମୋଟ କର୍ମଚାରୀ ସଂଖ୍ୟାର ୪୫ ପ୍ରତିଶତ ।

ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି

ଅନ୍ୟ ପକ୍ଷରେ ଦିଲ୍ଲୀ ମେଟ୍ରୋରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଦିଲ୍ଲୀ ମେଟ୍ରୋ କର୍ପୋରେସନ୍ ଲିମିଟେଡ୍ (DMRCL) ନିଯୁକ୍ତି ବିଜ୍ଞାପନ ବାହାର କରିଛି। ଏଥି ପାଇଁ ଆପଣଙ୍କୁ DMRCLର ଆଧିକାରିକ ୱେବସାଇଟ୍‌ delhimetrorail.com ପରିଦର୍ଶନ କରିବାକୁ ପଡ଼ିବ । ଆସିଷ୍ଟାଣ୍ଟ ମ୍ୟାନେଜର (ଲ୍ୟାଣ୍ଡ୍‌) ନିଯୁକ୍ତି ପାଇଁ କରିବା ପାଇଁ ଦିଲ୍ଲୀ ମେଟ୍ରୋ କର୍ପୋରେସନ୍ ଲିମିଟେଡ୍ ଏକ ବିଜ୍ଞାପନ ଜାରି କରିଛି ।



ଏହି ପୋଷ୍ଟଗୁଡ଼ିକରେ ନିଯୁକ୍ତି ପାଇଁ ଆଗ୍ରହୀ ଆବେଦନକାରୀମାନେ DMRCL ୱେବସାଇଟରେ ଉପଲବ୍ଧ ଆବେଦନ ଫର୍ମ ମାଧ୍ୟମରେ ସିଧାସଳଖ ଆବେଦନ କରିବାକୁ ସମର୍ଥ ହେବେ । ଆବେଦନକାରୀମାନେ ମନେ ରଖିବା ଉଚିତ୍ ଯେ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୬ ନଭେମ୍ବର ୨୦୨୦ ।
Published by: Anand Shankar Thankur Das
First published: November 13, 2020, 8:29 PM IST
corona virus btn
corona virus btn
Loading