ମାଘ ସପ୍ତମୀରେ ଐତିହାସିକ ଖଣ୍ଡଗିରି ମେଳା ଆରମ୍ଭ; ଖଣ୍ଡଗିରି ପାହାଡ଼ର ପାଦଦେଶ ଚ଼ଳଚ଼ଞ୍ଚଳ

ସାଧୁ ସନ୍ଥଙ୍କ ହୋମ ଓ ଯଜ୍ଞରେ କମ୍ପୁଛି ପରିବେଶ । ଚ଼ନ୍ଦ୍ରଭାଗାରେ ବୁଡ଼ ପକାଇ ଆସି ଏଠି ଜମା ହୋଇଛନ୍ତି ଶହଶହ ନାଗା ସାଧୁ । ଯାତ୍ରା ବା ଅପେରା ପାଇଁ ପେଣ୍ଡାଲ ସବୁ ପ୍ରସ୍ତୁତ, ହେଲେ ଏଥର ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ହେବ ନାହିଁ ବୋଲି ବିଏମସି ତାଗିଦ୍ କରିଛି ।

ମାଘ ସପ୍ତମୀରେ ଐତିହାସିକ ଖଣ୍ଡଗିରି ମେଳା ଆରମ୍ଭ; ଖଣ୍ଡଗିରି ପାହାଡ଼ର ପାଦଦେଶ ଚ଼ଳଚ଼ଞ୍ଚଳ
ମେଳାରେ ପହଞ୍ଚିଥିବା ଜଣେ ସାଧୁ
  • News18 Odia
  • Last Updated: February 2, 2020, 12:11 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ମାଘ ସପ୍ତମୀରେ ଚ଼ନ୍ଦ୍ରଭାଗାରେ ବୁଡ଼ ପକାଇଲେ ପାପ ନାଶ ହୁଏ । ସେଇଥିପାଇଁ ତ କେଉଁ ଅନାଦି କାଳରୁ ହଜାର ହଜାର ସାଧୁ ସନ୍ଥଙ୍କ ଭିଡ଼ ଜମିଆସୁଛି ଚ଼ନ୍ଦ୍ରଭାଗା କୂଳରେ । ଚ଼ନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ଖଣ୍ଡଗିରିରେ ସାଧନା କରିବା ପାଇଁ ଜମା ହୁଅନ୍ତି ନାଗା ସାଧୁ ସନ୍ଥ । ସେମାନଙ୍କ ସହ ଭିଡ଼ ଜମେ ଅନ୍ୟ ସାଧୁ ସନ୍ଥଙ୍କର । ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋମ, ଯଜ୍ଞାଦି କରି ସାଧନା କରନ୍ତି ଖଣ୍ଡଗିରି ପାଦଦେଶରେ । ଏଥର ବି ସେମିତି ଆଧ୍ୟାତ୍ମରେ ଭରା ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡଗିରିରେ ।

ରାଜଧାନୀ ଭୁବନେଶ୍ବରରେ ଏହି ମାଘ ମେଳା ଐତିହାସିକ ଖଣ୍ଡଗିରି ମେଳା ନାମରେ ପରିଚିତ । ଖଣ୍ଡଗିରି ପାହାଡ଼ ଉପରେ ବିରାଜିତ ମା’ ଦଶଭୂଜାଙ୍କ ପୂଜାର୍ଚ୍ଚନା ମଧ୍ୟ ମାଘ ସପ୍ତମୀରୁ ଆରମ୍ଭ ହୁଏ । ଷୋଡ଼ଶ ଉପଚାର ସହ ମା’ଙ୍କ ପୂଜା ହୁଏ ଏଠି । ମାଘ ପୂର୍ଣ୍ଣିମାରେ ଯଜ୍ଞ ଓ ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୁଏ ମା’ଙ୍କ ପୂଜା ।

ପୂଜାର ଅନେକ ଦିନ ଆଗରୁ ଚ଼ଳଚ଼ଞ୍ଚଳ ହେବା ଆରମ୍ଭ କରିଥିଲା ଖଣ୍ଡଗିରି ପାହାଡ଼ର ପାଦଦେଶ । ଆଜି ମାଘ ସପ୍ତମୀରେ ଅନେକ ସାଧୁସନ୍ଥ ଆସି ଜମା ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଚ଼ନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରି ଆସିଛନ୍ତି ବୋଲି ବିଶ୍ବ ସନାତନ ଧର୍ମ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଅପେରା ପାର୍ଟିମାନେ ପୋଷ୍ଟର ଲଗେଇଛନ୍ତି ।


ଖାଲି ପୂଜାପାଠ କି ହୋମ ଯଞ୍ଜ ନୁହେଁ, କିଣାବିକାର ଆସର ଜମିଛି ଖଣ୍ଡଗିରି ପାଦଦେଶରେ ଏହି ଆକର୍ଷକ ମେଳାରେ । ପାରମ୍ପରିକ ଜିନିଷ ଠାରୁ ଆରମ୍ଭ କରି ଭଳିକି ଭଳି ଖାଦ୍ୟପାନୀୟର ମଜା ବି ନେଉଛନ୍ତି ଏଠି ରାଜଧାନୀବାସୀ ।

ଏଥର କିଣାବିକା ପାଇଁ ମୋଟ୍ ୩୦୦ ଷ୍ଟଲ ଲାଗିଛି । ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ଟ୍ରାଫିକ୍ ବ୍ୟବସ୍ଥା ଓ ବିଜୁଳି ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦେଇଛି ବି.ଏମ୍.ସି ।

‘‘ମେଳାକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ସମସ୍ତଙ୍କୁ ସଚେତନ କରାଯିବା ଲକ୍ଷରେ ଜେ.ଡି.ସି.ଏଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠିତ ହୋଇଛି । ବର୍ଷକୁ ଥରେ ଏହି ଐତିହାସିକ ଯାତ୍ରା ପାଇଁ ବି.ଏମ୍.ସି ସଜାଗ ରହେ,’’ କହିଛନ୍ତି ବି.ଏମ୍.ସି କମିଶନର ପ୍ରେମଚନ୍ଦ୍ର ଚୈାଧୁରୀ ।

ଖଣ୍ଡଗିରି ମେଳାର ଅନ୍ୟତମ ଆକର୍ଷଣ ହେଉଛି ଯାତ୍ରା । ଏଥର ବି ବିଭିନ୍ନ ଯାତ୍ରା ପେଣ୍ଡାଲରେ ପରିବେଶିତ ହେବ ଅପେରା ବା ଯାତ୍ରା । ତେବେ ଏଥର ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ହେବ ନାହିଁ ବୋଲି ବିଏମସି ପକ୍ଷରୁ ତାଗିଦ୍ କରାଯାଇଛି  । ଗତ ବର୍ଷ ଖଣ୍ଡଗିରି ଯାତ୍ରାରେ ରାନୀ ପଣ୍ଡା ଅଶ୍ଳୀଳ ନୃତ୍ର ପ୍ରଦର୍ଶନ କରି ଚ଼ର୍ଚ୍ଚାର ପରିସରକୁ ଆସିଥିବା ବେଳେ ଏହାକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଚ଼ଳିତ ବର୍ଷ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ କୈାଣସି ପ୍ରକାର ଅଶ୍ଳୀଳ ପୋଷ୍ଟର ଲାଗି ପାରିବ ନାହିଁ ବୋଲି ବି.ଏମ.ସି ଯାତ୍ରା କମିଟିକୁ ନିର୍ଦେଶ ଦେଇଛି ।
First published: February 2, 2020, 12:11 AM IST